ବରିଷ୍ଠ ଆଇପିଏସ୍ ଅଫିସର ସତ୍ୟଜିତ ମହାନ୍ତି ହେଲେ ଅଗ୍ନିଶମ ବିଭାଗର ନିର୍ଦ୍ଦେଶକ

Published By : Prameya-News7 Bureau | June 01, 2020 IST

ଭୁବନେଶ୍ବର ୧/୬: ଅଗ୍ନିଶମ ବିଭାଗର ନିର୍ଦ୍ଦେଶକ ଭାବରେ ଦାୟିତ୍ବ ନେଲେ ବରିଷ୍ଠ ଆଇପିଏସ୍ ଅଫିସର ସତ୍ୟଜିତ ମହାନ୍ତି । ପୂର୍ବରୁ ଗୁଇନ୍ଦା ବିଭାଗର ସ୍ବତନ୍ତ୍ର ଡିଜି ଦାୟିତ୍ବରେ ଥାଇ ଅଗ୍ନିଶମ ବିଭାଗର ନିର୍ଦ୍ଦେଶକ ଦାୟିତ୍ବ ନେଇଛନ୍ତି । ଦାୟିତ୍ବ ନେବା ପରେ ସେ କହିଛନ୍ତି, ‘ଆଗ୍ନିକ ଓ ହୋମଗାର୍ଡ ଜଣେ ଜଣେ କରୋନା ଯୋଦ୍ଧା’ ।

ପଶ୍ଚିମବଙ୍ଗରେ ଅମ୍ପାନ ପରବର୍ତ୍ତୀ ରେସ୍କ୍ୟୁ ଏବଂ ରିଷ୍ଟୋରେସନ୍ ପାଇଁ ଯାଇଥିବା ଅଗ୍ନିଶମ ବାହିନୀର କାର୍ଯ୍ୟ ପ୍ରଶଂସନୀୟ ବୋଲି କହିବା ସହ ସେମାନେ ଫେରିଲେ ସମସ୍ତଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯିବ ବୋଲି ଅଗ୍ନିଶମ ବିଭାଗର ନିର୍ଦ୍ଦେଶକ ସତ୍ୟଜିତ ମହାନ୍ତି କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.