Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଫୁଟବଲର ଡିଏଗୋ ମାରାଡୋନାଙ୍କ ପରଲୋକ, ୩ ଦିନ ପୂର୍ବେ ପାଳିଥିଲେ ୬୦ତମ ଜୟନ୍ତୀ
  • ||
  • ଦୈନିକ ଆକ୍ରାନ୍ତ ତୂଳନାରେ ଆଜି କମିଲା ସୁସ୍ଥ ସଂଖ୍ୟା, ୨୪ ଘଣ୍ଟାରେ କରୋନାରୁ ଆରୋଗ୍ୟ ହେଲେ ୭୨୮
  • ||
  • ଯୋଡାମୁଣ୍ଡ ଶିଶୁ କାଳିଆର ମୃତ୍ୟୁ, ଏସସିବିରେ ଦୀର୍ଘ ଦିନ ଧରି ଥିଲେ ଚିକିତ୍ସାଧୀନ, ସୁସ୍ଥ ଅଛି ଜଗା
  • ||
  • ପରିବାର ପାଇଁ ଏତିକି ସମ୍ପତ୍ତି ଛାଡି ଯାଇଛନ୍ତି କଂଗ୍ରେସର ଚାଣକ୍ୟ ଅହମଦ ପଟେଲ
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୧୬ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ମୃତକଙ୍କ ସଂଖ୍ୟା ୧୬୮୭ରେ ପହଞ୍ଚିଲା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୭୩୦ କରୋନା ସଂକ୍ରମିତ, ୩୧୬୦୦୧ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଦ୍ୱିତୀୟ AIIMS ପ୍ରତିଷ୍ଠା ପାଇଁ ପ୍ରସ୍ତାବ, କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କୁ ଚିଠି ଲେଖିଲେ ମୁଖ୍ୟ ଶାସନ ସଚିବ
  • ||
  • ପୁରୀ : ବାହାର ଭକ୍ତଙ୍କୁ ପୁରୀ ମନା, ନାଗାର୍ଜୁନ ବେଶ ପାଇଁ ଜିଲ୍ଲା ପ୍ରଶାସନର କଟକଣା
  • ||
  • ଭିଜିଲାନ୍ସ ଜାଲରେ ଓଡିଶା ବନୀକରଣ ଅତିରିକ୍ତ ପିସିସିଏଫ୍, ଭୁବନେଶ୍ବରର ୫ଟି ଓ ମୁମ୍ବାଇ ଏବଂ ପୁନେର ୭ଟି ସ୍ଥାନରେ ଚଢାଉ
  • ||
  • କଂଗ୍ରେସର ବରିଷ୍ଠ ନେତା ଅହମଦ ପଟେଲଙ୍କ ପରଲୋକ : କରୋନାରେ ସଂକ୍ରମିତ ହୋଇ ଚାଲିଥିଲା ଚିକିତ୍ସା
  • ||

ନିଆଁ ଲିଭାଇବା କାମ ସହ ନିଆଁ କେମିତି ଲାଗିବନି ସେଥି ପ୍ରତି ଅଧିକ ଧ୍ୟାନ ଦିଆଯିବ ବୋଲି ଦାୟିତ୍ବ ନେବାପରେ କହିଲେ ହୋମଗାର୍ଡ ଏବଂ ଅଗ୍ନିଶମ ଆଇଜି ଅସିତ ପାଣିଗ୍ରାହୀ

26/08/2019 at 9:29 PM

ଭୁବନେଶ୍ବର୨୬|୮: ୧୯୯୭ ବ୍ୟାଚର ବରିଷ୍ଠ ଆଇପିଏସ ଅଧିକାରୀ ଆଜି ଅଗ୍ନିଶମ ଓ ହୋମଗାର୍ଡ ଆଇଜି ଭାବେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି । ଏହି ବିଭାଗର ଡିଜି ବିଜୟକୁମାର ଶର୍ମା ବର୍ତ୍ତମାନ ଡିଜିପି ଭାବେ ଦାୟିତ୍ବ ତୁଲାଉଥିବାରୁ ଶ୍ରୀପାଣିଗ୍ରାହୀଙ୍କ ଉପରେ ସମସ୍ତ ଦାୟିତ୍ବ ନ୍ୟସ୍ତ ହୋଇଛି । ବିଜୟ କୁମାର ଶର୍ମା ଅଗ୍ନିଶମବିଭାଗର ମହାନିର୍ଦ୍ଦେଶକ ପଦରେ ଥିବାବେଳେ ବହୁ ସଂସ୍କାର ମୂଳକ ଓ ଲୋକାଭିମୁଖୀ ପଦକ୍ଷେପ ନେବା ସହ ଆଇନକୁ କଡାକଡି ଭାବେ ଲାଗୁ କରିଥିଲେ । ସେହି ପ୍ରକ୍ରିୟାକୁ ଆଗକୁ ବଢାଇବା ଲାଗି ଉଦ୍ୟମ କରିବି ବୋଲି ଦାୟିତ୍ବ ନେବାପରେ ଅସିତ ପାଣିଗ୍ରାହୀ କହିଛନ୍ତି ।

ଅସିତ ପାଣିଗ୍ରାହୀ ୨୦୧୫ ମସିହାରେ ଆଜି ପାହ୍ୟାକୁ ପଦୋନ୍ନୋତି ପାଇବା ପରେ ବାଲେଶ୍ବର ରେଂଜର ଆଇଜି , କ୍ରାଇମବ୍ରାଞ୍ଚର ଆଜି ଭାବେ ସଫଳତାର ସହ ଦାୟିତ୍ବ ତୁଲାଇବାପରେ ହେଡକ୍ବାଟର ଆଇଜି ଭାବେ କାର୍ଯ୍ୟଭାର ତୁଲାଉଥିଲେ ।

 ନିଜ କାର୍ଯ୍ୟକାଳଭାବେ ଶ୍ରୀ ପାଣିଗ୍ରାହୀ ମାଲକାନଗିରି, ଅନୁଗୁଳ, ନୟାଗଡ, ଯାଜପୁର, ସମ୍ବଲପୁର, ପୁରୀ, କେନ୍ଦୁଝର ଆଦି ଜିଲ୍ଲାର ଏସପି ଭାବେ କାର୍ଯ୍ୟ କରିଛନ୍ତି ।ନକ୍ସଲ ଉପଦୃତ ମାଲକାନଗିରି ଜିଲ୍ଲାର ଏସପିଭାବେ ତାଙ୍କ କାର୍ଯ୍ୟ ବେଶ ପ୍ରଶଂସନୀୟ ଥିଲା ।  ଜଣେ ଦକ୍ଷ ଓ ସଚ୍ଚୋଟ ପୋଲିସ ଅଧିକାରୀଭାବେ ଖ୍ୟାତି ଅର୍ଜନ କରିଥିବା ଅସିତ ପାଣିଗ୍ରାହୀ କାର୍ଯ୍ୟରେ ଯୋଗ ଦେବାପରେ ବିଭାଗର କାର୍ଯ୍ୟ ପରିସରକୁ ଅଧିକ ବ୍ୟାପକ କରିବା ସହ ଲୋକାଭିମୁଖୀ କରିବେ ବୋଲି କହିଛନ୍ତି ।

ଓଡିଶା ସରକାର ୧୯୯୩ ମସିହାରେ ଫାୟାର ଆକ୍ଟ ପ୍ରଣୟନ କରିଥିଲେ । ୨୦୧୭ ମସିହାରେ ଏହାର ରୁଲ ଫ୍ରେମ ହୋଇଥିଲା । ୨୦୧୯ ମସିହାରେ ଏଥିରେ ଆବଶ୍ୟକୀୟ ସଂଶୋଧନ କରାଯାଇଛି । ସମଗ୍ର ଦେଶରେ ଏହା ଏକ ଆଦର୍ଶ ଆଇନ ହୋଇଥିବାବେଳେ ଏହାକୁ ବାସ୍ତବ କ୍ଷେତ୍ରରେ କାର୍ଯ୍ୟକାରୀ କରିବା ତାଙ୍କ ପାଇଁ ଏକ ଚ୍ୟାଲେଞ୍ଜ ବୋଲି ଆଜି ଶ୍ରୀ ପାଣିଗ୍ରାହୀ ଦାୟିତ୍ବ ଗ୍ରହଣ ପରେ କହିଛନ୍ତି ।

 ଓଡିଶାର ୩୧୪ ବ୍ଲକରେ ୩୪୦ଟି ଫାୟାରଷ୍ଟେଶନ ରହିଛି । ଏହିସବୁ ଫାୟାର ଷ୍ଟେଶନ ଜରିଆରେ ଲୋକଙ୍କୁ ଅଗ୍ନି ନିରାପତ୍ତା ଯୋଗାଇଦେବା ତାଙ୍କରମୁଖ୍ୟ ଲକ୍ଷ୍ୟ ହେବ ବୋଲି ମଧ୍ୟ ସେ କହିଛନ୍ତି । ନିଆଁ ଲାଗିବାପରେ ତାର ନିର୍ବାପନ କରିବା ନିହାତି ଆବଶ୍ୟକ । ତେବେ ନିଆଁ କେମିତି ଲାଗିବ ନାହିଁ ସେଥିପାଇଁ ଆଗୁଆ ପଦକ୍ଷେପ ନେବା ତାଙ୍କ ବିଭାଗର ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ହେବ ବୋଲି ଶ୍ରୀ ପାଣିଗ୍ରାହୀ କହିଛନ୍ତି ।

ଏଥିପାଇଁ ସହରାଞ୍ଚଳରେ ବିଭିନ୍ନ ହସ୍ପିଟାଲ, ମଲ, ହୋଟେଲ, ସିନେମାଘର ଆଦି ସାର୍ବଜନୀନ ସ୍ଥାନ ପାଇଁ ଅଗ୍ନି ନିରାପତ୍ତା କ୍ଲିଅରାନ୍ସ ବା ଅନୁମତି ପ୍ରଦାନ ପୂର୍ବରୁ ସଠିକ ଯାଞ୍ଚ ଓ ସ୍ବଚ୍ଛ କାର୍ଯ୍ୟ ପ୍ରଣାଳୀ ଉପରେ ମଧ୍ୟ ଗୁରୁତ୍ବ ପ୍ରଦାନ କରାଯିବ ବୋଲି ଶ୍ରୀ ପାଣିଗ୍ରାହୀ କହିଛନ୍ତି । ଏହି ପ୍ରକ୍ରୀୟାକୁ ଅନ୍‌ ଲାଇନ ମାଧ୍ୟମରେ କରିବା ପାଇଁ ଅଧିକ ଗୁରୁତ୍ବ ଦିଆଯିବ। ଅନଲାଇନ ମାଧ୍ୟମରେ ପ୍ରକ୍ରିୟା ହେଲେ ସ୍ବଚ୍ଛତା ନିଶ୍ଚୟ ଆସିବ ବୋଲି ସେ ଆଶାପ୍ରକାଶ କରିଛନ୍ତି ।

ଆଇନକୁ ମାନୁଥିବା ଏବଂ ସାଧୁ ବ୍ୟବସାୟୀ, ଉଦ୍ୟୋଗପତିଙ୍କୁ ହତାଶ ହେବାକୁ ଦିଆଯିବ ନାହିଁ ବୋଲି ମଧ୍ୟ ସେ କହିଛନ୍ତି ।  ଆଗକୁ ପାର୍ବଣ ଋତୁ ଥିବାରୁ ବିଭିନ୍ନ ସହରାଞ୍ଚଳରେ ତାଙ୍କ ବିଭାଗ ଅଧିକ ସତର୍କତାର ସହକାରେ କିଭଳି କାମ କରିବ ସେଥିଲାଗି ରୋଡମେପ ପ୍ରସ୍ତୁ କରାଯିବ ବୋଲି ସେ କହିଛନ୍ତି ।

   Related Posts