ଅଭୟ ହେଲେ ରାଜ୍ୟର ନୂଆ DGP, ସୁନୀଲ ରାଏ ହେଲେ ଅଗ୍ନିଶମ ମହାନିର୍ଦ୍ଦେଶକ

Published By : Prameya-News7 Bureau | November 20, 2019 IST

ଭୁବନେଶ୍ୱର ୨୦।୧୧:  ରାଜ୍ୟ ସରକାର ରାଜ୍ୟ ପୋଲିସ ଡିଜି ଅଗ୍ନିଶମ ଡିଜି ଅବସ୍ଥାପିତ ଥିବା ବରିଷ୍ଠ ଆଇପିଏସ୍ ଅଫିସର ବିଜୟ କୁମାର ଶର୍ମାଙ୍କୁ ଗୃହ ବିଭାଗକୁ ଅଫିସର ଅନ ସ୍ପେଶାଲ ଡ୍ୟୁଟି (ଓଏସଡି) ଭାବେ ବଦଳି କରିଛନ୍ତି। ତାଙ୍କସ୍ଥାନରେ ୧୯୮୬ ବ୍ୟାଚ୍ ଓଡିଶା କ୍ୟାଡର ଆଇପିଏସ୍  ଅଫିସର ଅଭୟଙ୍କୁ ଡିଜି ନିଯୁକ୍ତ ହୋଇଛନ୍ତି। ସେହିପରି ଏବେ ପୋଲିସ ଗୁଇନ୍ଦା ଡିଜି ଅବସ୍ଥାପିତ ସୁନୀଲ ରାୟଙ୍କୁ ଅଗ୍ନିଶମ ଡିଜି ଭାବେ ଅବସ୍ଥାପିତ କରାଯାଇଛି।

{"id":187372,"width":564,"height":422,"sizeSlug":"large"}

ଅଭୟ ଏବେ ଆନ୍ଧ୍ରପ୍ରଦେଶ ହାଇଦ୍ରାବାଦସ୍ଥିତ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ନ୍ୟାସନାଲ ପୋଲିସ ଆକାଡେମୀ(ଏସଭିଏନପିଏ)ରେ ଅବସ୍ଥାପିତ ଅଛନ୍ତି। ତେବେ ରାଜ୍ୟ ସରକାର ତୁରନ୍ତ ବଦଳି ନିର୍ଦ୍ଦେଶ କାର୍ଯ୍ୟକାରି କରିଥିବା ଯୋଗୁ ରାଜ୍ୟ ପୋଲିସ ଡିଜି ଭାବେ ଅଭୟ ଦାୟିତ୍ୱଗ୍ରହଣ କରିବା ପର୍ଯ୍ୟନ୍ତ ସତ୍ୟଜିତ ମହାନ୍ତି ଅନ୍ତରିଣ ଡିଜି ଭାବେ କାର୍ଯ୍ୟ ତୁଲାଇବେ ବୋଲି ଜଣାପଡିଛି।  

{"id":187377,"width":580,"height":580,"sizeSlug":"large"}

୨୦୧୦ ମସିହାରେ ରାଷ୍ଟ୍ରପତି ପୋଲିସ ମେଡାଲରେ ସମ୍ବର୍ଦ୍ଧିତ ଅଭୟ ଏନପିଏ ପୂର୍ବରୁ ନାରକୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି)ର ମହାନିର୍ଦ୍ଦେଶକ ଅବସ୍ଥାପିତ ଥିଲେ।  ଏକଦା କମନୱେଲଥ ଫଣ୍ଡ ବୈଷୟିକ ସହଯୋଗ ନିମନ୍ତେ ଅନ୍ତର୍ଜାତୀୟ ଡେପୁଡେଟସନରେ ଥିବା ଅଭୟ ୭ ବର୍ଷ ସିବିଆଇରେ ମଧ୍ୟ କାର୍ଯ୍ୟ କରିଥିଲେ। ଏହି ସମୟରେ ସେ ଓଡିଶା ସିବିଆଇ ଦୁର୍ନୀତି ନିବାରଣ ଶାଖାର ନେତୃତ୍ୱ ନେଇଥିବା ବେଳେ ନୂଆଦିଲ୍ଲୀରେ ବ୍ୟାଙ୍କ ଫ୍ରଡ ଓ ସିକ୍ୟୁରିଟି ସେଲ ଡିଆଜି ଭାବେ ଦକ୍ଷତାର ସହ କାର୍ଯ୍ୟ କରିଥିଲେ। ଏହା ଛଡା ସେ ସିଆରପିଏଫର ଏଡିଜି (ଟ୍ରେନିଂ) ଓ ସିବିଆଇ ଆକାଡେମୀର ନିର୍ଦ୍ଦେଶକ ମଧ୍ୟ ଅବସ୍ଥାପିତ ଥିଲେ।

{"id":187378,"width":576,"height":383,"sizeSlug":"large"}

ଓଡିଶା ପୋଲିସ ମୁଖ୍ୟ ଭାବେ ଅଭୟ ତାଙ୍କ ଅବସର ୩୦ ଜୁନ ୨୦୨୧ ପର୍ଯ୍ୟନ୍ତ ଅବସ୍ଥାପିତ ରହିବେ।  ଗତ ଅଗଷ୍ଟ ମାସରେ ରାଜ୍ୟ ପୋଲିସ  ଡିଜି ଥିବା ଡା. ରାଜେନ୍ଦ୍ର ପ୍ରସାଦ ଶର୍ମା ଓଡିଶା ଲୋକାୟୁକ୍ତ ସଦସ୍ୟ ଅବସ୍ଥାପିତ ହେବା ଯୋଗୁ ତାଙ୍କ ସ୍ଥାନରେ ୧୯୮୬ ବ୍ୟାଚ୍ ଆଇପିଏସ ବିଜୟ କୁମାର ଶର୍ମାଙ୍କୁ ପୋଲିସ ଡିଜି ତଥା  ରାଜ୍ୟ ପୋଲିସ ବଳ ମୁଖ୍ୟ (ଏଚଓପିଏଫ)ଅବସ୍ଥାପିତ କରାଯାଇଥିଲା ।  କଟକ-ଭୁବନେଶ୍ୱର ପୋଲିସ କମିଶନରେଟରେ ମେ ୨୦୦୮ରୁ ମେ ୨୦୧୨ ପର୍ଯ୍ୟନ୍ତ  ଦୀର୍ଘ ୪ ବର୍ଷ କାଳ ଧରି ବିଜୟ କୁମାର ଶର୍ମା କମିଶନର ଅବସ୍ଥାପିତ ଥିଲେ। ଏହା ଛଡ଼ା ସେ ୭ ବର୍ଷ ଧରି ରାଜ୍ୟ କ୍ରାଇମବ୍ରାଞ୍ଚର ଆଇଜି, ଆଡିସନାଲ ଡିଜି ଓ ସ୍ପେଶାଲ ଡିଜି ଭାବେ ମଧ୍ୟ କାର୍ଯ୍ୟ କରିଥିଲେ।

{"id":187379,"width":583,"height":347,"sizeSlug":"large"}

ଅନ୍ୟପକ୍ଷରେ ପଦୋନ୍ନତି ଯୋଗୁ ରାଜ୍ୟ ସରକାର ବିଜୟ କୁମାର ଶର୍ମାଙ୍କ ସ୍ଥାନରେ କେନ୍ଦ୍ରୀୟ ଡେପୁଟେସନରେ ସିଆଇଏସଏଫ ଆଇଜି ଥିବା ୧୯୮୭ ବ୍ୟାଚ୍ ଆଇପିଏସ୍ ଅଫିସର ସୁନୀଲ ରାୟଙ୍କୁ କଟକ-ଭୁବନେଶ୍ୱର ପୋଲିସ କମିଶନରେଟର କମିଶନର ଅବସ୍ଥାପିତ କରିଥିଲେ। ପରେ ବିଭିନ୍ନ ପଦପଦବୀରେ କାର୍ଯ୍ୟ କରି ରାୟ ପୋଲିସ ଗୁଇନ୍ଦା ଡିଜି ପଦବୀରେ ଅବସ୍ଥାପିତ ଥିବା ବେଳେ ତାଙ୍କୁ ଏବେ ଅଗ୍ନିଶମ ଓ ହୋମଗାର୍ଡ ଡିଜି ନିଯୁକ୍ତ କରାୟାଇଛି।

{"id":187380,"width":582,"height":378,"sizeSlug":"large"}

ରାଜ୍ୟରେ ଅଗ୍ନି ନିରାପତ୍ତା ସାର୍ଟିଫିକେଟ ପ୍ରଦାନରେ ବଡଧରଣ ଘୋଟାଲା ଅଭିଯୋଗରେ ରାଜ୍ୟ ସରକାର ଡିଜି ପଦରୁ ବିକେ ଶର୍ମାଙ୍କୁ ହଟାଇ ତାଙ୍କ ସ୍ଥାନରେ ୧୯୮୬ ବ୍ୟାଚର ବରିଷ୍ଠ ଆଇପିଏସ ଅଧିକାରୀ ଅଭୟଙ୍କୁ ଦାୟିତ୍ୱ ପ୍ରଦାନ କରିଛନ୍ତି । ବିକେ ଶର୍ମା ପୋଲିସ ନିର୍ଦ୍ଦେଶକ ହେବା ପୂର୍ବରୁ ଅଗ୍ନିଶମ ବିଭାଗର ଡିଜି ଥିଲେ ।ଏପରିକି ଡିଜିପି ହେବା ପରେ ମଧ୍ୟ ସେ ଅଦ୍ୟାବଧି ଅଗ୍ନିଶମ ଡିଜି ରହିଥିଲେ ।

{"id":187386,"width":576,"height":390,"sizeSlug":"large"}

ତେବେ ତାଙ୍କ ସମୟରେ ଅଗ୍ନି ନିରାପତ୍ତା ସାର୍ଟିଫିକେଟ ପ୍ରଦାନରେ ବ୍ୟାପକ ଅନିୟମିତତା ହୋଇଥିବା ପ୍ରାଥମିକ ଭାବେ ସରକାର ଜାଣିପାରିଛନ୍ତି । ଏଥିଲାଗି ସରକାର ତଦନ୍ତ ନିର୍ଦ୍ଦେଶ ପ୍ରଦାନ କରିଛନ୍ତି । ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର ଏବଂ ଗୃହ ସଚିବଙ୍କୁ ନେଇ ଗଠିତ ତିନିଜଣିଆ କମିଟି ଏହି ଘୋଟାଲାର ତଦନ୍ତ କରିବ । ପୋଲିସ ମହାନିର୍ଦ୍ଦେଶକ ପଦରେ ବିକେ ଶର୍ମା ରହିଲେ ତଦନ୍ତରେ ବାଧା ସୃଷ୍ଟି ହେବ ବୋଲି ଆଶଂକା କରି ଆଜି ବିଳମ୍ବିତ ସଂଧ୍ୟାରେ ସରକାର ତାଙ୍କୁ ଡିଜି ପଦରୁ ହଟାଇ ଗୃହ ବିଭାଗର ଓଏସଡି ଭାବେ ଅବସ୍ଥାପିତ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.