ଏ.ପି.ମାହେଶ୍ୱରୀ ହେବେ ନୂଆ CRPF ଡିଜି, ଜାରି ହେଲା ନିର୍ଦ୍ଦେଶ

Published By : Prameya-News7 Bureau | January 13, 2020 IST

ନୂଆଦିଲ୍ଲୀ ୧୩।୧: ବରିଷ୍ଠ ଆଇପିଏସ୍ ଅଫିସର ଏ.ପି. ମାହେଶ୍ୱରୀଙ୍କୁ କେନ୍ଦ୍ରୀୟ ରିଜର୍ଭ ପୋଲିସ ବଳ (ସିଆରପିଏଫ) ଡିଜି ନିଯୁକ୍ତ କରାଯାଇଛି। ଏ ନେଇ କେନ୍ଦ୍ର କାର୍ମିକ ମନ୍ତ୍ରାଳୟ ସୋମବାର ନିର୍ଦ୍ଦେଶ ଜାରି କରିଛନ୍ତି। ୧୯୮୪ ବ୍ୟାଚ୍ ଉତ୍ତରପ୍ରଦେଶ କ୍ୟାଡରର ଏହି ଆଇପିଏସ୍ ଅଫିସର ଏବେ କେନ୍ଦ୍ର ଗୃହମନ୍ତ୍ରାଳୟରେ ସ୍ୱତନ୍ତ୍ର ସଚିବ( ଅନ୍ତରୀଣ ସୁରକ୍ଷା) ଅବସ୍ଥାପିତ ଥିଲେ।

{"align":"center","id":210817,"width":398,"height":441,"sizeSlug":"large"}

ମନ୍ତ୍ରାଳୟଙ୍କ ନିର୍ଦ୍ଦେଶ ମୁତାବକ ଏହି ପଦବୀରେ ମାହେଶ୍ୱରୀ ୨୮ ଫେବୃଆରୀ ୨୦୨୧ ପର୍ଯ୍ୟନ୍ତ ଅବସ୍ଥାପିତ ରହିବେ। ଏହି ପଦବୀରେ ଅବସ୍ଥାପିତ ଆର.ଆର.ଭଟନାଗର ଗତ ଡିସେମ୍ବର ୩୧ ତାରିଖରେ ଅବସର ନେଇଛନ୍ତି। ଏଣୁ ପଦବୀଟି ଖାଲିଥିଲା। ୨ଲକ୍ଷ ୭୫ ହଜାରରୁ ଊର୍ଦ୍ଧ୍ୱ ସୁରକ୍ଷା କର୍ମୀଙ୍କ ଏହି ସଙ୍ଗଠନ ବିଶ୍ୱର ସର୍ବ ବୃହତ୍ତ ଅଗ୍ରଣୀ ଅର୍ଦ୍ଧ ସୈନିକ ବଳ ଭାବେ ପରିଚିତ।  

{"id":210819,"sizeSlug":"large"}

ଏବେ କେନ୍ଦ୍ରୀୟ କାର୍ମିକ ମନ୍ତ୍ରାଳୟଙ୍କ ନିର୍ଦ୍ଦେଶ ପରେ ମାହେଶ୍ୱରୀ ଏହି ବିଶାଳ ଅର୍ଦ୍ଧସାମରିକ ବାହିନୀର ନେତୃତ୍ୱ କରିବେ। ଦେଶରେ ସିଆରପିଏଫ ଜବାନଙ୍କୁ ଏବେ ନକ୍ସଲ ଉପଦ୍ରୁତ ଅଞ୍ଚଳରେ ନକ୍ସଲ ମୁକାବିଲା ସମେତ ଜମ୍ମୁ-କାଶ୍ମୀରରେ ଆତଙ୍କବାଦ ମୁକାବିଲାରେ ମୁତୟନ କରାଯାଇଛି। ଏହା ଛଡା ଏହି ସୁରକ୍ଷା ବଳ ଦେଶର ୧୩୦ରୁ ଊର୍ଦ୍ଧ୍ୱ ଅତିବିଶିଷ୍ଟ ବ୍ୟକ୍ତିଙ୍କ ଜେଡପ୍ଲସ ସୁରକ୍ଷାରେ ମଧ୍ୟ ମୁତୟନ ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.