ବରିଷ୍ଠ ଆଇଏଏସ୍ ଅଫିସରଙ୍କୁ ଆକ୍ରମଣ : କିଛି ନ ଲୁଟି କେବଳ ଆକ୍ରମଣ କରିଥିଲେ, ଦୁର୍ବୃତ୍ତଙ୍କ ଉଦ୍ଦେଶ୍ୟକୁ ନେଇ ଉଠିଛି ପ୍ରଶ୍ନ

Published By : Prameya-News7 Bureau | June 28, 2019 IST

ଭୁବନେଶ୍ୱର ୨୮/୬ : ଆଇଏଏସ୍ ଅଫିସରଙ୍କୁ ଆକ୍ରମଣ । ତା ପୁଣି ତାଙ୍କରି ବାସଭବନରେ । ଗୁରୁବାର ସଂଧ୍ୟାରେ ରାଜଧାନୀର ୟୁନିଟ ୬ ଅଞ୍ଚଳରେ ଘଟିଥିବା ଏହି ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି । ଅଜଣା ଦୁର୍ବୃତ୍ତଙ୍କ ଆକ୍ରମଣର ଶିକାର ହୋଇଥିବା ବରିଷ୍ଠ ପ୍ରଶାସନୀକ ଅଧିକାରୀ ହେଲେ  ଖଣି ଓ ଇସ୍ପାତ ବିଭାଗର ଉପସଚିବ ବଟକୃଷ୍ଣ ଦେହୁରୀ । ଏହି ଘଟଣା ରାଜଧାନୀରେ ବୃଦ୍ଧି ପାଉଥିବା ଅସୁରକ୍ଷିତାର କେବଳ ପ୍ରମାଣ ନୁହେଁ ପୋଲିସ ପାଇଁ ବି ମୁଣ୍ଡବ୍ୟଥାର କାରଣ ।

{"id":128244}

ଅସୁରକ୍ଷିତ ରାଜଧାନୀ । ଏଠି କେବଳ ସାଧାରଣ ଜନତା ନୁହନ୍ତି, ଉଚ୍ଚ ପଦାଧୀକାରୀ ବି ନୁହନ୍ତି ସୁରକ୍ଷିତ । ଖଣି ଓ ଇସ୍ପାତ ବିଭାଗ ଉପସଚିବ ବଟକୃଷ୍ଣ ଦେହୁରୀ ପୋଲିସ ସୁରକ୍ଷା ମାଗିବା ଘଟଣା ପରେ ସୃଷ୍ଟି ହୋଇଛି ଆଲୋଡନ । ଆଇଏଏସ ଅଧିକାରୀ ବଟକୃଷ୍ଣ ଦେହୁରୀ ଗୁରୁବାର ଦିନ ଯୁନିଟ ୬ ସ୍ଥିତ ନିଜ କ୍ୱାଟର ନିକଟରେ ଅଜଣା ଦୁର୍ବୃତ୍ତଙ୍କ ଆକ୍ରମଣରେ ଆହତ ହୋଇଛନ୍ତି । ସଂଧ୍ୟା ପ୍ରାୟ ସାଢେ ସାତଟା ବେଳେ ଅଫିସରୁ ଫେରି ଉପସଚିବ କାର୍‌ରୁ ଓହ୍ଲାଇ ତାଙ୍କ ସି ଟାଇପ କ୍ବାଟର ୬ / ୪ର ଗେଟ୍‌ ଖୋଲି ପସୁଥିଲେ ।  

{"id":128245}

ଗେଟ୍ ନିକଟରେ  ହଠାତ୍  ତାଙ୍କୁ ଆକ୍ରମଣ  କରିଥିଲେ କଳାରଙ୍ଗର ବାଇକ୍‌ରେ ଆସିଥିବା ଦୁଇ ଜଣ ଦୁର୍ବୃତ୍ତ ।  ସେମାନଙ୍କ ଠେଙ୍ଗାରେ ଆକ୍ରମଣରେ ଉପସଚିବ ତଳେ ପଡିଯିବାରୁ ଦୁର୍ବୃତ୍ତ ଦୁହେଁ ଚମ୍ପଟ ମାରିଥିଲେ । ତେବେ, କିଏ କାହିଁକି ତାଙ୍କୁ ଆକ୍ରମଣ କଲା ତାହା ବୁଝିପାରୁନାହାନ୍ତି ଉପସଚିବ । ସେ କହିଛନ୍ତି, ତାଙ୍କର କେହି ଶତ୍ରୁ ନାହାନ୍ତି ।

{"id":128246}

ଆକ୍ରମଣ କାରୀ ଉପସଚିବଙ୍କୁ ଆକ୍ରମଣ କରିଥିଲେ ବି, ତାଙ୍କ ଠାରୁ କିଛି ଜିନିଷ ଛଡାଛଡି କରିନଥିଲେ । ଏପରି କାଣ୍ଡରୁ ଦୁର୍ବୃତ୍ତଙ୍କ ଉଦ୍ଦେଶ୍ୟ ନେଇ ପ୍ରଶ୍ନ ଉଠିଛି । କ୍ୟାପିଟାଲ ଥାନା ପୋଲିସ ଘଟଣାର ତଦନ୍ତ କରୁଛି । ପାଖାପାଖି ଲାଗିଥିବା ସିସିଟିଭିର ଫୁଟେଜରୁ ଦୁର୍ବୃତ୍ତଙ୍କ ସଂମ୍ପର୍କରେ ଛାନଭିନ୍ ଜାରିଥିଲେ ବି ପୋଲିସ କୁ ଏବେ ସୁଦ୍ଧା କିଛି ସୁରାକ ମିଳିନାହିଁ ।

{"id":128247}

ଗତ କିଛିଦିନ ଧରି ରାଜଧାନୀରେ ଲୁଟେରା ମାନଙ୍କର ଉତ୍ପାତ ବଢିଚାଲିଥିବାରୁ ଉପସଚିବଙ୍କ ଆକ୍ରମଣ ଘଟଣାରେ ସେପରି କିଛି ଲିଙ୍କ୍‌ ଥାଇପାରେ । ଅନ୍ୟ ପକ୍ଷରେ ନିଜ ଅଫିସର କିମ୍ବା ସରକାରୀ କାର୍ଯ୍ୟକୁ ନେଇ କେହି ବଟକୃଷ୍ଣଙ୍କ ଉପରେ ରାଗ ରଖି ଏପରି କରିଥିବା ଆଶଙ୍କାକୁ ବି ଏଡାଯାଇ ନପାରେ । ପୋଲିସ ସବୁ ଦିଗରୁ ତଦନ୍ତ କରୁଥିବା ବେଳେ, ଅପରାଧୀ ପାଖରେ ତୁରନ୍ତ ପହଞ୍ଚିବା କମିଶନରେଟ ପୋଲିସ ପାଇଁ ନିଶ୍ଚିତ ଭାବେ ଏକ ବଡ ଚ୍ୟାଲେଞ୍ଜ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.