ବରିଷ୍ଠ IAS ଗଗନ ଧଳଙ୍କ ଭିଆରଏସ୍ ନିବେଦନ ମଞ୍ଜୁର, ସୂଚନା ଦେଲେ GA

Published By : Prameya-News7 Bureau | December 02, 2019 IST

ଭୁବନେଶ୍ୱର ୨।୧୨: ବରିଷ୍ଠ ଆଇଏଏସ ଅଫିସର ତଥା ରାଜ୍ୟ ବନ ଉନ୍ନୟନ ନିଗମ(ଓଏଫଡିସି)ର ଚେୟାରମ୍ୟାନ ଗଗନ କୁମାର ଧଳ ସ୍ୱେଚ୍ଛାକୃତ ଅବସର ଗ୍ରହଣ କରିଛନ୍ତି। ସୋମବାର ସାଧାରଣ ପ୍ରଶାସନ (ଜିଏ)ବିଭାଗ ଏହି ସୂଚନା ଦେଇଛନ୍ତି। ଧଳ ଅନେକ ଦିନରୁ ଭିଆରଏସ୍ ଲାଗି ଆବେଦନ କରିଥିଲେ। ଏଥିଲାଗି ସେ ତାଙ୍କର ବ୍ୟକ୍ତିଗତ କାରଣ ଦର୍ଶାଇଥିଲେ ବୋଲି ବିଜ୍ଞପ୍ତିରେ କୁହାଯାଇଛି।

୧୯୮୫ ବ୍ୟାଚ୍ ର ଗଗନ କୁମାର ଧଳ  କୃଷି ଉତ୍ପାଦନ କମିଶନ ଭାବେ ଅବସ୍ଥାପିତ ଥିବା ବେଳେ ଗତ ଅଗଷ୍ଟମାସରେ ତାଙ୍କର ବଦଳି ହୋଇଥିଲା। ଏଥିରେ ତାଙ୍କୁ ଓଏଫଡିସିର ଅଧ୍ୟକ୍ଷ ନିଯୁକ୍ତ କରାଯବା ସହ ତାଙ୍କ ପଦବୀକୁ ମୁଖ୍ୟ ଶାସନସଚିବ ତୁଲ୍ୟ ବୋଲି ଘୋଷଣା କରାଯାଇଥିଲା। ତେବେ ସେତେବେଳେ ଧଳ ଭିଆରଏସ ଲାଗି ନିବେଦନ କରିଥିଲେ।

କୃଷି ଉତ୍ପାଦନ କମିଶନର ପୂର୍ବରୁ ଧଳ ରାଜ୍ୟ ପର୍ଯ୍ୟଟନ ବିଭାଗର ପ୍ରମୁଖ ଶାସନ ସଚିବ ଥିଲେ। କେବଳ ପର୍ଯ୍ୟଟନ, କୃଷି ଅଥବା ବନ ଉନ୍ନୟନ ନିଗମ ନୁହେଁ ଧଳ ରାଜ୍ୟ ସରକାରଙ୍କ ଅନେକ ଗୁରୁତ୍ୱପୂର୍ଣ୍ଣ ପଦପଦବୀରେ ଦକ୍ଷତାର ସହ କାର୍ଯ୍ୟ କରିଛନ୍ତି। ତାଙ୍କର ସ୍ୱେଚ୍ଛାକୃତ ଅବସର ଲାଗି ନିବେଦନକୁ ଗ୍ରହଣ କରାଯାଇଥିବା ସୋମବାର ଜିଏ ଡିପାର୍ଟମେଣ୍ଟ ପକ୍ଷରୁ ସୂଚିତ କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.