ପୁଣି ରବି ଶାସ୍ତ୍ରୀ ହେଲେ ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍, ୨୦୨୧ ପର୍ଯ୍ୟନ୍ତ ରହିବେ ଦାୟିତ୍ୱରେ

Published By : Prameya-News7 Bureau | August 16, 2019 IST

ମୁମ୍ବାଇ ୧୬।୮: ବରିଷ୍ଠ କ୍ରିକେଟର ରବି ଶାସ୍ତ୍ରୀ ପୁଣି ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍ ନିଯୁକ୍ତ ହୋଇଛନ୍ତି। ମୁଖ୍ୟ କୋଚ୍ ଙ୍କ ନିଯୁକ୍ତି ସମ୍ପର୍କରେ କପିଲ ଦେବ ଶୁକ୍ରବାର ଏଠାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିଛନ୍ତି। କପିଲ ଦେବଙ୍କ ନେତୃତ୍ୱରେ ୩ ସଦସୀୟ ସିଏସି ଭାରତୀୟ ଟିମର ନୂଆ କୋଚଙ୍କ ନାମ ଟେଲି କନଫରେନସିଂ ପରେ ଚୂଡାନ୍ତ କରିଥିବା କପିଲ ଦେବ ଘୋଷଣା କରିଛନ୍ତି। ସମିତି ଇଣ୍ଟରେଭ୍ୟୁ ପରେ ପଦରେ ରବି ଶାସ୍ତ୍ରୀଙ୍କୁ ଅବସ୍ଥାପିତ କରିବା ଲାଗି ନିଷ୍ପତ୍ତି ନେଇଛନ୍ତି ।

{"id":145026}

ବିସିସିଆଇ ଗତ ଜୁଲାଇ ମାସରେ ଟିମ୍ ର ମୁଖ୍ୟ କୋଚ୍ ପଦବୀ ନିମନ୍ତେ ବିଜ୍ଞପ୍ତି ଜାରି କରିଥିଲେ। ଏଥିପାଇଁ ୨ ହଜାରରୁ ଅଧିକ ଆବେଦନପତ୍ର ମିଳିଥିଲା। ତେବେ ପୂର୍ବ କୋଚ୍ ଙ୍କୁ ପରିବର୍ତ୍ତନ ନ କରିବା ଲାଗି ନିଷ୍ପତ୍ତି ହୋଇଛି। ଟିମ୍ ର ମୁଖ୍ୟ କୋଚ୍ ପଦବୀ ନିମନ୍ତେ ବିସିସିଆଇ ୬ଜଣଙ୍କ ନାମକୁ ସର୍ଟ ଲିଷ୍ଟ କରିଥିଲେ। ଏଥିରେ ୩ ଜଣ ଭାରତୀୟ ହୋଇଥିବା ବେଳେ ଅନ୍ୟ ୩ ଜଣ ବିଦେଶୀ କ୍ରିକେଟର ଥିଲେ। ଭାରତର ରବି ଶାସ୍ତ୍ରୀଙ୍କ ବ୍ୟତୀତ ଲାଲଚନ୍ଦ ରାଜପୁତ, ଅଷ୍ଚ୍ରେଲିଆର ଟମ୍ ମୁଡି ଓ ନ୍ୟୁଜି ଲ୍ୟାଣ୍ଡର ମାଇକ୍ ହାସନ୍ ଆଦିଙ୍କ ନାମ ସର୍ଟଲିଷ୍ଟ ହୋଇଥିଲା। ତେବେ ଏଥିଲାଗି ସାକ୍ଷାତକାର ପୂର୍ବରୁ ରବି ଶାସ୍ତ୍ରୀ ହିଁ ଟିମ୍ ରମୁଖ୍ୟ କୋଚ୍ ଅବସ୍ଥାପିତ ରହିବା ଏକ ପ୍ରକାର ନିଶ୍ଚିତ ଥିଲା।

{"id":145027}

ଟିମ୍ ଇଣ୍ଡିଆର କ୍ୟାପ୍ଟେନ ବିରାଟ କୋହଲୀ ମୁଖ୍ୟ କୋଚ୍ ଭାବେ ରବି ଶାସ୍ତ୍ରୀଙ୍କୁ ପ୍ରଥମ ପସନ୍ଦ ବୋଲି କହିଥିଲେ। ରବି ଓ କୋହଲୀଙ୍କ ଯୁଗଳବନ୍ଦୀରେ କ୍ରିକେଟର ସମସ୍ତ ଫର୍ମାଟରେ ଭାରତୀୟ ଟିମ୍ ଉଲ୍ଲେଖନୀୟ ପ୍ରଦର୍ଶନ କରିବା ବି ରବିଙ୍କ ମନୋନୟନର ଏକ ମୁଖ୍ୟକାରଣ ପାଲଟିଛି। ୨୦୧୭ ମସିହାରେ ରବି ଶାସ୍ତ୍ରୀଙ୍କୁ ପ୍ରଥମ ଥର ଟିମ୍ ଇଣ୍ଡିଆର କୋଚ୍ ମନୋନୟନ କରାଯାଇଥିଲା। ସେତେବେଳେ ସଚ୍ଚିନ ତେନ୍ଦୁଲକର, ସୌରଭ ଗାଙ୍ଗୁଲୀ ଓ ଭି.ଭି.ଏସ୍ ଲକ୍ଷ୍ମଣଙ୍କୁ ନେଇ ଗଠିତ ୩ ସଦସୀୟ କମିଟି ରବିଙ୍କ ମନୋନୟନ କରିଥିଲେ। ଏହା ପୂର୍ବରୁ ୨୦୧୫ ମସିହାରେ ରବି ଶାସ୍ତ୍ରୀ ଟିମର ନିର୍ଦ୍ଦେଶକ ଭାବେ ଭାରତୀୟ କ୍ରିକେଟ୍ ଟିମକୁ ନିଜର ସେବା ଦେଇ ସାରିଛନ୍ତି।    

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.