କରୋନା ନେଲା ଆଉ ଏକ ଜୀବନ, ବରିଷ୍ଠ ସିପିଆଇଏମ ନେତାଙ୍କ ପୁଅଙ୍କ ଦେହାନ୍ତ

Published By : Prameya-News7 Bureau | May 29, 2021 IST

ନୀଳଗିରି, ୨୯/୫: ନୀଳଗିରି ବ୍ଲକ ଅଧିନ କେସିପୁର ପଂଚାୟତର ପୁର୍ବତନ ସମିତିସଭ୍ୟ ତଥା ବରିଷ୍ଠ ସିପିଆଇଏମ ନେତା ସୁରେଶ ନାୟକଙ୍କ ସାନପୁଅ ପ୍ରକାଶ (୩୫)ଙ୍କର କରୋନାରେ ଆଖି ବୁଜିଛନ୍ତି । କେସିପୁର ପଞ୍ଚାୟତ ଅଶୋକନାଳ ଗ୍ରାମର ପ୍ରକାଶ ୫ ଦିନ ପୂର୍ବରୁ ହଠାତ ଅସୁସ୍ଥ ଅନୁଭବ କରିବାରୁ ତାଙ୍କର କରୋନା ଟେଷ୍ଟ କରାଯାଇଥିଲା ।

ପଜିଟିଭ ଆସିବାରୁ ତାଙ୍କୁ ବାଲେଶ୍ଵର କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସ୍ଵାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ଖବର ପାଇ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କ ବ୍ୟକ୍ତିଗତ ସହାୟକ ଚନ୍ଦ୍ରବିନ୍ଦୁ ଦାସ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ ପରେ ତାଙ୍କୁ ଉତ୍ତମ ଚିକିତ୍ସା ପାଇଁ ଭୁବନେଶ୍ୱରରୁ ଭେଣ୍ଟିଲେଟର ଆମ୍ବୁଲାନ୍ସ ଡକାଇଥିଲେ । ହେଲେ ତାଙ୍କୁ ନବା ରାସ୍ତାରେ ଭଦ୍ରକ ନିକଟରେ ସେ ଆଖୁବୁଜି ଦେଇଥିଲେ । ତାଙ୍କର ୩ ବର୍ଷର ଝିଅଟିଏ । ପ୍ରକାଶଙ୍କ ମୃତ୍ୟୁରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ, ତାଙ୍କ ବ୍ୟକ୍ତିଗତ ସହାୟକ ଚନ୍ଦ୍ରବିନ୍ଦୁ ଦାସ, ନୀଳଗିରି ବିଧାୟକ ଇଂ ସୁକାନ୍ତ କୁମାର ନାୟକ, ପୁର୍ବତନ ବିଧାୟକ ପ୍ରଦୀପ୍ତ ପଣ୍ଡା, ଉପେନ୍ଦ୍ର ଦାସ, ଉପେନ୍ଦ୍ର ନାୟକ ଓ ଅଞ୍ଚଳବାସୀ ଗଭୀର ଶୋକ ପ୍ରକାଶ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.