କଂଗ୍ରେସରେ ଆମୂଳଚୁଳ ପରିବର୍ତ୍ତନ ଦରକାର, ଦାବି କଲେ ୨୦ରୁ ଅଧିକ ବରିଷ୍ଠ ନେତା, ସୋନିଆଙ୍କୁ ଲେଖିଲେ ପତ୍ର

Published By : Prameya-News7 Bureau | August 23, 2020 IST

ନୂଆଦିଲ୍ଲୀ, ୨୩।୦୮: ୨୩ରୁ ଅଧିକ ବରିଷ୍ଠ କଂଗ୍ରେସ ନେତା ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ପତ୍ର ଲେଖି ଦଳରେ ସଂସ୍କାର ବାବଦରେ ଦାବି କରିଛନ୍ତି । ଏହି ନେତାଙ୍କ ମଧ୍ୟରେ ୫ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ସମେତ ଶଶି ଥରୁରଙ୍କ ଭଳି ସାଂସଦ ଓ ପୂର୍ବତନ କେନ୍ଦ୍ରମନ୍ତ୍ରୀ ମଧ୍ୟ ସାମିଲ ଅଛନ୍ତି । ଦଳରେ ପରିବର୍ତ୍ତନ କରି ହେଉଥିବା କ୍ଷତିରୁ ରୋକାଯାଇପାରିବ ବୋଲି ଏହି ନେତାମାନେ କହିଛନ୍ତି ।

ଇଣ୍ଡିଆନ ଏକ୍ସପ୍ରେସର ରିପୋର୍ଟ ଅନୁସାରେ, ଏହି ପତ୍ର ବିଜେପିର ଶକ୍ତି ବୃଦ୍ଧିକୁ ଇସାରା କରୁଛି । ଦେଶର ଯୁବକମାନେ ନରେନ୍ଦ୍ର ମୋଦୀଙ୍କୁ ଭୋଟ୍ ଦେଉଛନ୍ତି । କଂଗ୍ରେସକୁ କ୍ଷତି ହେଉଛି । ଯୁବକଙ୍କ ଭରସା ହରାଇଛି କଂଗ୍ରେସ । ନେତାମାନେ ଦଳରେ ପୂର୍ଣ୍ଣକାଳୀନ ଓ ପ୍ରଭାବୀ ନେତୃତ୍ୱ ଉପରେ ଜୋର୍ ଦେଇଛନ୍ତି ।

ପତ୍ରରେ ଆହୁରି କୁହାଯାଇଛି ଯେ, ଲୋକସଭା ନିର୍ବାଚନ ହାରିବା ପରେ ଦଳ ଲଗାତାର ଭାବେ ଦୁର୍ବଳ ହେଉଛି । କାରଣ ସମ୍ବନ୍ଧରେ ଆତ୍ମନିରୀକ୍ଷଣ କରାଯାଉ ନାହିଁ । ଏନେଇ ସୋମବାର ସିଡବ୍ୟୁସିସି ବୈଠକରେ ଆଲୋଚନା କରାଯିବ ବୋଲି ଅନୁମାନ କରାଯାଉଛି ।

ଏହି ପତ୍ରରେ ରାଜ୍ୟସଭାରେ ବିରୋଧି ଦଳ ନେତା ଗୁଲାମ ନବୀ ଆଜାଦ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ଆନନ୍ଦ ଶର୍ମା, କପିଲ ଶିବଲ, ମନୀଷ ତିଓ୍ୱାରୀ, ସାଂସଦ ବିବେକ ତନଖା ଓ ଅନେକ ପୂର୍ବତନ ମୁଖ୍ୟମନ୍ତ୍ରୀ ଦସ୍ତଖତ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.