ବରିଷ୍ଠ କଂଗ୍ରେସ ନେତା ସି.ଏନ୍. ବାଲକୃଷ୍ଣନ୍‌ଙ୍କ ପରଲୋକ

Published By : Prameya-News7 Bureau | December 11, 2018 IST

କୋଚି ୧୧|୧୨: ବରିଷ୍ଠ କଂଗ୍ରେସ ନେତା ଓ ପୂର୍ବତନ କେରଳ ମନ୍ତ୍ରୀ ସି.ଏନ୍‌. ବାଲକୃଷ୍ଣନ୍‌ଙ୍କ ପରଲୋକ ହୋଇଛି । ସେ ନିମୋନିଆରେ ଆକ୍ରାନ୍ତ ହୋଇ ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ୮୭ବର୍ଷ ହୋଇଥିଲା।

ପୂର୍ବତନ କେରଳ ମୁଖ୍ୟମନ୍ତ୍ରୀ କେ. କରୁଣାନିଧିଙ୍କ ଦୀର୍ଘଦିନର ସହଯୋଗୀ ବାଲକୃଷ୍ଣ ୧୭ବର୍ଷ ଧରି ତ୍ରିସୁର ଜିଲ୍ଲା କଂଗ୍ରେସ କମିଟିର ଅଧ୍ୟକ୍ଷ ଥିଲେ। ସେ ଦୀର୍ଘଦିନ ଧରି କଂଗ୍ରେସରାଜ୍ୟ ୟୁନିଟ୍‌ର କୋଷାଧ୍ୟକ୍ଷ ମଧ୍ୟ ରହି ଆସିଥିଲେ।

୨୦୧୧ରେ ବାଲକୃଷ୍ଣ ପ୍ରଥମ ଥର ଲାଗି ନିର୍ବାଚନ ଲଢ଼ିଥିଲେ ଓ ଉମ୍ମେନ୍‌ ଚାଣ୍ଡିଙ୍କ କ୍ୟାବିନେଟ୍‌ରେ ସମବାୟ ମନ୍ତ୍ରୀ ହୋଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.