ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଓସ୍କାର ଫର୍ଣ୍ଣାଣ୍ଡିଜଙ୍କ ପରଲୋକ

Published By : Prameya-News7 Bureau | September 13, 2021 IST

ମାଙ୍ଗାଲୁରୁ ୧୩।୯:  ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଓସ୍କାର ଫର୍ଣ୍ଣାଣ୍ଡିଜଙ୍କର ସୋମବାର ପରଲୋକ ହୋଇଛି। ସେ ଗତ କିଛି ଦିନ ହେଲା ଅସୁସ୍ଥ ଥିଲେ। ମାଙ୍ଗାଲୋରସ୍ଥିତ ଏକ ଘରୋଇ ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଥିବା ବେଳେ ୮୦ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ତାଙ୍କ ପରଲୋକ ଖବର ପ୍ରସାରିତ ହେବା ପରେ କଂଗ୍ରେସରେ ଶୋକର ଛାୟା ଖେଳି ଯାଇଛି।

wp:embed {"url":"https://twitter.com/INCIndia/status/1437355373472587779","type":"rich","providerNameSlug":"twitter","responsive":true}
https://twitter.com/INCIndia/status/1437355373472587779
/wp:embed

ଏ ନେଇ ଏଆଇସିସି ଟ୍ୱିଟରରେ ଏକ ଶୋକବାର୍ତ୍ତା ପୋଷ୍ଟ କରାଯାଇଥିବା ବେଳେ ଫର୍ଣ୍ଣାଣ୍ଡିଜଙ୍କୁ ହରାଇ ଦଳ ଜଣେ ଅଭିଜ୍ଞ ନେତା ତଥା ମାର୍ଗଦର୍ଶକଙ୍କୁ ହରାଇଥିବା ପରି ଅନୁଭବ କରୁଥିବା ଉଲ୍ଲେଖ କରାଯାଇଛି। ଫର୍ଣ୍ଣାଣ୍ଡିଜଙ୍କ ଶୋକ ସନ୍ତପ୍ତ ପରିବାରଙ୍କ ଲାଗି ଦଳ ପକ୍ଷରୁ ଗଭୀର ସମବେଦନା ଜ୍ଞାପନ କରାଯାଇଛି। ଫର୍ଣ୍ଣାଣ୍ଡିଜ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧିଙ୍କ ସଂସଦୀୟ ସଚିବ ଥିଲେ। ଏଣୁ ଗାନ୍ଧି ପରିବାରଙ୍କ ସହ ତାଙ୍କର ଘନିଷ୍ଠତା ମଧ୍ୟ ଥିଲା।

wp:embed {"url":"https://twitter.com/RahulGandhi/status/1437364114473562113","type":"rich","providerNameSlug":"twitter","responsive":true}
https://twitter.com/RahulGandhi/status/1437364114473562113
/wp:embed

ମନମୋହନ ସିଂହଙ୍କ ନେତୃତ୍ୱରେ ୟୁପିଏ-୧ ଓ ୟୁପିଏ-୨ରେ ଫର୍ଣ୍ଣାଣ୍ଡିଜ ମନ୍ତ୍ରୀ ଥିଲେ। ବ୍ରିଟିଶ ଶାସିତ ଭାରତର ମାଡ୍ରାସ ପ୍ରେସିଡେନ୍ସି ଅନ୍ତର୍ଗତ ଉଡୁପିର କାନାରାରେ ଓସ୍କାର ଫର୍ଣ୍ଣାଣ୍ଡିଜ  ୨୭ ମାର୍ଚ୍ଚ ୧୯୪୧ ମସିହାରେ ଜନ୍ମ ଗ୍ରହଣ କରିଥିଲେ। ମନମୋହନ ସିଂହଙ୍କ ପ୍ରଥମ ସରକାରରେ ଫର୍ଣ୍ଣାଣ୍ଡିଜ କେନ୍ଦ୍ର ଶ୍ରମ ଓ ନିୟୋଜନ ରାଜ୍ୟମନ୍ତ୍ରୀ ଥିଲେ। ଏହା ବ୍ୟତୀତ ପରିବହନ, ସଡକ ଓ ରାଜମାର୍ଗ ମନ୍ତ୍ରୀ ଭାବେ ମଧ୍ୟ ଦକ୍ଷତାର ସହ ଦାୟିତ୍ୱ ନିର୍ବାହ କରିଥିଲେ।

wp:embed {"url":"https://twitter.com/rssurjewala/status/1437356567167324161","type":"rich","providerNameSlug":"twitter","responsive":true}
https://twitter.com/rssurjewala/status/1437356567167324161
/wp:embed

ସେ ୧୯୮୪, ୧୯୮୯, ୧୯୯୧ ଓ ୧୯୯୬ରେ ଉଡୁପି ସଂସଦୀୟ କ୍ଷେତ୍ରରୁ ଲଗାତାର ସାଂସଦ ନିର୍ବାଚିତ ହୋଇଛନ୍ତି। ୧୯୯୮ ମସିହାରେ ସେ ନିଜ ସଂସଦୀୟ ନିର୍ବାଚନମଣ୍ଡଳିରୁ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ। ପରେ ୨୦୦୪ ମସିହାରେ ପୁଣି ଥରେ ରାଜ୍ୟ ସଭାକୁ ନିର୍ବାଚିତ ହୋଇଥିଲେ। ବେଙ୍ଗାଲୁରୁ ଇଣ୍ଡିଆନ ଇନିଷ୍ଟିଚ୍ୟୁଟ ଅଫ ସାଇନ୍ସଙ୍କ କାଉନସିଲ ମେମ୍ବର ଭାବେ ଦୁଇଟି କାର୍ଯ୍ୟକାଳ ମଧ୍ୟ ତୁଲାଇଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.