Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦିଲ୍ଲୀ: କରୋନା ଟିକା ନେବା ପରେ ୫୧ ଜଣଙ୍କ ଠାରେ ଦେଖାଗଲା ପାର୍ଶ୍ବ ପ୍ରତିକ୍ରିୟା
  • ||
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୮୯୯ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଆରମ୍ଭ ହେଲା କୋଭିଡ୍ ଟିକାକରଣ, ୧୬୧ କେନ୍ଦ୍ରରେ ଚାଲିଛି ଟିକାଦାନ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୭୮ କୋଭିଡ୍ ସଂକ୍ରମିତ, ୩୩୩୧୨୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଦେଶରେ ଖସୁଛି କରୋନା ଗ୍ରାଫ୍, ଗତ ୨୪ଘଣ୍ଟାରେ ୧୫୧୫୮ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ଘାଟିରେ ଦୁର୍ଘଟଣା : ଟ୍ରକକୁ ସାମ୍ନା ପଟୁ ପିଟିଲା ବାଇକ୍‌, ଚାଲିଗଲା ଶଳା-ଭିଣୋଇଙ୍କ ଜୀବନ
  • ||
  • ବୈଠକ ପରେ ବୈଠକ କିନ୍ତୁ ଫଳ ଶୂନ ! ୧୯’ରେ ପୁଣି ଚାଷୀ-ସରକାର ଆଲୋଚନା
  • ||
  • ବରଗଡ଼: ବ୍ୟବସାୟୀଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା-ଗହଣା ଲୁଟ, ୩ ଲୁଟେରା ଗିରଫ
  • ||

କଂଗ୍ରେସର ବରିଷ୍ଠ ନେତା ଅହମ୍ମଦ ପଟେଲଙ୍କ ପରଲୋକ : କରୋନାରେ ସଂକ୍ରମିତ ହୋଇ ଚାଲିଥିଲା ଚିକିତ୍ସା

25/11/2020 at 7:27 AM

ନୂଆଦିଲ୍ଲୀ ୨୫/୧୧: କଂଗ୍ରେସର ବରିଷ୍ଠ ନେତା ଅହମଦ ପଟେଲଙ୍କ ପରଲୋକ ହୋଇଯାଇଛି। ଅହମଦ ପଟେଲ୍ ମାସେ ତଳେ କରୋନାରେ ସଂକ୍ରମିତ ହୋଇଥିଲେ। ଏହା ପରେ ତାଙ୍କ ଚିକିତ୍ସା ଚାଲିଥିଲା। ଅହମଦ ପଟେଲଙ୍କ ପୁଅ ଫୈଜଲ୍ ପଟେଲ୍ ଟ୍ବିଟ୍ କରି କହିଛନ୍ତି ଯେ ତାଙ୍କ ବାପା ଅହମଦ ପଟେଲଙ୍କ ଆଜି ସକାଳ ୩ଟା ୩୦ମିନିଟରେ ପରଲୋକ ହୋଇଯାଇଛି। ସୂଚନା ମୁତାବକ ଅହମଦ ପଟେଲଙ୍କ ଗୁରୁଗ୍ରାମର ମେଦାନ୍ତା ହସ୍ପିଟାଲରେ ଚିକିତ୍ସା ଚାଲିଥିଲା। ଏହି ହସ୍ପିଟାଲରେ ତାଙ୍କର ପରଲୋକ ହୋଇଯାଇଛି।

ଫୈଜଲ୍ ପଟେଲ୍ ଟ୍ବିଟ୍ କରି କହିଛନ୍ତି ଯେ ସେ ଅତ୍ୟନ୍ତ ଦୁଃଖର ସହ ନିଜ ବାପା ଅହମଦ ପଟେଲଙ୍କ ଦୁଃଖଦ ଏବଂ ଅକାଳ ମୃତ୍ୟୁର ଘୋଷଣା କରିଛନ୍ତି। ଫୈଜଲ୍ ପଟେଲ୍ କହିଛନ୍ତି ଯେ ୨୫ତାରିଖ ସକାଳେ ୩.୩୦ରେ ତାଙ୍କ ବାପାଙ୍କ ପରଲୋକ ହୋଇଯାଇଛି। ଫୈଜଲ୍ ପଟେଲ୍ କହିଛନ୍ତି ଯେ ପାଖାପାଖି ମାସେ ତଳେ ତାଙ୍କ ବାପା କରୋନାରେ ସଂକ୍ରମିତ ହୋଇଥିଲେ। ଚିକତ୍ସା ସମୟରେ ତାଙ୍କର ଅନେକ ଅଙ୍ଗ କାମ କରିବା ବନ୍ଦ କରିଦେଇଥିଲା ଏବଂ ସେ ମଲଟି ଓର୍ଗାନ୍ ଫେଲୁୟରର ଶିକାର ହୋଇଥିଲେ। ତାଙ୍କୁ ଗୁରୁଗ୍ରାମର ମେଦାନ୍ତା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏଠାରେ ହିଁ ସେ ଶେଷ ନିଃଶ୍ବାସ ତ୍ୟାଗ କରିଥିଲେ।

ଫୈଜଲ୍ ପଟେଲ୍ ଲୋକଙ୍କୁ ଅପିଲ କରିଛନ୍ତି ଯେ ସମସ୍ତେ କରୋନା ସହ ଜଡ଼ିତ ପ୍ରୋଟୋକଲ୍ ପାଳନ କରନ୍ତୁ ଏବଂ ଭିଡ଼ ଜାଗାକୁ ଯାଆନ୍ତୁ ନାହିଁ।

ଗୁଜରାଟରୁ ରାଜ୍ୟସଭା ସାଂସଦ ଏବଂ କଂଗ୍ରେସ୍ ପାର୍ଟିର କୋଷାଧ୍ୟକ୍ଷ ରହିଥିବା ଅହମଦ ପଟେଲଙ୍କୁ ନଭେମ୍ବର ୧୫ତାରିଖରେ ମେଦାନ୍ତା ହସ୍ପିଟାଲର ଆଇସିୟୁରେ ଭର୍ତ୍ତି କରାଯାଇଥିଲା।

୭୧ବର୍ଷର ଅହମଦ ପଟେଲ୍ ୩ଥର ଲୋକସଭାର ସଦସ୍ୟ ରହିଛନ୍ତି ଏବଂ ୫ଥର ରାଜ୍ୟସଭାର ସାଂସଦ ରହିଛନ୍ତି। ୨୦୧୮ମସିହା ଅଗଷ୍ଟରେ କଂଗ୍ରେସ୍ ପାର୍ଟିର କୋଷାଧ୍ୟକ୍ଷ ନିଯୁକ୍ତ କରାଯାଇଥିଲା। ପ୍ରଥମ ଥର ୧୯୭୭ମସିହାରେ ୨୬ବର୍ଷରେ ପ୍ରଥମ ଥର ଭରୁଚରୁ ଲୋକସଭା ନିର୍ବାଚନ ଜିତି ଅହମଦ ପଟେଲ୍ ସଂସଦ ପହଞ୍ଚିଥିଲେ। ସବୁବେଳେ ପରଦା ପଛରୁ ରାଜନୀତି କରୁଥିବା ଅହମଦ ପଟେଲ କଂଗ୍ରେସ୍ ପରିବାରର ବିଶ୍ବସ୍ତ ନେତାରେ ଗଣା ଯାଉଥିଲେ। ସେ ୧୯୯୩ମସିହାରେ ରାଜ୍ୟସଭା ସାଂସଦ ଥିଲେ।

   Related Posts