କ୍ବାର୍ଟର ପରିସରରୁ ବରିଷ୍ଠ କିରାଣୀଙ୍କ ମୃତଦେହ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ

Published By : Prameya-News7 Bureau | July 30, 2020 IST

ରାୟଗଡା ୩୦।୭: ବରିଷ୍ଠ କିରାଣୀଙ୍କ ମୃତଦେହ ଉଦ୍ଧାର ହୋଇଛି । କ୍ବାର୍ଟର ପରିସରରୁ ତାଙ୍କ ମୃତଦେଦ ଉଦ୍ଧାର କରାଯାଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

{"id":307507,"sizeSlug":"large"}

ସୂଚନାଯୋଗ୍ୟ ଯେ, ରାୟଗଡା ସହର ଜଳଛାୟା ମିଶନ କ୍ବାର୍ଟର ପରିସରରୁ ଜଣେ ବରିଷ୍ଠ କିରାଣୀଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତ କିରାଣୀ ହେଉଛନ୍ତି ଭି. ଭବନାରାୟଣ ନେହେରୁ । ତାଙ୍କ ବୟସ ୫୫ ବର୍ଷ ବୋଲି ଜଣାପଡିଛି । ତେବେ ତାଙ୍କ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ହସ୍ପିଟାଲକୁ ପଠାଇଛି । ଘଟଣାର ତଦନ୍ତ ଜାରି ରଖିଛି ପୋଲିସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.