ଭିଜିଲାନ୍ସ ଜାଲରେ କିରାଣୀ ବାବୁ:ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ଫଣ୍ଡରୁ ସହାୟତା ଯୋଗାଇ ଦେବା ପାଇଁ ଟ୍ୟୁମର ଆକ୍ରାନ୍ତ ରୋଗୀଙ୍କୁ ଦେବାକୁ ପଡ଼ିଥିଲା ୧୦୦୦ ଟଙ୍କା

Published By : Prameya-News7 Bureau | February 24, 2020 IST

କେନ୍ଦ୍ରାପଡା୨୪|୦୨: ମରିଗଲାଣି ମାନବିକତା। ଟ୍ୟୁମର ଆକ୍ରାନ୍ତ ରୋଗୀଙ୍କଠାରୁ ଲାଞ୍ଚ ନେବା ସମୟରେ ଧରା ପଡିଲେ ମହାକାଳପଡା ତହସିଲର ବରିଷ୍ଠ କିରାଣୀ । ସୋମବାର ଅପରାହ୍ନରେ ଭିଜିଲାନ୍ସ ଟିମ ଅଚାନକ ଚଢଉ କରି ଅଭିଯୁକ୍ତ ନାଜରଙ୍କୁ ଗିରଫ କରିଛି। ଅଭିଯୁକ୍ତ ହେଲେ ଟନ୍ଦ୍ରକାନ୍ତ ହାଁସଦା।

ତେବେ ସେ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡରୁ ୩୫ହଜାର ଟଙ୍କା ସହାୟତା ମଞ୍ଜୁର ହୋଇଥିବା ଜଣେ ବ୍ରେନ ଟ୍ୟୁମର ରୋଗୀଙ୍କୁ ପଇସା ନ ଦେଇ ବାରମ୍ବାର ଦୌଡାଉଥିଲେ। ଆଜି ସେ ଶେଷରେ ଆକ୍ରାନ୍ତଙ୍କୁ ଏକ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଆଜି ଅପରାହ୍ନ ପ୍ରାୟ ୩ଟା ବେଳେ ଅଭିଯୋଗକାରୀଙ୍କଠାରୁ ନାଜର ୧୦୦୦ ଟଙ୍କା ନେଉଥିବା ବେଳେ କେନ୍ଦ୍ରାପଡା  ଭିଜିଲାନ୍ସ ଡିଏସପି ଏସଏନ ରାୟଗୁରଙ୍କ ନେତୃତ୍ୱରେ ଏକ ଟିମ ସେଠାରେ ପହଁଚି ଟଙ୍କା ସହ ନାଜରଙ୍କୁ ଧରିଥିଲା। ପରେ ନାଜରଙ୍କ କାର୍ଯାଳୟରେ ବିଭିନ୍ନ ନଥିପତ୍ର ସହ ଯାଂଚ କରିଥିଲା।

ଭିଜିଲାନ୍ସ ଟିମ୍ ନାଜରଙ୍କ ହେପାଜତରେ ଥିବା ୧୩ ଲକ୍ଷ ଟଙ୍କାର ହିସାବରୁ ଚନ୍ଦ୍ରକାନ୍ତ ୧୧ ଲକ୍ଷର ହିସାବ ଦେଇଥିଲେ ମଧ୍ୟ ୨ ଲକ୍ଷର ହିସାବ ଦେଇପାରି ନଥିଲେ। ଏହାପରେ ଭିଜିଲାନ୍ସ ତାଙ୍କୁ ଜମ୍ବୁ ସ୍ଥିତ ଘରକୁ ନେଇଥିଲେ। ପୂର୍ବରୁ ଚନ୍ଦ୍ରକାନ୍ତଙ୍କ ନାମରେ ଏପରି ଅନେକ ଅଭିଯୋଗ ରହିଛି। ସେ ତହସିଲ କାର୍ଯ୍ୟାଳୟକୁ ଆସିଥିବା ତଥା ସରକାରୀ ଯେଜାନାର ହିତାଧିକାରୀଙ୍କୁ ବିଭିନ୍ନ ଭତା ଓ ନ୍ୟାୟ ସୁବିଧା ଲାଗି ଉତକୋଚ ଦାବି କରୁଥିଲେ। ଏପରିକି ସେ ସେମାନଙ୍କୁ ହଇରାଣ ହରକତ କରୁଥିବା ଅଭିଯୋଗ ହୋଇଆସୁଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.