Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କମିବାରେ ଲାଗିଛି କରୋନା ପ୍ରଭାବ, ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୭୦୭ ଆକ୍ରାନ୍ତ
  • ||
  • ବିରାଟ ବାହିନୀ ଚିତ୍‌ପଟାଙ୍ଗ, ଭାରତକୁ ୫୧ ରନରେ ହରାଇ ସିରିଜ୍ ହାତେଇଲା ଅଷ୍ଟ୍ରେଲିଆ
  • ||
  • କାର୍ତ୍ତିକ ପୂର୍ଣ୍ଣିମାରେ ପବିତ୍ର ଗଙ୍ଗା ସ୍ନାନକୁ ନେଇ ଦୁଇ ଦିନ ପାଇଁ ହରିଦ୍ୱାର ସୀମା ସିଲ୍
  • ||
  • ହାଡଭଙ୍ଗା ଶୀତ ଯୋଗୁଁ ମନାଲିରେ ଜଣକର ମୃତ୍ୟୁ, ଜିରୋ ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଡାଲିରେ ୧୫ ଟଙ୍କା ରିହାତି ଦେବେ ସରକାର
  • ||
  • ଭୁବନେଶ୍ୱର : କମିଲା କୋଭିଡ୍ ମୃତ୍ୟୁ ସଂଖ୍ୟା : ଗତ ୨୪ ଘଣ୍ଟାରେ ଯାଇଛି ୪ ମୁଣ୍ଡ, ୧୭୩୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୫୧୮ କରୋନା ସଂକ୍ରମିତ, ୩୧୮୩୦୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ସୋର : ଡକାୟତ ଗ୍ୟାଙ୍ଗ୍ ଓ ଗ୍ରାମବାସୀଙ୍କ ମଧ୍ୟରେ ଖଣ୍ଡ ଯୁଦ୍ଧ : ୪ ଗୁରୁତର, ଜଣେ ଗିରଫ
  • ||
  • ନୂଆଦିଲ୍ଲୀ : ଭାରତରେ କମୁଛି ସଂକ୍ରମଣ, ଗତ ୨୪ଘଣ୍ଟାରେ ୪୧୮୧୦ କରୋନା ଆକ୍ରାନ୍ତ ଚିହ୍ନଟ
  • ||
  • ଉଦଳା : ଜମିବାଡି ବିବାଦକୁ କେନ୍ଦ୍ରକରି ଡବଲ ମର୍ଡର ! ସଂମ୍ପର୍କୀୟ ଭାଇ ଓ ପୁତୁରାକୁ ହତ୍ୟା କଲା ଭାଇ
  • ||

ଆୟକର ବିଭାଗ ତରଫରୁ ବରିଷ୍ଠ ନାଗରିକ ଟ୍ୟାକ୍ସଦାତାଙ୍କୁ ଆଶ୍ବସ୍ତି, ମିଳିବ ରିହାତି

18/11/2020 at 12:52 PM

ନୂଆଦିଲ୍ଲୀ ୧୮/୧୧ : ଆୟକର ବିଭାଗ ବରିଷ୍ଠ ନାଗରିକଙ୍କୁ କିଛି ସ୍ପେଶାଲ ଟ୍ୟାକ୍ସର ଲାଭ ଦେଇଛି। ଯଦି ଆପଣ ବି ଏହି ଟ୍ୟାକ୍ସର ଲାଭ ଉଠାଇବାକୁ ଚାହୁଁଛନ୍ତି ତାହେଲେ ଜଣାନ୍ତୁ ବୃଦ୍ଧାବସ୍ଥାରେ ଟ୍ୟାକ୍ସ ସଞ୍ଚୟ କରିପାରିବେ। କିନ୍ତୁ ଏଥିପାଇଁ ଟ୍ୟାକ୍ସଦାତାଙ୍କ ବୟସ ୬୦ ରୁ ୮୦ ବର୍ଷ ମଧ୍ୟରେ ହେବା ଉଚିତ। ୮୦ ବର୍ଷରୁ ଅଧିକ ବୟସ ଲୋକଙ୍କୁ ଆୟକର ବିଭାଗ ବରିଷ୍ଠ ନାଗରିକ ଶ୍ରେଣୀଭୁକ୍ତ କରିଛି। ବରିଷ୍ଠ ନାଗରିକଙ୍କୁ କିଭଳି ଟ୍ୟାକ୍ସରେ ଲାଭ ମିଳିବ ଜାଣନ୍ତୁ:

ସାମାନ୍ୟ ନାଗରିକଙ୍କ ତୁଳନାରେ ବରିଷ୍ଠ ନାଗରିକଙ୍କୁ ଟ୍ୟାକ୍ସରେ ଅଧିକ ରିହାତି ମିଳିଥାଏ। ଆୟ ରାଶିରେ ରିହାତି ମିଳିଥାଏ ଏବଂ ଏଥିପାଇଁ ବ୍ୟକ୍ତିଙ୍କୁ କୌଣସି ଟ୍ୟାକ୍ସ ଦେବାକୁ ପଡ଼ିନଥାଏ। ୨.୫ ଲକ୍ଷ ଟଙ୍କା ଯାଏଁ ଆୟ କରୁଥିବା ନାଗରିକଙ୍କୁ ଆୟକର ରିଟର୍ନ ଦେବାକୁ ପଡ଼ିବନାହିଁ। ବରିଷ୍ଠ ନାଗରିକଙ୍କ ପାଇଁ ଏହି ସୀମା ୩ ଲକ୍ଷ ଟଙ୍କା | ସୁପର ବରିଷ୍ଠ ନାଗରିକଙ୍କ ପାଇଁ ଏହି ସୀମା ୫ ଲକ୍ଷ ଟଙ୍କା ରହିଛି।

ରିହାତି ସୀମାରେ ବରିଷ୍ଠ ନାଗରିକଙ୍କୁ ସାଧାରଣ ନାଗରିକଙ୍କ ତୁଳନାରେ ୫୦ ହଜାର ଟଙ୍କା ଅତିରିକ୍ତ ଲାଭ ହୋଇଥାଏ ଏବଂ ଏହି ରାଶି ଟ୍ୟାକ୍ସ ଅନ୍ତର୍ଭୁକ୍ତ ନୁହେଁ। ତାଛଡା ଟ୍ୟାକ୍ସ ଲିମିଟରୁ କମ ଟଙ୍କାରେ ବ୍ୟାଙ୍କ ଫିକ୍ସ ଡିପୋଜିଟ ପାଇଁ TDS କାଟୁଥିଲେ 15G/H ଫର୍ମ ଭରି ଆୟକର ରିଟର୍ନ ଅନୁସାରେ ଫେରସ୍ତ ନେଇପାରିବେ।

ଯଦି କୌଣସି ବରିଷ୍ଠ ନାଗରିକ ବାର୍ଷିକ ୫୦ ହଜାର ଟଙ୍କା ସ୍ୱାସ୍ଥ୍ୟ ବୀମାରେ ପ୍ରିମିୟମ ଭରିଛନ୍ତି ତାହେଲେ ସେଥିପାଇଁ ଟ୍ୟାକ୍ସ ଦେବାକୁ ପଡ଼ିବନି।

ଆଇଟି ଆକ୍ଟ ଧାରା ୨୦୮ ଅନୁସାରେ ଯେଉଁ ବ୍ୟକ୍ତିଙ୍କ ବାର୍ଷିକ ଟ୍ୟାକ୍ସ ୧୦ ହଜାରରୁ ଅଧିକ ଥାଏ ସେମାନଙ୍କୁ ଆଡ଼ଭାନ୍ସ ଟ୍ୟାକ୍ସ ଦେବାକୁ ପଡିଥାଏ। ଏଠାରେ ବରିଷ୍ଠ ନାଗରିକଙ୍କୁ ରିହାତି ଦିଆଯାଇଛି। ଧାରା ୨୦୭ ଅନ୍ତର୍ଗତ ବରିଷ୍ଠ ନାଗରିକଙ୍କୁ ଆଡ଼ଭାନ୍ସ ଟ୍ୟାକ୍ସ ଦେବାକୁ ପଡ଼ିବନି। ଆୟକର ଟ୍ୟାକ୍ସ ୱେବସାଇଟ ଅନୁସାରେ, କୌଣସି ବରିଷ୍ଠ ନାଗରିକଙ୍କ ଆୟ ବ୍ୟବସାୟ ଓ ପେସା ସହ ଜଡିତ ନୁହନ୍ତି ତାହେଲେ ସେମାନଙ୍କୁ ଆଡ଼ଭାନ୍ସ ଟ୍ୟାକ୍ସ ଦେବାକୁ ପଡ଼ିବନି।

ଆୟକର ଟ୍ୟାକ୍ସ ଆଇନ ଧାରା 80TTB ଅନୁସାରେ, ସାମାନ୍ୟ ନାଗରିକଙ୍କ ପାଇଁ ୫୦ ହଜାର ଟଙ୍କା ଯାଏଁ ଡିପୋଜିଟରେ ବ୍ୟାଙ୍କ, ପୋଷ୍ଟ ଅଫିସ ଓ କୋ-ଅପରେଟିଭ ବ୍ୟାଙ୍କରୁ ସୁଧ ହିସାବରେ ହୋଇଥିବା ଆୟ ଉପରେ ଟ୍ୟାକ୍ସ ପ୍ରାବଧାନ ରହିଛି। ଏଥିରେ ଉଭୟ ଶେଭିଂ ଡିପୋଜିଟ ଓ ଫିକ୍ସ ଡିପୋଜିଟରେ ରିହାତି ପ୍ରାବଧାନ ରହିଛି। ବରିଷ୍ଠ ନାଗରିକଙ୍କ ପାଇଁ ଧାରା 194A ଅନୁସାରେ ୫୦ ହଜାର ଟଙ୍କା ଜମା କଲେ ସରକାରୀ ବ୍ୟାଙ୍କରୁ ସୁଧ ଅନୁସାରେ ମିଳିଥିବା ଆୟରେ କୌଣସି ରିହାତି ମିଳିନଥାଏ। ପ୍ରତ୍ୟେକ ବ୍ୟାଙ୍କ ପାଇଁ ଅଲଗା ଅଲଗା ଗଣତି ହୋଇଥାଏ।

   Related Posts