Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚିନ୍ତା ଘାରୁଛି କରୋନା ମୃତ୍ୟୁ, ସେପଟେ ଆଜି ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୯୧୩ ସଂକ୍ରମିତ
  • ||
  • ଚାଷୀଙ୍କୁ କେନ୍ଦ୍ର ସରକାରଙ୍କ ସହାୟତା ନେଇ କେନ୍ଦ୍ରମନ୍ତ୍ରୀଙ୍କ ଟ୍ୱିଟ୍: ଲେଖିଲେ, ଗତ ୬ ବର୍ଷରେ ଓଡ଼ିଶାର ଚାଷୀଙ୍କୁ ୬୦ ହଜାର ୮୩୬ କୋଟି ଟଙ୍କା ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ରାଜ୍ୟର ୬ ବିଶ୍ବବିଦ୍ୟାଳୟରେ ନୂଆ କୁଳପତି ନିଯୁକ୍ତି: ଜାଣନ୍ତୁ କିଏ, କେଉଁଠି
  • ||
  • ବରଗଡ଼: ‘ନୋ କ୍ଲାସ୍ ନୋ ଫି’ ଦାବିରେ ଜିଲ୍ଲାପାଳଙ୍କୁ ଘେରିଲେ କଲେଜ ଛାତ୍ରଛାତ୍ରୀ
  • ||
  • ନାବାଳିକାକୁ ଦୁଷ୍କର୍ମ ପରେ ବିଷ ଦେଇ ହତ୍ୟା କରିଥିଲା ସଂପର୍କୀୟ କକା: ଏମିତି ଅଭିଯୋଗ ନେଇ ଜିଲ୍ଲାପାଳଙ୍କୁ ଘେରିଲେ ମହିଳା
  • ||
  • ମାଲକାନଗିରି :ପଡିଆ ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ର ମେଡିକାଲ ଅଫିସରଙ୍କୁ ଗିରଫ କଲା ଭିଜିଲାନ୍ସ
  • ||
  • ମାଲକାନଗିରି : ଜମିବାଡି ବିବାଦରୁ ହତ୍ୟାକାଣ୍ଡ ! ହତ୍ୟା କରି ଫିଙ୍ଗିଦେଲେ ଘର ଆଗରେ
  • ||
  • ଝାରସୁଗୁଡା : ଟେଣ୍ଟ ହାଉସ୍ ଗୋଦାମରେ ଅଗ୍ନିକାଣ୍ଡ, ୫୦ଲକ୍ଷରୁ ଅଧିକ ଟଙ୍କାର ସମ୍ପତ୍ତି ପୋଡି ଭସ୍ମୀଭୂତ
  • ||
  • ଭୁବନେଶ୍ବର : ଓଟିଭିରୁ ଇସ୍ତଫା ଦେଲେ ନିହାର ରଞ୍ଜନ ଭୂୟାଁ
  • ||
  • କଟକ : ଘରୋଇ ସ୍କୁଲ ଫି’ କମାଇବା ମାମଲା : ଫି’ କେତେ କମିବ ସତ୍ୟପାଠ ଦେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ
  • ||

ମାସକୁ ୧୦ହଜାର ଟଙ୍କା : ବୃଦ୍ଧାବସ୍ଥାରେ ବଡ଼ ସାହାରା ଏହି ସରକାରୀ ସ୍କିମ୍

27/12/2019 at 3:58 PM

ପ୍ରତ୍ୟେକ ବ୍ୟକ୍ତି ନିଜ ବୃଦ୍ଧାବସ୍ଥାରେ ଜୀବନଯାପନକୁ ନେଇ ଚିନ୍ତିତ ଥାଆନ୍ତି। ଏଥିପାଇଁ ବୃଦ୍ଧାବସ୍ଥା ଚିନ୍ତା କରୁଥିବା ଲୋ​‌କେ ଚାକିରୀ କରୁଥିବାବେଳେ ଟଙ୍କା ଜମା କରିଥାଆନ୍ତି। କିନ୍ତୁ ସରକାରଙ୍କ ଏକ ଏପରି ସ୍କିମ୍ ରହିଛି ଯେଉଁଥିରେ ଜମା କରିଲେ ପ୍ରତି ମାସରେ ୧୦ହଜାର ଟଙ୍କାର ପେନସନ୍ ମିଳିବ। ଆସନ୍ତୁ ଜାଣିବା ଏହି ସ୍କିମ୍ ବିଷୟରେ

ଏଲଆଇସି ଜରିଆରେ ସଞ୍ଚାଳିତ ହେଉଥିବା ‘ପ୍ରଧାନମନ୍ତ୍ରୀ ବୟ ବନ୍ଦନା ଯୋଜନା’ ଜରିଆରେ ସରକାର ବୟସ୍କଙ୍କ ପାଇଁ ପେନସନର ବ୍ୟବସ୍ଥା କରିଛନ୍ତି। ଏହି ଯୋଜନା ଜରିଆରେ ମିନିମମ୍ ଏଣ୍ଟ୍ରି ୬୦ବର୍ଷ।

ଏହାର ଅର୍ଥ ହେଉଛି ଏହା ଯେ ୬୦ବର୍ଷ ବୟସ ପରେ ଏହି ସ୍କିମର ଫାଇଦା ଉଠାଯାଇ ପାରିବ। ଏହା ଜରିଆରେ ୧୦ବର୍ଷ ଯାଏଁ ଏକ ଧାର୍ଯ୍ୟ ଦରରେ ଗ୍ୟାରେଣ୍ଟିଯୁକ୍ତ ପେନସନ ମିଳିବ। ଯଦି ଆପଣଙ୍କୁ ୧୦ବର୍ଷ ପରେ ପୁଣି ଥରେ ପେନସନ୍ ଆରମ୍ଭ କରିବାର ଅଛି ତେବେ ପୁଣିଥରେ ସ୍କିମରେ ବିନିଯୋଗ କରିବାକୁ ପଡ଼ିବ।

 ‘ପ୍ରଧାନମନ୍ତ୍ରୀ ବୟ ବନ୍ଦନା ଯୋଜନା’ ଜରିଆରେ ପେନସନ ପାଇଁ ବିନିଯୋଗକାରୀଙ୍କୁ ଏକ ନିଶ୍ଚିତ ତାରିଖ, ବ୍ୟାଙ୍କ ଆକାଉଣ୍ଟ ଏବଂ ଅବଧି ବାଛିବାକୁ ପଡ଼ିବ। ଉଦାହରଣସ୍ବରୂପ, ଯଦି ଆପଣଙ୍କୁ ପ୍ରତି ମାସରେ ୩୦ତାରିଖରେ ପେନସନ ଦରକାର ତେବେ ଏହି ତାରିଖ ବାଛିବାକୁ ପଡ଼ିବ। ଏହିପରି ବିନିଯୋଗକାରୀ ୩ମାସ,୬ମାସ ଏବଂ ବାର୍ଷିକ ବିକଳ୍ପ ସହ ପେନସନ କ୍ରେଡିଟ୍ ପାଇଁ ସମୟ ବିକଳ୍ପକୁ ବାଛି ପାରିବେ। ଯଦି ଆପଣ ମାସିକ ବିକଳ୍ପ ବାଛିଛନ୍ତି ତେବେ ପ୍ରତି ମାସରେ ପେନସନ ମିଳିବ।

ଏହି ପେନସନ ସ୍କିମରେ ଡେଥ ବେନେଫିଟ୍ ମଧ୍ୟ ମିଳିଥାଏ। ଏହା ଜରିଆରେ ନୋମିନିଙ୍କୁ କିଣାମୂଲ୍ୟ ଫେରାଯାଇଥାଏ। ଏହି ସ୍କିମରେ ପ୍ରତ୍ୟେକ ବ୍ୟକ୍ତି ଅତିକମରେ ୧.୫୦ଲକ୍ଷ ଏବଂ ସର୍ବାଧିକ ୧୫ଲକ୍ଷ ଟଙ୍କା ବିନିଯୋଗ କରି ପାରିବେ। ପଲିସି କିଣିବା ସମୟରେ ବିନିଯୋଗକାରୀଙ୍କ ଦ୍ବାରା ଜମା କରାଯାଇଥିବା ଟଙ୍କା ୧୦ବର୍ଷ ପୂରା ହେବା ପରେ ଫେରି ଆସିଥାଏ।

   Related Posts