Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ବିଶିଷ୍ଟ ଶ୍ରମିକ ନେତା ଲଳିତ ନାୟକଙ୍କ ପରଲୋକ
  • ||
  • କେନ୍ଦୁଗୁଡ଼ା ଘାଟିରେ ଓଲଟିଲା ଟୁରିଷ୍ଟ ବସ୍ : ଜଣେ ମୃତ , ୧୦ ରୁ ଅଧିକ ଆହତ
  • ||
  • ପରୀ ହତ୍ୟା ମାମଲା, SIT ତଦନ୍ତରେ ହାଇକୋର୍ଟ ସନ୍ତୁଷ୍ଟ- ବିଜେଡି
  • ||
  • ଶଙ୍ଖ ନଦୀରେ ବୁଡ଼ି ଜଣେ ଯୁବକ ନିଖୋଜ, ୪ ଜଣ ହସ୍ପିଟାଲରେ ଭର୍ତ୍ତି
  • ||
  • ତାଳପଦର ବିଜୁ ସେତୁ ଭୁଶୁଡିବା ଘଟଣା: ଗ୍ରାମ୍ୟ ଉନ୍ନୟନ ବିଭାଗ ଏସ୍‌ଡିଓ ଅସିତ ପାତ୍ର ଗିରଫ
  • ||

ବରିଷ୍ଠ ବିଜେପି ନେତା ବିଶ୍ବଭୂଷଣ ହରିଚନ୍ଦନ ହେଲେ ଆନ୍ଧ୍ର ପ୍ରଦେଶର ରାଜ୍ୟପାଳ

16/07/2019 at 5:56 PM

ଭୁବନେଶ୍ବର୧୬|୭; ବରିଷ୍ଠ ବିଜେପି ନେତା ତଥା ପୂର୍ବତମ ମନ୍ତ୍ରୀ ବିଶ୍ବ ଭୂଷଣ ହରିଚନ୍ଦନଙ୍କୁ ଆନ୍ଧ୍ର ପ୍ରଦେଶର ରାଜ୍ୟପାଳ ଭାବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ନିଯୁକ୍ତ କରିଛନ୍ତି । ବର୍ଷିୟାନ ନେତା ଶ୍ରୀ ହରିଚନ୍ଦନ ଚଳିତ ଥର ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହୋଇନଥିଲେ ।

ତାଙ୍କ ପୁଅ ପୃଥ୍ବୀରାଜ ହରିଚନ୍ଦନ ଚିଲିକା ନିର୍ବାଚନମଣ୍ଡଳିରୁ ପ୍ରାର୍ଥୀ ହୋଇ ପରାଜିତ ହୋଇଥିଲେ । ୨୦୦୦ରୁ ୨୦୦୯ ପର୍ଯ୍ୟନ୍ତ ରାଜ୍ୟରେ ଥିବା ବିଜେଡି- ବିଜେପି ମେଣ୍ଟ ସରକାରରେ ସେ ରାଜସ୍ବ, ଆଇନ, ଓ ଶିଳ୍ପ ଭଳି ଗୁରୁତ୍ବପୂର୍ଣ୍ମ ବିଭାଗର ମନ୍ତ୍ରୀ ଥିଲେ । ସେ ମଧ୍ୟ ବିଜେପି ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ଥିଲେ । ଓଡିଶା ବିଧାନସଭାକୁ ସେ ୫ଥର ନିର୍ବାଚିତ ହୋଇଥିଲେ ।

ଯୁବକ ଅବସ୍ଥାରୁ ରାଜନୀତିରେ ପ୍ରବେଶ କରିଥିବା ଶ୍ରୀଯୁକ୍ତ ହରିଚନ୍ଦନ ପେଶାରେ ଜଣେ ଆଇନଜୀବୀ ହେଲେ ମଧ୍ୟ ସାହିତ୍ୟ , ସଂସ୍କୃତି ଓ ଗବେଷଣା କ୍ଷେତ୍ରରେ ତାଙ୍କର ବିଶେଷ ପ୍ରବେଶ ରହିଛି । ସେ ଜଣେ ଉଚ୍ଚକୋଟିର ନାଟ୍ୟକାର ଭାବେ ମଧ୍ୟ ତାଙ୍କର ଖ୍ୟାତି ରହିଛି । ୧୯୩୪ ମସିହାରେ ଜନ୍ମିତ ଶ୍ରୀ ହରିଚନ୍ଦନ ଭାରତୀୟ ଜନ ସଂଘରୁ ନିଜ ରାଜନୈତିକ କ୍ୟାରିଅର ଆରମ୍ଭ କରିଥିଲେ । ୧୯୭୭ ମସିହାରେ ସେ ଭାରତୀୟ ଜନ ସଂଘରେ ଯୋଗ ଦେବା ସହ ରାଜ୍ୟ ସଂପାଦକ ଭାବେ ଦାୟିତ୍ବ ତୁଲାଇଥିଲେ । ଭାରତୀୟ ଜନତା ପାର୍ଟିର ପ୍ରତିଷ୍ଠା କ୍ଷେତ୍ରରେ ତାଙ୍କ ଭୂମିକା ରହିଥିଲେ । ସେ ୧୯୮୦ରୁ ୧୯୮୮ ପର୍ଯ୍ୟନ୍ତ ଭାରତୀୟ ଜନତା ପାର୍ଟି ରାଜ୍ୟ ଶାଖାର ସଭାପତି ରହିଥିଲେ । ତେବେ ୧୯୮୮ ମସିହାରେ ସେ ଭାରତୀୟ ଜନତା ପାର୍ଟି ଛାଡି ଜନତା ପାର୍ଟିରେ ଯୋଗ ଦେଇଥିଲେ । ଜନତା ପାର୍ଟିର ରାଜ୍ୟ ଉପ-ସଭାପତି ରହିଥିଲେ । ପୁଣି ୧୯୯୬ ମସିହାରେ ସେ ଭାରତୀୟ ଜନତା ପାର୍ଟିକୁ ପ୍ରତ୍ୟାବର୍ତ୍ତନ କରିଥିଲେ ।

   Related Posts