Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୟୁପିରେ ବଡ ଧରଣର ଦୁର୍ଘଟଣା, ଖେରୀ ଘାଘରା ନଦୀରେ ଓଲଟିଲା ଡଙ୍ଗା, ୧୦୦ ଭାସିଗଲେ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୯ କୋଭିଡ୍ ପଜିଟିଭ୍
  • ||
  • ଓ୍ୱାର୍ମ ଅପ୍ ମ୍ୟାଚରେ ମୁହାଁମୁହିଁ ହେବେ ଭାରତ-ଅଷ୍ଟ୍ରେଲିଆ, କଙ୍ଗାରୁ ବାହିନୀକୁ ମାତ୍ ଦେବାକୁ ତୟାର ବିରାଟ ଏଣ୍ଡ କୋ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୪ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୭ ମୃତ
  • ||
  • ଆଜି କୁମାର ପୂର୍ଣ୍ଣିମା : ମା’ ବୃନ୍ଦାବତୀଙ୍କ ନିକଟରେ ଆଞ୍ଜୁଳି ଟେକିଲେ କୁମାରୀ
  • ||
  • ପୁରୀ : ଦାଦାବଟିକୁ କେନ୍ଦ୍ରକରି ମହିଳାଙ୍କୁ ଗୁଳିମାଡ଼, ପୂର୍ବରୁ ମିଳିଥିଲା ଧମକ
  • ||
  • ଜଗତସିଂହପୁର : କେନାଲର ଭାସୁଛି ଏକ ଗଳିତ ମୃତଦେହ, ୩ ଅଭିଯୁକ୍ତ ଅଟକ
  • ||

ୟୁଟର୍ଣ୍ଣ ମାରିଲେ ବରିଷ୍ଠ ବିଜେପି ନେତା ଜୟରାମ ପାଙ୍ଗୀ, କହିଲେ- ‘ଦଳରେ ରହି ମାଟି ପାଇଁ କାମ କରିବି’

11/10/2021 at 1:56 PM

କୋରାପୁଟ ୧୧।୧୦: କିଛିଦିନ ତଳେ ଯାହା କହିଲେ ସେଥିରେ ୟୁଟର୍ଣ୍ଣ ମାରିଛନ୍ତି କୋରାପୁଟର ବରିଷ୍ଠ ବିଜେପି ନେତା ଜୟରାମ ପାଙ୍ଗୀ । ଗଣମାଧ୍ୟମକୁ ଦଳ ଛାଡିବାକୁ କହି ଏବେ ମନା କରିଛନ୍ତି ଏହି ନେତା। ଦଳରେ ରହି ଦଣ୍ଡକାରଣ୍ୟ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳ ଦାବି ପାଇଁ ଲଢେଇ କରିବେ। କିନ୍ତୁ କୌଣସି ପଦପଦବୀରେ ରହିବେ ନାହିଁ। ଦଳର କେବଳ ଜଣେ ସାଧାରଣ କର୍ମୀ ଭାବେ କାମ କରିବେ ବୋଲି କହିଛନ୍ତି ଜୟରାମ।

କୋରାପୁଟ ବିଜେପିରେ କେଣଠେସା ହୋଇ ରହିଥିବା ପୂର୍ବତନ ସାଂସଦ ଜୟରାମ ପାଙ୍ଗୀ ଦଳ ଛାଡିବେ ବୋଲି ଯେଉଁ ଆଲୋଚନା ହେଉଥିଲା ସେଥିରେ ସେ ନିଜେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି । ୨୦୧୭ରେ ବିଜେଡି ଛାଡି ବିଜେପିରେ ଯୋଗ ଦେଇଥିବାବେଳେ ଚଳିତ ମାସ ୫ ତାରିଖରେ ଦଳ ଛାଡି ଦଣ୍ଡକାରଣ୍ୟ ରାଜ୍ୟ ଓ କେନ୍ଦ୍ରାଶାସିତ ଅଞ୍ଚଳ ଦାବିକୁ ଶାଣିତ କରାଯିବ ବୋଲି ସେ କହିଛନ୍ତି ।  

ଚଳିତମାସ ୧୦ ତାରିଖ ପୂର୍ବରୁ ସେ ଦଳ ଛାଡି ଦଣ୍ଡକାରଣ୍ୟ କେନ୍ଦ୍ର ଶାସିତ ଅଞ୍ଚଳ ଗଠନ ପାଇଁ ମଙ୍ଗ ଧରିବେ ବୋଲି ସାମ୍ବାଦିକକୁ କହିଥିଲେ । ୪ ତାରିଖରେ ଦଣ୍ଡକାରଣ୍ୟ ବିକାଶ ପରିଷଦ ଭାବେ ଏକ ସଂଗଠନ ଗଢା ଯାଇଥିବା ବେଳେ ଅବିଭକ୍ତ କୋରାପୁଟ ଜିଲ୍ଲା, ବିଜୟନଗରମ ଓ ପାର୍ବତିପୂରମ ଜିଲ୍ଲାର କିଛି ଅଂଶକୁ ସେ କେନ୍ଦ୍ର ଶାସିତ ଅଞ୍ଚଳ କରିବାକୁ ସଂଗଠନ ଶାଣିତ କରାଯିବ ବୋଲି ସେ କହିଛନ୍ତି।

   Related Posts