Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୫୦ କୋଭିଡ୍ ସଂକ୍ରମିତ, ୩୩୪୩୦୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୫ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ଢେଙ୍କାନାଳ : କଳିଙ୍ଗ ଝୋଟ କାରଖାନାରେ ଅଘଟଣ, ମେସିନରେ ଚାପି ହୋଇ ଶ୍ରମିକ ମୃତ
  • ||
  • ଭଞ୍ଜନଗର : ଘରୋଇ କଳି ହେଲା କାଳ, ଦାଦାର ଛୁରାମାଡ଼଼ରେ ଝିଆରୀ ଆହତ
  • ||
  • ପୁରୀ : ଆଜି ଶ୍ରୀଜିଉଙ୍କ ଦର୍ଶନ ବନ୍ଦ, ଶ୍ରୀମନ୍ଦିର ଭିତରେ ଓ ବାହାରେ କରାଯାଉଛି ସାନିଟାଇଜ୍
  • ||
  • ବ୍ରିଜରେ ଝୁଲିଛି ଯାତ୍ରୀବାହୀ ବସ୍‌, ଅଳ୍ପକେ ବର୍ତ୍ତିଲେ ୫୦ରୁ ଅଧିକ ଯାତ୍ରୀ
  • ||
  • ଆଜିଠୁ ଖୋଲିଲା ଭିତରକନିକା, କୁମ୍ଭୀର ଗଣନା ପାଇଁ ଗତ ୧୫ ତାରିଖଠାରୁ ବନ୍ଦ ଥିଲା ଜାତୀୟ ଉଦ୍ୟାନ
  • ||

ବରିଷ୍ଠ ବିଜେପି ନେତା ଅରୁଣ ଜୈଟଲୀ ଅସୁସ୍ଥ, ଏମସ୍ ରେ ଭର୍ତ୍ତି

9/08/2019 at 7:37 PM

ନୂଆଦିଲ୍ଲୀ ୯।୮: ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଅରୁଣ ଜୈଟଲୀ ଶୁକ୍ରବାର ସନ୍ଧ୍ୟାରେ ଅସୁସ୍ଥ ହୋଇପଡିଛନ୍ତି। ତାଙ୍କୁ ତୁରନ୍ତ ଦିଲ୍ଲୀସ୍ଥିତ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ (ଏମ୍ସ)ରେ ଭର୍ତ୍ତି କରାଯାଇଛି।  ଗଣମାଧ୍ୟମ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଜୈଟଲୀ ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରୁଛନ୍ତି। ଏଣୁ ତାଙ୍କୁ ପରିବାର ଲୋକେ ଏମ୍ସକୁ ନେଇଛନ୍ତି।

ତେବେ କିଛି ଅନ୍ୟ ଗଣମାଧ୍ୟମ ରିପୋର୍ଟ ଅନୁସାପେ ଜୈଟଲୀ ଶକାଳେ ଏମସକୁ ଚେକପ୍ ନିମନ୍ତେ ଯାଇଥିଲେ। ତେବେ ଡାକ୍ତରମାନେ ତାଙ୍କୁ କାର୍ଡିୟୋଲଜି ବିଭାଗରେ ଭର୍ତ୍ତି କରାଯାଇଥିଲା। ସେଠାରେ ଏଣ୍ଡୋକ୍ରିନୋଲଜିଷ୍ଟ, ନେଫ୍ରୋଲଜିଷ୍ଟ ଓ କାର୍ଡିଓ ଲଜିର ବିଶେଷଜ୍ଞ ଡାକ୍ତରଙ୍କ ଏକ ଟିମ୍ ତାଙ୍କର ଚିକିତ୍ସା କରିଥିଲେ। ତେବେ କେନ୍ଦ୍ର ସ୍ୱସ୍ଥ୍ୟମନ୍ତ୍ରୀ ଅପରାହ୍ଣରେ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଜାଣିବା ଲାଗି ଏମ୍ସକୁ ଯାଇଛିନ୍ତି।

ଜୈଟଲୀ ଦୀର୍ଘ ସମୟରୁ ପୀଡିତ ଥିଲେ। ବୃକ ସମ୍ବଦ୍ଧିତ ଗୁରୁତର ରୋଗରେ ଜୈଟଲୀ ଆକ୍ରାନ୍ତ ହୋଇଥିବା ବେଳେ ତାଙ୍କର କିଡନୀ ଟ୍ରାନ୍ସପ୍ଲାଣ୍ଟ ଅପରେସନ ମଧ୍ୟ ହୋଇଥିଲା। ଏହା ଛଡା ସେ କର୍କଟ ରୋଗରେ ମଧ୍ୟ ଆକ୍ରାନ୍ତ ଥିବା ଜଣାପଡିଛି। ତାଙ୍କ ବାମ ଗୋଡରେ କର୍କଟ (ସଫ୍ଟ ଟିସ୍ୟୁ) ଥିବା ଜଣାପଡିଥିଲା। ଗତ ଜାନୁୟାରୀମାସରେ ଏହାର ଅସ୍ତ୍ରୋପଚାର ନିମନ୍ତେ ସେ ଆମେରିକା ଯାଇଥିଲେ। ଏହା ପୂର୍ବରୁ ଡାୟବେଟିଜ୍ ମ୍ୟାନେଜ କରିବା ଲାଗି ୨୦୧୪ ମସିହାରେ ସେ ଗ୍ୟାଷ୍ଟ୍ରିକ ବାଇପାସ ସର୍ଜରୀ ବି କରିଥିଲେ।  

   Related Posts