'କିଙ୍ଗ୍ ମେକର' ଥିଲା ସେନଗାର, ଅପରାଧରୁ ଭୂଷୁଡିଗଲା ସାମ୍ରାଜ୍ୟ

Published By : Prameya-News7 Bureau | December 16, 2019 IST

ଉନ୍ନାଓ ୧୬।୧୨:  ଦିଲ୍ଲୀ ତିଶହଜାରୀ କୋର୍ଟ ଉତ୍ତରପ୍ରଦେଶ ଉନ୍ନାଓ ନାବାଳିକା ଅପହରଣ ଓ ଗଣ ଦୁଷ୍କର୍ମ ମାମଲାରେ ବିଧାୟକ କୂଲଦୀପ ସିଂ ସେନଗାରକୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଉନ୍ନାଓ ସଦର ବିଧାନସଭା ନିର୍ବାଚନ ମଣ୍ଡଳିର ବିଧାୟକ ସେନଗାର ଥିଲା ଅଜୟ ବିଧାୟକ। ସେ କେବଳ ଏହି ନିର୍ବାଚନମଣ୍ଡଳି ନୁହେଁ ବାଙ୍ଗରମଉ ଓ ଭଗବନ୍ତନଗର ବିଧାନସଭା ଆସନରୁବି ପ୍ରତିଦ୍ୱନ୍ଦ୍ୱୀତା କରି ସଫଳ ହେଉଥିଲା। ଯେଉଁ ଦଳ ତାଙ୍କୁ ପ୍ରାର୍ଥୀ କରୁଥିଲା ସେ ଦଳ ରାଜ୍ୟରେ ସରକାର ଗଢିବା ମଧ୍ୟ ନିଶ୍ଚିତ ଥିଲା। ରାଜ୍ୟର ଯୋଗୀ ସରକାରଙ୍କୁ ଏବେ ଏହାର ଉଦାହରଣ କୁହାଯାଇପାରେ।   

{"id":198554,"sizeSlug":"large"}

ଚାରିଚାରି ଥର ବିଧାନସଭାକୁ ନିର୍ବାଚିତ ସେନଗାର ରାଜନୈତିକ ଜୀବନର ପ୍ରାରମ୍ଭ ୨୦୦୨ ମସିହାରେ କଂଗ୍ରେସରୁ କରିଥିଲା। ତେବେ ସାଧାରଣ ନିର୍ବାଚନ ପୂର୍ବରୁ ସେ କଂଗ୍ରେସରୁ ଇସ୍ତଫା ଦେଇ ମାୟାବତୀଙ୍କ ପାର୍ଟି ବିଏସପିରେ ଯୋଗଦେଇଥିଲେ। ବିଏସପି ଟିକେଟରେ ସେ ସଦର ବିଧାନସଭା ନିର୍ବାଚନ ମଣ୍ଡଳିରୁ ବିଜୟୀ ହୋଇ ପ୍ରଥମ ଥର ବହୁଜନ ସମାଜପାର୍ଟି ବିଧାୟକ ଭାବେ ବିଧାନସଭାକୁ ପ୍ରବେଶ କରିଥିବା ବେଳେ ବିଏସପି ରାଜ୍ୟରେ ସରକାର ଗଢିଥିଲା।  

{"id":198555,"sizeSlug":"large"}

ତେବେ କେବଳ ସଦର ବିଧାନସଭା ନିର୍ବାଚନମଣ୍ଡଳି ନୁହେଁ ଆଖାପଖ ବିଧାନସଭାକ୍ଷେତ୍ରର ରାଜନୀତିରେ ସେ ମୁଣ୍ଡ ଖେଳାଉଥିଲେ। ଏଣୁ ପାର୍ଟିରେ ତାଙ୍କୁ ନେଇ ଖିଟପିଟ୍ ବି ହେଉଥିଲା। ଏଣୁ ମାୟାବତୀ ତାଙ୍କୁ ଦଳରୁ ବହିଷ୍କାର କରିଦେଇଥିଲେ। ଏଣୁ ସେ ମୁଲାୟମ ସିଂ ଯାଦବଙ୍କ ସମାଜବାଦୀ ପାର୍ଟିରେ ଯୋଗଦେଇଥିଲେ। ଦଳୀୟ ଟିକେଟ୍‌ରେ ସେନଗାର ବାଙ୍ଗରମଉ ବିଧାନସଭା ଆସନରୁ ଜିତି ରେକର୍ଡ କରିଥିବା ବେଳେ ଦଳ ରାଜ୍ୟରେ ସରକାର କରିଥିଲା।

{"id":198557,"sizeSlug":"large"}

୨୦୧୨ରେ ସପା ତାଙ୍କୁ ଭଗବନ୍ତନଗର ବିଧାନସଭା ନିର୍ବାଚନମଣ୍ଡଳିରୁ ଛିଡା କରିଥିବା ବେଳେ ସେଠାରୁ ମଧ୍ୟ ସେ ସଫଳ ହୋଇଥିଲେ। ତେବେ ୨୦୧୭ ବିଧାନସଭା ନିର୍ବାଚନ ପୂର୍ବରୁ ସେ ସପା ଛାଡି ବିଜେପିର ହାତ ଧରିଥିଲେ। ଏଥର ସେ ବାଙ୍ଗରମଉ ବିଧାନସଭା ନିର୍ବାଚନମଣ୍ଡଳିରୁ ଜିତି ପୁଣି ବିଧାନସଭାକୁ ନିର୍ବାଚିତ ହୋଇଥିବା ବେଳେ ରାଜ୍ୟରେ ବିଜେପି ସରକାରକୁ ଆସିଥିଲା। ସେନଗାରର ନିର୍ବାଚନ ମଣ୍ଡଳିରେ ଲୋକପ୍ରୀୟତା ଗତ ଲୋକସଭା ନିର୍ବାଚନରେ ଉନ୍ନାଓରୁ ବିଜେପି ପ୍ରାର୍ଥୀଙ୍କୁ ଜିତାଇବାରେ ମଧ୍ୟ ସହାୟକ ହୋଇଥିଲା। ଏଥିଲାଗି ଉନ୍ନାଓରୁ ସାଂସଦ ନିର୍ବାଜିତ ପ୍ରାର୍ଥୀ ଜେଲ ଯାଇ ତାଙ୍କୁ କୃତଜ୍ଞତା ବି ଜଣାଇଥିବାର ଫଟୋ ଅତିତରେ ଭାଇରାଲ ହୋଇଥିଲା। ତେବେ ନାବାଳିକା ଅପହରଣ ଓ ଦୁଷ୍କର୍ମ ମାମଲାରେ ଛନ୍ଦି ହୋଇପଡିଥିବା ବେଳେ ଦଳ ଏବେ ତାଙ୍କ ହାତ ଛାଡି ଦେଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.