Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରଧାନମନ୍ତ୍ରୀଙ୍କ ପ୍ୟାକେଜ୍ ହେଲା ଟନିକ୍, ୪ ପ୍ରତିଶତ ଅଭିବୃଦ୍ଧି ସହ ଖୋଲିଲା ସେୟାର ବଜାର

13/05/2020 at 12:30 PM

ନୂଆଦିଲ୍ଲୀ ୧୩।୫: ପ୍ରଧାନମନ୍ତ୍ରୀଙ୍କ କରୋନା ପ୍ୟାକେଜ୍ ଘୋଷଣା ପରେ ଉପରମୁହାଁ ସେୟାର ମାର୍କେଟ । ବୁଧବାର ୪ ପ୍ରତିଶତ ବୃଦ୍ଧି ସହ ଖୋଲିଛି ସେୟାର ବଜାର। ଅର୍ଥାତ୍ ସେନସେକ୍ସ ୬୩୩ ପଏଣ୍ଟରୁ ଊର୍ଦ୍ଧ୍ୱରେ କାରବାର ଆରମ୍ଭ କରିଥିବା ବେଳେ ନିଫ୍ଟି ୯, ୪୧୭ ପଏଣ୍ଟରେ ରହିଛି ।

କରୋନା ସଙ୍କଟ ସମୟରେ ଦେଶ ଗୁରୁତର ଆର୍ଥିକ ମାନ୍ଦାବସ୍ଥା ମଧ୍ୟରେ ଗତି କରୁଛି। ଏଥିରେ ପ୍ରଧାମନ୍ତ୍ରୀ ‘ଆତ୍ମନିର୍ଭର ଅଭିଯାନ’ର ଘୋଷଣା ବଜାର ଲାଗି ଟନିକ ଭଳି କାମ କରିଛି। ଏହି ସ୍ୱତନ୍ତ୍ର ଆର୍ଥିକ ପ୍ୟାକେଜ୍ ୨୦ ଲକ୍ଷ କୋଟି ଟଙ୍କାର ବୋଲି ଜଣାପଡିଛି। ତେବେ ମୋଟ ପ୍ୟାକେଜରୁ କେଉଁ କ୍ଷେତ୍ର ଲାଗି କେତେ ରହିଛି ସେ ନେଇ କେନ୍ଦ୍ର ଅର୍ଥମନ୍ତ୍ରୀ ବୁଧବାର ଅପରାହ୍ଣରେ ଘୋଷଣା କରିବେ ।

ମଙ୍ଗଳବାର ବିଳମ୍ବିତ ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ସମ୍ବୋଧନ କରି ପ୍ୟାକେଜ୍ ସମ୍ପର୍କରେ ସୂଚନା ଦେଇଥିଲେ। ଏଥିରେ ଦେଶର ବିଭିନ୍ନ ସେକ୍ଟର ପାଇଁ ୨୦ଲକ୍ଷ କୋଟି ଟଙ୍କାର ପ୍ୟାକେଜ୍‌ ଘୋଷଣା ହୋଇଛି। ତେବେ ବୁଧବାର କେନ୍ଦ୍ର ମନ୍ତ୍ରୀ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ପ୍ୟାକେଜ୍‌ ସମ୍ପର୍କରେ ସବିଶେଷ ତଥ୍ୟ ଦେବେ ବୋଲି କହିଥିଲେ ପ୍ରଧାନମନ୍ତ୍ରୀ ।

   Related Posts