ଟ୍ରାଇର ନୂଆ ନିୟମ: ମାର୍ଚ୍ଚ ୩ ତାରିଖରୁ ଶସ୍ତା ହୋଇପାରେ ମେସେଜ୍‌ ଚାର୍ଜ...

Published By : Prameya-News7 Bureau | February 21, 2020 IST

ନୂଆଦିଲ୍ଲୀ୨୧/୨: ଦୈନିକ ମେସେଜ୍‌ ପଠାଇବା ପାଇଁ ଲାଗିଥିବା ଶୁଳ୍କ ଉପରେ ନୂଆ ନିଷ୍ପତ୍ତି ନେଲା ଟେଲିକମ୍ ରେଗୁଲେଟରୀ ଅଫ୍‌ ଇଣ୍ଡିଆ ( ଟ୍ରାଇ)। ଦୈନିକ ୧୦୦ ଏସଏମ୍‌ଏସ୍‌ ପଠାଯାଉଥିବା ଏସ୍‌ଏମଏସ୍ ପିଛା ୫୦ ପଇସା ଚାର୍ଜ ଲାଗୁଥିଲା। ମେସେଜ୍ ସମସ୍ୟା ଦୂର କରିବା ପାଇଁ ଏସ୍‌ଏମ୍‌ଏସ୍‌ ପିଛା ୫୦ ପଇସା ଶୁଳ୍କ ନିଆଯାଉଥିଲା। କିନ୍ତୁ ଚଳିତ ବର୍ଷ ଟ୍ରାଇ ଟେଲିକମ୍ୟୁନିକେସନ ତାରିଫ ( ୬୫ତମ ସଂଶୋଧନ) ଅନୁସାରେ ଟେଲିକମ୍‌ କର୍ମସିଆଲ କମ୍ୟୁନିକେସନ କଷ୍ଟମର ପ୍ରିଫେରେନ୍ସ ରେଗୁଲେସନ ୨୦୧୮ ମସିହାର ପ୍ରଥମରୁ ଏସ୍‌ଏମ୍‌ଏସ୍ ପାଇଁ ଶୁଳ୍କର ଆବଶ୍ୟକତା ନାହିଁ ବୋଲି ଅନୁଭବ କରିଥିଲା। ଚଳିତ ବର୍ଷ ମାର୍ଚ୍ଚ ୩ ତାରିଖରୁ ମେସେଜ୍ ଶସ୍ତା ହେବ ବୋଲି ଟ୍ରାଇ ସୂଚନା ଦେଇଛି।

ଗତବର୍ଷ ଡିସେମ୍ବର ମାସରେ ମୋବାଇଲ ନମ୍ବର ପୋର୍ଟାବିଲିଟି ପାଇଁ ଟ୍ରାଇ ନୂଆ ନିୟମ ଜାରି ହୋଇଥିଲା। ଡିସେମ୍ବର ମାସ ୧୬ ତାରିଖରୁ ଏହି ନିୟମ ଲାଗୁ ହୋଇଥିଲା। ଏମ୍‌ଏନପିର ନୂଆ ନିୟମ ଅନୁସାରେ ନମ୍ବର ପୋର୍ଟାବିଲିଟି ପାଇଁ ପ୍ରୋସେସିଂ ପାଇଁ ମାତ୍ର ୩ ଦିନ ଲାଗିବ। କିନ୍ତୁ ପୂର୍ବରୁ ନମ୍ବର ପୋର୍ଟାବିଲିଟି ପାଇଁ ୭ ଦିନ ଲାଗୁଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.