ବିଶ୍ବକପ ସେମିଫାଇନାଲ/ବନ୍ଦ ହେଲା ବର୍ଷା : ହୋଇପାରେ ୨୦ ଓଭର ମ୍ୟାଚ
9/07/2019 at 10:27 PM

ମାଞ୍ଚେଷ୍ଟରରେ ବର୍ଷା କମିଛି । ଫଳରେ ଖେଳ ହେବାର ଆଶା ଉଜ୍ଜୀବୀତ ହୋଇଛି । ଯଦି ବି ଖେଳ ହୁଏ ତାହେଲେ ଓଭର ସଂଖ୍ୟା ୨୦କୁ ହ୍ରାସ ପାଇବ । ୨୦ ଓଭର ମ୍ୟାଚ ହେଲେ ଭାରତ ପାଇଁ ୧୪୮ ରନର ଟାର୍ଗେଟ ରହିବ । ଯଦି ପୁଣି ବର୍ଷା ହୁଏ ତାହେଲେ ମ୍ୟାଚ ଆସନ୍ତା କାଲିକିୁ ଘୁଞ୍ଚିବ ।
ସୂଚନାଯୋଗ୍ୟ ଯେ, ବିଶ୍ବକପ ସେମିଫାଇନାଲରେ ଆଜି ନ୍ୟୁଜିଲାଣ୍ଡ ଓ ଭାରତ ମଧ୍ୟରେ ପରସ୍ପରକୁ ଭେଟିଛନ୍ତି । ଟସ ଜିତିବା ସହ ପ୍ରଥମେ ବ୍ୟାଟିଂ କରି ନ୍ୟୁଜିଲାଣ୍ଡ ୪୬.୫ ଓଭରରେ ୨୧୧ ରନ କରିଛି । ବର୍ଷାଯୋଗୁଁ ଖେଳ ବାଧାପ୍ରାପ୍ତ ହୋଇଥିଲା ।
କିନ୍ତୁ ସଦ୍ୟ ମିଳିଥିବା ତଥ୍ୟ ଅନୁସାରେ ମଞ୍ଚେଷ୍ଟରରେ ବର୍ଷା ଛାଡିଛି । ତେବେ ଖେଳ ହେବ କି ନାହିଁ ତାକୁ ନେଇ ମ୍ୟଚ ରେଫେରୀ ଓ ଅନ୍ୟାନ୍ୟ କର୍ମକର୍ତ୍ତାଙ୍କ ମଧ୍ୟରେ ଆଲୋଚନା ଜାରି ରହିଛି । ଯଦି ମ୍ୟାଚ ହୁଏ ତାହେଲେ କେତେ ଓଭର ଖେଳା ଯିବ ତାକୁ ନେଇ ମଧ୍ୟ ତର୍ଜମା ଚାଲିଛି । ତେବେ ଯଦି ୨୦ ଓଭରର ମ୍ୟାଚ ହୁଏ ତାହେଲେ ଭାରତ ପାଇଁ କ୍ଷତି କାରକ ସାବ୍ୟସ୍ତ ହେବ ।
ଆଉଟ ଫିଲ୍ଡରେ ପାଣି ଭର୍ତ୍ତି ହୋଇଥିବା ଯୋଗୁଁ ଆଉଟ ଫିଲ୍ଡ ସମ୍ପୂର୍ଣ ଓଦା ହୋଇ ରହିଛି । ତେଣୁ ରନ ହେବା ଧୀମେଇଯିବା ଆଶଂକା ରହିଛି । ୨୦ ଓଭରରେ ୧୪୮ ରନ ଭାରତ ପାଇଁ ବଡ ଲକ୍ଷ୍ୟ ହୋଇନଥିଲେ ମଧ୍ୟ ବର୍ଷା ଏବଂ ଓଦା ଆଉଟ ଫିଲ୍ଡ ସମସ୍ୟା ସୃଷ୍ଟି କରିପାରେ ।