Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ : ମୁଣ୍ଡଳୀ ବ୍ୟାରେଜରୁ ଡେଇଁ ଜଣେ ନିଖୋଜ, ବ୍ରିଜ୍ ଉପରେ ଅଛି ଗାଡି ଓ ମୋବାଇଲ୍
  • ||
  • ଖୋର୍ଦ୍ଧା : ଯୁବକକୁ ଖୋଜି ଆଣିବା ଦାବିରେ ଏସ୍‌ପି ଅଫିସ୍ ଘେରାଉ, ରବିବାରଠୁ ଗାଈ ଚରେଇବାକୁ ଯାଇ ଅଛନ୍ତି ନିଖୋଜ
  • ||
  • ଚାନ୍ଦବାଲି : ଖେଳୁଥିବା ବେଳେ ପୋଖରୀରେ ବୁଡିଗଲେ ଦେଢ ବର୍ଷର ଶିଶୁ କନ୍ୟା, ଡାକ୍ତରଖାନାରେ ମୃତ୍ୟୁ
  • ||
  • ଭୁବନେଶ୍ବର : ମମିତା ଘଟଣାରେ ରାଜଧାନୀ ହୁଲସ୍ତୁଲ, ଡିସିପି ଅଫିସ୍ ଘେରାଉ ବେଳେ ବିଜେପି କର୍ମୀ ଓ ପୋଲିସ ଧସ୍ତାଧସ୍ତି
  • ||
  • ନୟାଗଡ : ଗୁଣିଗାରେଡି ସନ୍ଦେହରେ ୫ ଜଣଙ୍କୁ ନିର୍ଯାତନା ଘଟଣା : ୫ ଜଣଙ୍କୁ ଗିରଫ କଲା ପୋଲିସ
  • ||
  • ମର୍ମନ୍ତୁଦ ଦୁର୍ଘଟଣା: ଡୋଡା ଘାଟିରେ ଖସିପଡିଲା ମାଟାଡୋର, ୮ ମୃତ ଓ ଅନେକ ଆହତ
  • ||
  • ଜଗତସିଂହପୁର : ଷ୍ଟାଡିୟମ୍ ନିକଟରୁ ମିଳିଲା ଯୁବକଙ୍କ ମୃତଦେହ, ବୁଧବାର ସନ୍ଧ୍ୟାରୁ ଥିଲେ ନିଖୋଜ
  • ||
  • କଳାହାଣ୍ଡି : ମମିତା ମେହେର ହତ୍ୟା ମାମଲାରେ କଂଗ୍ରେସର ଧାରଣା ୩ୟ ଦିନରେ, ମନ୍ତ୍ରୀ ଇସ୍ତଫା ନଦେଲେ ତୀବ୍ର ହେବ ଆନ୍ଦୋଳନ
  • ||
  • କଳାହାଣ୍ଡି : ଇନ୍ଦ୍ରାବତୀ ଦକ୍ଷିଣ ମୁଖ୍ୟ କେନାଲରେ ଘାଇ, ଶହ ଶହ ହେକ୍ଟର ଧାନ ଚାଷ ନଷ୍ଟ ଆଶଙ୍କା
  • ||
  • ଢେଙ୍କାନାଳ : ଶୌଚ ହୋଇ ଫେରିବା ବେଳେ ବୃଦ୍ଧଙ୍କୁ କଚାଡିଦେଲା ଦନ୍ତା, ଡାକ୍ତରଖାନାରେ ଚାଲିଗଲା ଜୀବନ
  • ||

ମହିଳାଙ୍କୁ ଫୋଡି ଦେଲେ ସ୍ପର୍ମରେ ଭର୍ତ୍ତି ଥିବା ସିରିଞ୍ଜ୍ : ଅଭିଯୁକ୍ତକୁ ୧୦ ବର୍ଷ ପର୍ଯ୍ୟନ୍ତ ଜେଲ୍ ଦଣ୍ଡ

15/09/2021 at 3:32 PM

ୱାଶିଂଟନ୍ ୧୪/୦୯ : ସାଧାରଣତଃ ଅନେକ ସମୟରେ କିଛି ନା କିଛି ଛୋଟ ମୋଟ ଅପରାଧି ଘଟିଥାଏ । ହେଲେ ଯଦି ଏମିତି କିଛି କାଣ୍ଡ କରନ୍ତି ଯାହା ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ। ଭାବିବେ ଏହା କିପରି ହେଲା …ଏହା କଣ ସତରେ ଘଟିଛି । ତେବେ ଏଭଳି କିଛି ଅଜବ ଧରଣର ଘଟଣା ଘଟିଛି ଆମେରିକାରେ। ଆପଣ ବି ଜାଣିଲେ ଡରି ଯିବେ ।

ତେବେ ବ୍ୟକ୍ତି ଜଣକ ସୁପର ମାର୍କେଟକୁ ଯାଇଥିଲେ ତାଙ୍କ ଉଦ୍ଦେଶ୍ୟ ମଧ୍ୟ କିଛି ଅଲଗା ଥିଲା । ସେଠାରେ ଥିବା ଜଣେ ମହିଳାଙ୍କୁ ସ୍ପର୍ମ ଭରିଥିବା ଏକ ଇଞ୍ଜେକସନ୍ ଲଗାଇ ଦେଇଥିଲେ। ବ୍ୟକ୍ତି ଜଣଙ୍କର ଏହି ଅଜବ ହରକତ୍ ସୁପର ମାର୍କେଟରେ ଲାଗିଥିବା ଏକ ସିସିଟିଭି କ୍ୟାମେରାରେ କଏଦ୍ ହୋଇଥିଲା । ଏହି ଆଧାରରେ ଅଭିଯୁକ୍ତକୁ ଧରିବାରେ ପୋଲିସ୍ ସଫଳ ହୋଇଥିଲା । କୋର୍ଟ ଏହି ବ୍ୟକ୍ତିଙ୍କୁ ଅପରାଧ କରିଥିବା ଅଭିଯୋଗରେ ମାମଲା ରୁଜୁ କରି ଜେଲ ଦଣ୍ଡ ଦେଇଛି ।

ସୂଚନା ଅନୁଯାୟୀ, ଉକ୍ତ ଅଭିଯୁକ୍ତର ନାମ ହେଉଛି ଥୋମାସ୍ ବ୍ରାୟନ୍ ଷ୍ଟେମନ୍ । ସେ ୫୨ ବର୍ଷିୟା ଥୋମାସ୍ ଆମେରିକାର ମେରିଲ୍ୟାଣ୍ଡ ସ୍ଥିତ ଏକ ସୁପରମାର୍କେଟରେ ଏଭଳି ଏକ ଅଜବ କାଣ୍ଡ କରିଛନ୍ତି । ମାର୍କେଟରେ ଥିବା ଜଣେ ମହିଳାଙ୍କ ଶରୀରରେ ସ୍ପର୍ମ ଭରିଥିବା ଇଞ୍ଜେକସନ୍ ଲଗାଇ ଦେଇଛନ୍ତି । ଇଞ୍ଜେକସନ୍ ଦେବା ପାଇଁ ସେ ଲୁଚି ଲୁଚି ମହିଳାଙ୍କ ପଛକୁ ଗଲେ ଓ ସିରିଞ୍ଜ୍ ଲଗାଇଦେଲେ । ମହିଳାଙ୍କୁ ଯନ୍ତ୍ରଣା ହେବାପରେ ସେ ଖୁବ୍ ଜୋରରେ ପାଟି ଚିତ୍କାର କରିଥିଲେ ।

ତେବେ ସିସିଟିଭି ଫୁଟେଜ୍ ଆଧାରରେ ପୋଲିସ୍ ଥୋମାସ୍ ପାଖରେ ପହଞ୍ଚିଥିଲା । ସେ ଥୋମାସ୍ କାର୍ କୁ ଯାଞ୍ଚ କରିଥିଲା । ସେହି କାରରୁ ଏକରୁ ଅଧିକ ଥିବା ସ୍ପର୍ମ ଇଞ୍ଜେକସନ୍ ମିଳିଥିଲା । ତେଣୁ ଏବେ ସନ୍ଦେହ କରାଯାଉଛି ଯେ, ଏହି ବ୍ୟକ୍ତି ଆହୁରି କିଛି ମହିଳାଙ୍କୁ ନିଜ ଶିକାର ବନାଇଥାଇ ପାରନ୍ତି । ଏହି ଘଟଣାକୁ କେନ୍ଦ୍ର କରି ଅଭିଯୁକ୍ତକୁ ୧୦ ର୍ବର୍ଷ ପାଇଁ ଜେଲ ଦଣ୍ଡ ଦିଆଯାଇଛି ।

   Related Posts