Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଲିଙ୍ଗରାଜ ମନ୍ଦିରରେ ସର୍ବସାଧାରଣ ଦର୍ଶନ ବନ୍ଦ, ବହୁ ସେବାୟତ କୋଭିଡ୍‌ ପଜିଟଭ୍‌ ଚିହ୍ନଟ
  • ||
  • କେକେଆରକୁ ୨୦୫ ରନ୍‌ର ବିଜୟ ଲକ୍ଷ ଦେଲା ଆରସିବି
  • ||
  • କରୋନା ଯୋଗୁଁ ପଶ୍ଚିମବଙ୍ଗରେ ନିଜର ସବୁ ରାଲି ବାତିଲ କଲେ ରାହୁଲ ଗାନ୍ଧୀ: ସୋସିଆଲ ମିଡ଼ିଆରେ ହେଉଛି ପ୍ରଶଂସା
  • ||
  • ଏପ୍ରିଲରେ ଭୟାବହ ରୂପ ନେଇଛି କରୋନା: ୧୮ ଦିନରେ ୨୬ ଲକ୍ଷରୁ ଅଧିକ ମାମଲା
  • ||
  • ଦାରିଙ୍ଗବାଡ଼ି : ଭାରସାମ୍ୟ ହରାଇ ବାଇକ୍ ଦୁର୍ଘଟଣାଗ୍ରସ୍ତ : ନାବାଳକ ମୃତ, ୨ ଗୁରୁତର
  • ||
  • JEE ମେନ୍‌ ୨୦୨୧ ସ୍ଥଗିତ, ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ନେସନାଲ୍ ଟେଷ୍ଟିଂ ଏଜେନ୍ସିର ନିଷ୍ପତ୍ତି
  • ||
  • କରୋନା ସଂକ୍ରମଣ ଚିନ୍ତା, ଆଗୁଆ ପଦକ୍ଷେପ : ୪ରୁ ୫ ଗୁଣ ବଢିବ ବେଡ୍ ସଂଖ୍ୟା
  • ||
  • ରାଜ୍ୟରେ କରୋନା ନେଲା ଆଉ ୨ ଜଣଙ୍କ ଜୀବନ, ୧୯୪୪ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ମିଳିଲାନି ଅମ୍ଳଜାନ, ଜୀବନ ହାରିଲେ ୬ କରୋନା ଆକ୍ରାନ୍ତ
  • ||
  • ଜୟପୁର ସବ୍ ଜେଲରେ ରେଡ୍, ଏସ୍‌ପି ଓ ଉପ ଜିଲ୍ଲାପାଳ ସାମିଲ
  • ||

ହାଇକୋର୍ଟଙ୍କ କଡା ଟିପ୍ପଣୀ- ଅନ୍ୟ ଦେଶକୁ ବିକ୍ରି କରୁଛୁ, କିନ୍ତୁ ନିଜ ଲୋକଙ୍କୁ ଦେଇ ପାରୁନାହାନ୍ତି ଟିକା

4/03/2021 at 10:40 PM

ନୂଆଦିଲ୍ଲୀ ୦୪।୦୩: ଦିଲ୍ଲୀ  ହାଇକୋର୍ଟ ଗୁରୁବାର ସିରମ ଇନଷ୍ଟିଚ୍ୟୁଟ୍ ଅଫ ଇଣ୍ଡିଆ ଏବଂ ଭାରତ  ବାୟୋଟେକ୍‌କୁ କରୋନା ଟିକା ପ୍ରସ୍ତୁତ କରିବାର କ୍ଷମତା କେତେ ରହିଛି ତାର ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ଉଚ୍ଚ ନ୍ୟାୟାଳୟ କଡା ଟିପ୍ପଣୀ କରିଛନ୍ତି ଯେ, ଆମେ ଅନ୍ୟ ଦେଶକୁ ଭ୍ୟାକସିନ ବିକୁଛୁ ମାତ୍ର ନିଜ ଦେଶର ଲୋକଙ୍କୁ ଦେଇ ପାରୁନାହୁଁ। ସିରମ ଇନଷ୍ଟିଚ୍ୟୁଟ୍ କୋଭିସିଲ୍ଡ ଟିକା ପ୍ରସ୍ତୁତ କରୁଥିବା ବେଳେ ଭାରତ ବାୟୋଟେକ୍ କୋଭାକ୍ସିନ ତିଆରି କରୁଛି।

କୋର୍ଟ କେନ୍ଦ୍ର ସରକାରଙ୍କୁ କହିଛନ୍ତି ଯେ, ସେ କୋଭିଡ୍-୧୯ ଟିକାକରଣରେ କରାଯାଉଥିବା ବର୍ଗୀକରଣ ପଛର କାରଣ ଜଣାନ୍ତୁ। କେନ୍ଦ୍ର ସରକାର ପର୍ଯ୍ୟାୟକ୍ରମେ କରୋନା ଭ୍ୟାକସିନକୁ ମଞ୍ଜୁରୀ ଦେଇଛନ୍ତି। ଏହାରି ଆଧାରରେ ପ୍ରଥମ ପର୍ଯ୍ୟାୟରେ ସ୍ଵାସ୍ଥ୍ୟକର୍ମୀ ଓ କରୋନା ଯୋଦ୍ଧାଙ୍କ ଟିକାକରଣ କରାଯାଇଥିଲା। ଏବେ ଦ୍ଵିତୀୟ ପର୍ଯ୍ୟାୟରେ ୬୦ ବର୍ଷରୁ ଉର୍ଦ୍ଧ୍ଵ ଏବଂ ଜଟିଳ ରୋଗରେ ପୀଡିତ ୪୫ ବର୍ଷରୁ ୬୦ ବର୍ଷ ମଧ୍ୟରେ ଲୋକଙ୍କ ଟିକାକରଣ କରାଯାଉଛି।

ବିଚାରପତି ବିପିନ ସାଙ୍ଘି ଓ ବିଚାରପତି ରେଖା ପଲ୍ଲୀଙ୍କ ପୀଠ କହିଛନ୍ତି, ଦୁଇ ସଂସ୍ଥା ସିରମ ଇନଷ୍ଟିଚ୍ୟୁଟ୍ ଅଫ ଇଣ୍ଡିଆ ଓ ଭାରତ ବାୟୋଟେକ୍ ନିକଟରେ ଅଧିକ ପରିମାଣରେ ଟିକା ଉପଲବ୍ଧ କରିବାର କ୍ଷମତା ରହିଛି।  ମାତ୍ର ଏମିତି ଲାଗୁଛି ଏହାର ପୂରା ଫାଇଦା ଜନତାଙ୍କୁ ମିଳି ପାରୁନାହିଁ। ଅର୍ଥାତ ଆମେ ଟିକା ଅନ୍ୟ ଦେଶକୁ ଦାନ କରୁଛନ୍ତି କିମ୍ବା ବିକ୍ରି କରୁଛନ୍ତି, କିନ୍ତୁ ନିଜ ଲୋକଙ୍କୁ ଟିକା ଦେଉ ନାହୁଁ।

   Related Posts