କରୋନା ଯୋଗୁ ମହାରାଷ୍ଟ୍ରରେ ଖୋଲା ବିଡ଼ି ଓ ସିଗାରେଟ୍ ବିକ୍ରି ଉପରେ ଲାଗିଲା କଟକଣା

Published By : Prameya-News7 Bureau | September 27, 2020 IST

ମୁମ୍ବାଇ ୨୭/୦୯: ମହାରାଷ୍ଟ୍ରରେ କରୋନା  ସଂକ୍ରମଣ ମାମଲା ବୃଦ୍ଧି ପାଉଥିବା ଦେଖି ରାଜ୍ୟସରକାର ଖୋଲା ବିଡି ଓ ସିଗାରେଟ୍ ବିକ୍ରି ଉପରେ କଟକଣା ଲଗାଇଛନ୍ତି। ମହାରାଷ୍ଟ୍ର ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଜାରି କରାଯାଇଥିବା ସର୍କୁଲାର ଅନୁସାରେ ଯେଉଁ ଦୋକାନ ଖୋଲା ବିଡି ଓ ସିଗାରେଟ୍ ବିକୁଥିବା ଦେଖାଯିବ ସେମାନଙ୍କ ଉପରେ ପୋଲିସ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ।

ସ୍ବାସ୍ଥ୍ୟ ବିଭାଗ ଅଧିକାରୀଙ୍କ ଅନୁସାରେ ପ୍ୟାକେଟରେ ଥିବା ବିଡ଼ି, ସିଗାରେଟ୍ ଉପରେ ସ୍ବାସ୍ଥ୍ୟ ଚେତାବନୀ ଦିଆଯାଇଥାଏ। ଏହା ଲୋକଙ୍କ ସ୍ବାସ୍ଥ୍ୟ ଉପରେ ପ୍ରଭାବ ପକାଇବ ବୋଲି ସେମାନେ ଜାଣିପାରନ୍ତି। ମାତ୍ର ଖୋଲାରେ ଯେତେ​‌ବେଳେ ଲୋକମାନେ ଗୋଟିଏ ବିଡି କି ସିଗାରେଟ୍ ନିଅନ୍ତି ତାହାକୁ ଦେଖିପାରନ୍ତି ନାହିଁ। ଏଥିପାଇଁ ସରକାର ଖୋଲା ବିଡ଼ି ଓ ସିଗାରେଟ୍ ଉପରେ କଟକଣା ଲଗାଇବା ନିଷ୍ପତି ନେଇଛନ୍ତି।

ସୂଚନାଯୋଗ୍ୟ ମହାରାଷ୍ଟ୍ରରେ କରୋନା ସଂକ୍ରମଣ ଏବେ ସୁଦ୍ଧା ୩୪ ହଜାର ୭୬୧ ଲୋକଙ୍କ ମୃତ୍ୟୁ ହୋଇସାରିଲାଣି। କରୋନାକୁ ନିୟନ୍ତ୍ରଣରେ ଆଣିବା ପାଇଁ ରାଜ୍ୟରେ ଏ​‌ବେ ସୁଦ୍ଧା ୬୨ ଲକ୍ଷ ୮୦ ହଜାର ଲୋକଙ୍କ କରୋନା ଟେଷ୍ଟ କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.