୨୫ ବର୍ଷରୁ କମ ବୟସ୍କଙ୍କୁ ମଦ ବିକି ହରଡ ଘଣାରେ ରେଷ୍ଟୁରାଣ୍ଟ ମାଲିକ, ଜାଣନ୍ତୁ କେତେ ଗଣିଲେ ଜରିମନା

Published By : Prameya-News7 Bureau | October 02, 2019 IST

ଚଣ୍ଡିଗଡ:  ରାଜ୍ୟରେ ୨୫ ବର୍ଷରୁ କମ୍ ବୟସ୍କ ପିଲାଙ୍କୁ ମଦ ବିକ୍ରି ନିଷେଧ ରହିଛି। ହେଲେ ରାଜ୍ୟରେ ସରକାରଙ୍କ ଏହି କଟକଣାକୁ କୌଣସି ବାର ଅଥବା ରେଷ୍ଟୁରାଣ୍ଟ କେହି ମାନୁ ନାହାନ୍ତି। ତେବେ ଏଠାରେ ଥିବା ଏଲାଣ୍ଟେ ମଲର ମିନିଷ୍ଟ୍ରି ଅଫ ବାର ଏକ୍ସଚେଞ୍ଜ  ରେଷ୍ଟୁରାଣ୍ଟ ଉପରେ ଏଥିଲାଗି ଯେତିକି ଜରିମାନା ହୋଇଛି ତାହା ଏବେ ସମସ୍ତଙ୍କୁ ଚକିତ କରିଛି। ଏହି ରେଷ୍ଟୁରାଣ୍ଟରେ ହୋଇଥିବା ଏକ ପାର୍ଟିରେ ଛୋଟ ପିଲାଙ୍କୁ ବି ଡ୍ରିଙ୍କସ ଦିଆଯାଇଥିଲା।

{"id":165484}

ପିଲାଙ୍କୁ ଡ୍ରିଙ୍କସ ଦେବା ଘଟଣା ଜଣାପଡିବା ପରେ ଚଣ୍ଡିଗଡ ପ୍ରଶାସନର ଏକ୍ସାଇଜ ଏଣ୍ଡ ଟ୍ୟାକ୍ସେସନ ଡିପାର୍ଟମେଣ୍ଟ ୧ଲକ୍ଷ ଟଙ୍କା ଜରିମନା ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ବିଭାଗ ଅନ୍ୟ ଏକ ହୋଟେଲ ଓ ରେଷ୍ଟୁରାଣ୍ଟ ଜେମ୍ସ ପ୍ଲାଜାକୁ ମଧ୍ୟ ୨ଲକ୍ଷ ଟଙ୍କା ଜରିମାନା କରିଛି। ଏଠାରେ ବିକ୍ରୟ ହେଉଥିବା ମଦ୍ୟ ବିନା ହଲୋଗ୍ରାମ ବୋତଲର ବୋଲି ଜଣାପଡିବା ପରେ ଏକ୍ସାଇଜ କଲେକ୍ଟର ତଥା ଆଡିସନାଲ କମିଶନର  ଟ୍ୟାକ୍ସେସନ ରାକେଶ କୁମାର ପୋପଲୀ ଏହି ଜରିମନା ନିର୍ଦ୍ଦେଷ ଦେଇଛନ୍ତି। ଚଣ୍ଡିଗଡରେ ମଦ୍ୟ ବିକ୍ରୟ ଲାଗି ସର୍ବ ନିମ୍ମ ବୟସ ୨୫ ବର୍ଷ ନିର୍ଦ୍ଧାରିତ ହୋଇଛି। ଏହାଠାରୁ କମ୍ ବୟସର ପିଲାଙ୍କୁ ମଦ ବିକ୍ରୟ ଯୋଗୁ ଏଭଳି ପଦକ୍ଷେପ ନିଆଯାଇଥିବା ପୋପଲୀ କହିଛନ୍ତି।

{"id":165485,"width":581,"height":387}

ରାଜ୍ୟରେ ଅବକାରୀ ଆଇନକୁ କଡାକଡି ଭାବେ ପାଳନ କରାଯାଉ ନାହିଁ। ନିଧଡକରେ ସବୁ ବୟସର ଲୋକଙ୍କୁ ମଦ ବିକ୍ରି ଚାଲିଥିଲେ ହେଁ ଏହାର ନିୟମିତ ଯାଞ୍ଚ ହେଉ ନାହିଁ। ତେବେ ରେଷ୍ଟୋରାଣ୍ଟରେ ଉତ୍ସବ ପାଳନ ନାମରେ ହୋଇଥିବା ମଦବିକ୍ରି ଘଟଣା ନଜରକୁ ଆସିବା ପରେ ବିଭାଗ କାର୍ଯ୍ୟାନୁଷ୍ଠାନ କରିଛନ୍ତି। ତେବେ ଲୋକେ ଏଭଳି ଘଟଣାର ନିୟମିତ ଯାଞ୍ଚ ଲାଗି ଦାବି କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.