ବିକ୍ରି ହୋଇଥିବା ୪ମାସର ଶିଶୁ ପୁତ୍ର ଉଦ୍ଧାର, ମା’ଙ୍କୁ ହସ୍ତାନ୍ତର

Published By : Prameya-News7 Bureau | January 18, 2021 IST

ମାଲକାନଗିରି ୧୮।୧: ବିକ୍ରି ହୋଇଥିବା ୪ ମାସର ଶିଶୁ ପୁତ୍ର ଉଦ୍ଧାର । ମାଲକାନଗିରି ଜିଲ୍ଲା ଖୈରପୁଟ ବ୍ଲକ ଅନ୍ତର୍ଗତ ସପ୍ତଧାରା ଗାଁରୁ ଶିଶୁ ପୁତ୍ରକୁ ଉଦ୍ଧାର କରିଛି ଜିଲ୍ଲା ଶିଶୁ ସୁରକ୍ଷା କମିଟ ।  ଉଦ୍ଧାର ପରେ ମା’ଙ୍କୁ ଶିଶୁଟିକୁ ହସ୍ତାନ୍ତର କରାଯାଇଛି ।

ସୂଚନାଯୋଗ୍ୟ ଯେ, ମାଲକାନଗିରି ଜିଲ୍ଲା କୁଡୁମୁଲୁଗୁମ୍ମା ସହରର ହାଟପଦା ସାହିରୁ ଶିଶୁଟିକୁ ଉଦ୍ଧାର କରାଯାଇଛି । ଏହାପରେ ଜିଲ୍ଲା ସଦର ଚିକିତ୍ସାଳରେ ଶିଶୁଟିର ଚିକିତ୍ସା କରାଯାଇ ତାର ଜନ୍ମଦାତ୍ରୀ ମା’ କୁନି ଖିଲଙ୍କୁ ହସ୍ତାନ୍ତର କରାଯାଇଛି ।

କୁନି ଖିଲଙ୍କର ପୂର୍ବରୁ ଆଉ୪ଟି ସନ୍ତାନ ରହିଥିବା ବେଳେ ଅର୍ଥ ଅଭାବକୁ ୪ ମାସର ପୁତ୍ର ସନ୍ତାନ ରାଜାକୁ ହଜାରେ ଟଙ୍କାରେ ବିକ୍ରି କରି ଦେଇଥିଲେ । ତେବେ ଗଣମାଧ୍ୟମରେ ଏହି ଖବର ପ୍ରସାରଣ ହେବା ପରେ ତତ୍ପରତା ଦେଖାଇଥିଲା ଜିଲ୍ଲା ପ୍ରଶାସନ । କୁନି ଖିଲଙ୍କ ପରିବାରକୁ ସମସ୍ତ ପ୍ରକାର ଆର୍ଥିକ ସହାୟତା ଯୋଗାଇ ଦିଆଯିବା ସହ ତାଙ୍କର ତିନୋଟି ସନ୍ତାନକୁ ଗୋବିନ୍ଦପାଲି ହଷ୍ଟେଲରେ ରଖାଯାଇଥିବା ଜଣାପଡିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.