ପ୍ରେମିକା ଦେଲା ଧୋକା, ବଦଳିଗ‌ଲା ପ୍ରେମିକର ଦୁନିଆ : ଅଢେଇ କୋଟିର ଘରକୁ ଶାଗ ମାଛ ଦରରେ ବିକିବା ପରେ ପାଲଟିଗଲା ଚୋର

Published By : Prameya-News7 Bureau | December 08, 2020 IST

ଦୁର୍ଗ ୦୮/୧୨ : ପ୍ରେମ ସତ୍ୟ, ପ୍ରେମ ଶାସ୍ବତ, ପ୍ରେମ ଚିରନ୍ତନ । ପ୍ରେମର ଏହି ତିନୋଟି ଉକ୍ତି ଆଜି କାଲିକା ପ୍ରେମୀଯୁଗଳଙ୍କ ପାଇଁ ଯେମିତି ମୂଲ୍ୟହୀନ ହୋଇପଡିଛି । ପ୍ରେମକୁ ସାଇତି ରଖିବା ପାଇଁ କେଉଁଠି ପ୍ରେମିକ ଦେଇଛି ପ୍ରେମିକାକୁ ଉପହାର ତ କେଉଁଠି ପ୍ରେମର ଅମର ସ୍ମୃତିରେ କିଏ ଗଢିଛି ପ୍ରେମ ମନ୍ଦିର । ସଚ୍ଚା ପ୍ରେମ କରୁଥିଲା ସେ । ଦିନେ ବିଳାସପୂର୍ଣ୍ଣ ଜୀବନ ବିତାଉଥିବା ପ୍ରେମିକଟା ଏବେ ଲୁଟେରା ନମ୍ବର ଓ୍ବାନ୍ । ପଢନ୍ତୁ ପୂରା ଖବର…

ଝତିଶଗଡର ଦୁର୍ଗ ଜିଲ୍ଲା ପୋଲିସ ଜଣେ ଦୁର୍ଦ୍ଦାନ୍ତ ଲୁଟେରାକୁ କାବୁ କରିଛି । ଗୋଟିଏ ବର୍ଷ ମଧ୍ୟରେ ଅଭିଷେକ ଯୋଶୀ ନାମକ ଲୁଟେରାଜଣକ ପ୍ରାୟ ୫୦ରୁ ଅଧିକ ଲୁଟରେ ସଂପୃକ୍ତ ଥିଲା ପୋଲିସ କହିଛି । ଅଭିଯୁକ୍ତଜଣକ ରାୟପୁରର ଦେବେନ୍ଦ୍ର ନଗରର ରହେ । ପୋଲିସ ଅଭିଷେକକୁ ରାୟପୁରର ଏକ ହୋଟେଲରୁ ଗିରଫ କରିଛି । ଗତ ୨ ମାସ ହେବ ପୋଲିସର ଏକ ଟିମ ଅଭିଷେକକୁ ଖୋଜୁଥିଲା । ତା ନିକଟରୁ ପୋଲିସ ଏକ ଡର୍ଜନ୍ ମୋବାଇଲ ଜବତ କରିଛି ।

ଅଭିଷେକ ଯୋଶୀ ପୂର୍ବରୁ ଲୁଟେରା ନଥିଲେ । କଲେଜରେ ପଢିବା ସମୟରେ ଜଣେ ଯୁବତୀଙ୍କ ସହିତ ପ୍ରେମ ସମ୍ପର୍କ ଥିଲା । ଦୁହେଁ ବିବାହ କରିବାକୁ ଚାହୁଁଥିଲେ । ତେବେ ଏହାରି ମଧ୍ୟରେ ଅଭିଷେକଙ୍କ ବାପା-ମାଙ୍କର କୌଣସି କାରଣରୁ ମୃତ୍ୟୁ ଘଟିଥିଲା । ଏହା ପରେ ପ୍ରେମିକା ମଧ୍ୟ ବିବାହ ପାଇଁ ମନା କରିଦେବା ପରେ ମାନସିକ ଚାପରେ ରହୁଥିଲେ । ୮ ମାସ ତଳେ ସେ ଅପରାଧୀକ କାର୍ଯ୍ୟକଳାପ ଆରମ୍ଭ କରିଦେଇଥିଲେ । ତେବେ ସେ ମାନସିକ ଚାପର ବଶବର୍ତ୍ତୀ ହୋଇ ତାଙ୍କର ପ୍ରାୟ ଅଢେଇ କୋଟି ଟଙ୍କାର ଏକ ବଙ୍ଗଳାକୁ ମାତ୍ର ୧୪ ଲକ୍ଷ ଟଙ୍କାରେ ବିକ୍ରି କରିଦେଇଥିଲେ । ଏହା ପରେ ସେ ଲୁଟର ରାସ୍ତାକୁ ବାଛି ନେଇଥିଲେ । ଅଭିଷେକଙ୍କ ବାପା ବ୍ୟାଙ୍କରେ ଜଣେ ଉଚ୍ଚପଦସ୍ଥ ଅଧିକାରୀ ଥିଲେ ।

ନଭେମ୍ବର ୪ ତାରିଖରେ ଭିଲାଇରେ ଜଣେ ଇଂଜିନିୟରିଂ ଛାତ୍ରଙ୍କୁ ଛୁରୀମାଡ କରି ଲୁଟ କରିଥିଲେ । ସିସିଟିଭି ଫଟେଜ୍ ଯାଞ୍ଚ କରି ଘଟଣାର ତଦନ୍ତ କରୁଥିଲା ପୋଲିସ । ଏ ଯାଏଁ ସେ ପ୍ରାୟ ୫୦ଟି ଲୁଟପାଟ ମାମଲାରେ ସାମିଲ ଥିବା ପୋଲିସ କହିଛି । ତାଙ୍କ ନିକଟରୁ ୧୨ ଟି ମୋବାଇଲ, ମନିପର୍ସ ଏବଂ ଗାଡି ମଧ୍ୟ ଜବତ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.