Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାଣ ଗୋଦାମରେ ଭୟଙ୍କର ଅଗ୍ନିକାଣ୍ଡ: ୫ ମୃତ, ଅନେକ ଆହତ ହୋଇଛନ୍ତି, କ୍ଷତିପୂରଣ ଘୋଷଣା କଲେ ସିଏମ
  • ||
  • ଆସୁଛି ଲଘୁଚାପ, ୨୮ରୁ ୩ ଦିନ ବର୍ଷିବ: ଦକ୍ଷିଣରେ ହାଲକା ବର୍ଷା ସମ୍ଭାବନା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୪ ହଜାରରୁ ଅଧିକ କରୋନା ପଜିଟିଭ୍, ୫୮୫ ମୃତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍ : କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୪୯ କୋଭିଡ୍ ପଜିଟିଭ୍
  • ||
  • ଆଜି ମହାପ୍ରଭୁଙ୍କ ବନକଲାଗି ନୀତି, ଅପରାହ୍ନ ୪ଟାରୁ ରାତି ୮ଟା ଯାଏଁ ସାଧାରଣ ଦର୍ଶନ ବନ୍ଦ
  • ||

ପଞ୍ଜାବ କଳି ଥମିନଥିବା ବେଳେ ହେଭି ହେଲାଣି ହରିୟାଣା କନ୍ଦଳ, ହୁଡ୍ଡା ଭର୍ସେସ୍‌ ଶୈଳଜା ଲଢ଼େଇ ଜୋରଦାର

5/07/2021 at 10:33 PM

ନୂଆଦିଲ୍ଲୀ  ୫/୦୭: ପଞ୍ଜାବ ବିବାଦ ଥମୁନଥିବା ବେଳେ ଏବେ ହରିୟାଣା କଂଗ୍ରେସରେ ଜୋରଦାର ହଲଚଲ ଦେଖିବାକୁ ମିଳିଛି। ବରିଷ୍ଠ କଂଗ୍ରେସ ନେତୃତ୍ବଙ୍କ ପାଇଁ ହରିୟାଣା କନ୍ଦଳ ମୁଣ୍ଡିବିନ୍ଧାର କାରଣ ପାଲଟିଲାଣି। ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ସିଂହ ହୁଡ୍ଡା  ଏବଂ ପ୍ରଦେଶ କଂଗ୍ରେସ ସଭାପତି କୁମାରୀ ଶୈଳଜାଙ୍କ ମଧ୍ୟରେ ତୁତୁମେଁମେଁ ବଢ଼ିବାରେ ଲାଗିଛି। ହୁଡ୍ଡା ସମର୍ଥକ ବିଧାୟକମାନେ ସଂଗଠନ ମହାସଚିବ କେସି ବେଣୁଗୋପାଳଙ୍କୁ ସାକ୍ଷାତ କରି କୁମାରୀ ଶୈଳଜାଙ୍କୁ ପିସିସି ସଭାପତି ପଦରୁ ହଟାଇବା ପାଇଁ ଦାବି କରିଛନ୍ତି।

ସଂଗଠନ ସାଧାରଣ ସମ୍ପାଦକ କେସି ବେଣୁଗୋପାଳଙ୍କ ସହ ସାକ୍ଷାତ ପୂର୍ବରୁ ହୁଡ୍ଡାଙ୍କ ସମର୍ଥକ ବିଧାୟକ ଏବଂ ନେତା ଦିଲ୍ଲୀ ସ୍ଥିତ ବାସଭବନରେ ମେଳି କରିଥିଲେ। ଶୈଳଜାଙ୍କୁ ହଟାଇ ହୁଡ୍ଡାଙ୍କୁ  ପିସିସି ସଭାପତି କରାଇବାକୁ ବେଣୁଗୋପାଳଙ୍କୁ ଦାବି କରିଛନ୍ତି ହୁଡ୍ଡାଙ୍କ ସମର୍ଥକ। ଏହା ସହ ରାଜ୍ୟରେ ସଂଗଠନରେ କୌଣସି ପରିବର୍ତ୍ତନ ପାଇଁ ବିଧାୟକଙ୍କ ରାୟ ନିଆଯାଉ ବୋଲି ସେମାନେ ଦାବି କରିଛନ୍ତି।

ଗତ ସପ୍ତାହରେ ୧୯ ଜଣ ବିଧାୟକ ରାଜ୍ୟ ପ୍ରଭାରୀ ବିବେକ ବଂଶଲଙ୍କୁ ସାକ୍ଷାତ କରି ହୁଡ୍ଡାଙ୍କୁ ପିସିସି ସଭାପତି କରାଇବାକୁ ଦାବି ଉପସ୍ଥାପନ କରିଥିଲେ। କଂଗ୍ରେସର ଜଣେ ବରିଷ୍ଠ ବିଧାୟକ କହିଛନ୍ତି, ନେତୃତ୍ବ ପରିବର୍ତ୍ତନ ନେଇ ଆମେ କହିଦେଇଛୁ। ଏବେ ଫୈସଲା ଶୀର୍ଷ ନେତୃତ୍ବଙ୍କୁ ନେବାକୁ ପଡ଼ିବ।  ରାଜ୍ୟରେ ସଂଗଠନ ସୁଦୃଢ଼ କରାଇବା ଦରକାର।  ପ୍ରଦେଶ ଅଧ୍ୟକ୍ଷ ଚୟନ କରିବା ଦଳର ନେତୃତ୍ବଙ୍କ ହାତରେ ରହିଛି ବୋଲି ବିଧାୟକ କୁଳଦୀପ ବତ୍ସ କହିଛନ୍ତି।

ହରିୟାଣାରେ କଂଗ୍ରେସର ୩୧ ବିଧାୟକ ଅଛନ୍ତି। ସେମାନଙ୍କ ମଧ୍ୟରୁ ୨୦ ବିଧାୟକ ହୁଡ୍ଡାଙ୍କ ସମର୍ଥକ ବୋଲି କୁହାଯାଉଛି। ତେବେ ହୁଡ୍ଡା ଏବଂ ଶୈଳଜା ଲଢ଼େଇ ନୂଆ ନୁହେଁ ବରଂ ବହୁ ପୂରୁଣା । ଏହା ପୂର୍ବରୁ ଅନେକ ଥର ଦୁଇ ନେତାଙ୍କ ମଧ୍ୟରେ ବହୁ ଫାଇଟ୍‌ ହୋଇସାରିଛି। ପ୍ରଦେଶ କଂଗ୍ରେସରେ ପରିବର୍ତ୍ତନ ହେବାକୁ ଯାଉଥିବା ବେଳେ ହୁଡ୍ଡା ଜାଣିଶୁଣି ଏମିତି କରୁଛନ୍ତି ବୋଲି ଶୈଳଜାଙ୍କ ସମର୍ଥକମାନେ ଅଭିଯୋଗ କରିଛନ୍ତି।

   Related Posts