ବାରବାଟୀରେ ସେଲ୍‌ଫି ଜୋନ୍‌ – ମିଳୁଛି ଟିମ୍‌ ଇଣ୍ଡିଆ ଜର୍ସି

Published By : Prameya-News7 Bureau | December 21, 2019 IST

କଟକ ୨୧.୧୨-ରବିବାର ବାରାବଟୀ ରେ ଦେଖିବାକୁ ମିଳିବ ହାଇ ଭୋଲଟେଜ ମ୍ୟାଚ…ସେଥିପାଇଁ ସମସ୍ତ ଙ୍କ ମନରେ ଉତ୍ସାହ..ତେବେ ବାରାବାଟୀ ମ୍ୟାଚ ଦେଖିବା ସହ ନିଜ ପ୍ରେୟ ଖେଳାଳୀ କୁ ଚିଅରଫ କରିବା ପାଇଁ ଏବେ ଷ୍ଟାଡିୟମ ନିକଟରେ ମିଳୁଥିବା ଜର୍ସି ନିକଟରେ ଭିଡ ଦେଖିବାକୁ ମିଳିଛି । ସେପଟେ ଷ୍ଟାଡିୟମ ନିକଟରେ ହୋଇଥିବା ସେଲଫି ଜୋନର ମଜା ନେଉଛନ୍ତି ଦର୍ଶକ….

{"id":200831,"sizeSlug":"large"}

ବାରାବାଟୀ ରେ ରବିବାର ମ୍ୟାଚର ମଜା ନେବା ସାଙ୍ଗକୁ ନିଜ ପ୍ରିୟ ଖେଳାଳୀ ଙ୍କୁ ଚିଅରଅଫ କରିବା ପାଇଁ ଦର୍ଶକ ପ୍ରସ୍ତୁତି ଆରମ୍ଭ କରି ଦେଲେଣି…ଷ୍ଟାଡିୟମ ନିକଟରେ ବିକ୍ରି ହେଉଥିବା ଇଣ୍ଡିଆ ଟିମ ର ଜର୍ସି ପିନ୍ଧି ସମସ୍ତେ ଖେଳ ଦେଖିବା ପାଇଁ ଏବେ ଜର୍ସି ଦୋକାନରେ ଭିଡ ଜମାଇଛନ୍ତି…।

{"id":200832,"sizeSlug":"large"}

କିଏ ବିରାଟ ତ, କିଏ ରୋହିତ ଆଉ କିଏ ଧୋନୀଙ୍କ ଜର୍ସି ପିନ୍ଧି ମ୍ୟାଚ ଦେଖିବାକୁ ପୁରା ପ୍ରସ୍ତୁତ ହେଲେଣି…। କେବଳ ବାରାବଟୀ ନୁହେଁ ଦେଶର ଯେଉଁ ସ୍ଥାନରେ କ୍ରିକେଟ ମ୍ୟାଚ ହୋଇଥାଏ ଏହି ଜର୍ସି ବ୍ୟବସାୟୀ ମାନେ ସେଠାକୁ ଯାଇ ବ୍ୟବସାୟୀ କରିଥାନ୍ତି । ପ୍ଲେୟାରଙ୍କୁ ନେଇ ଜର୍ସି ଦାମ ମଧ୍ୟ ଧାର୍ଯ୍ୟ କରାଯାଇଥାଏ । କେବଳ ଜର୍ସି ନୁହେଁ, କ୍ୟାପ,ହ୍ୟାଣ୍ଡ ବ୍ୟାଣ୍ଡ ସାଙ୍ଗକୁ ଭାରତୀୟ ପତାକା ମଧ୍ୟ ବିକ୍ରି କରିଥାନ୍ତି ଏହି ବ୍ୟବସାୟୀ. ।

{"id":200833,"sizeSlug":"large"}

ସେପଟେ ମ୍ୟାଚ ପାଇଁ ସଜେଇ ହୋଇଛି ରିଙ୍ଗରୋଡ ଓ ବରାବାଟୀ ଷ୍ଟାଡିୟମ ଦେଇ ଯାଇଥିବା ରାସ୍ତାର କାନ୍ଥ । କେଉଁଠାରେ କଟକ ବାଲଯାତ୍ରାର ଐତିହ ଦେଖିବାକୁ ମିଳୁଛି ତ ଆଉ କେଉଁଠି ବିରାଟ କୋହୋଲି ଓ ସଚିନଙ୍କ ଭଳି କିମ୍ବଦନ୍ତି ପ୍ଲେୟାର ଙ୍କ ଓ୍ବାଲ ପେଣ୍ଟିଂ । ଯାହା କ୍ରିକେଟ୍ ପ୍ରେମୀଙ୍କୁ ଅଧିକ ଉତ୍ସାହିତ କରୁଛି ।

{"id":200834,"sizeSlug":"large"}

ଏହା ସହ ଷ୍ଟାଡିୟମ ନିକଟରେ ହୋଇଥିବା ହୋଇଛି ସେଲଫି ଜୋନ୍‌ । ଯେଉଁଠି ଭରପୁର ମଜା ନେଇଛନ୍ତି ଦର୍ଶକ । ସେହି ରାସ୍ତା ଦେଇଯାଉଥିବା ଲୋକେ ଘଡିଏ ଅଟକି ଯାଇ କିଏ ସାଙ୍ଗ ସାଥିଙ୍କ ସହ ତ ଆଉ କିଏ ନିଜେ ଏକାକି ସେଲଫି ନେଉଛନ୍ତି ।

{"id":200835,"sizeSlug":"large"}

ଦମଦାର ମ୍ୟାଚ ଦେଖିବାକୁ ଦର୍ଶକଙ୍କ ଅପେକ୍ଷା ଥିବା ବେଳେ ବାହାରେ ଏଭଳି ଆକର୍ଷିଚ କାର୍ଯ୍ୟକ୍ରମ ମ୍ୟାଚ ଦେଖିବାର ଜୋଶ କୁ ଅଧିକ ବଢାଇ ଦେଇଛି…

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.