ବିପଦ ଆସି ପାଦ ପାଖରେ ତଥାପି ଛାଡୁନି ସେଲ୍‌ଫି ନିଶା : ବନ୍ୟା ଦେଖିବାକୁ ଯେମିତି ଭିଡ଼, ପାଣି ଭିତରେ ଫଟୋ ଉଠାଇବାକୁ ସେମିତି ପାଗଳ

Published By : Prameya-News7 Bureau | August 31, 2020 IST

ପାଟନା ୩୧।୦୮: ଲଗାଣ ବର୍ଷାରେ ଓଡିଶାରେ ୨୦ ଜିଲ୍ଲା ପ୍ରଭାବିତ ହୋଇଛି । ତେବେ ବନ୍ୟା ବିଭିଷୀକା ଦୃଶ୍ୟ ଭିତରେ ଆଗକୁ ଆସିଛି ଲୋକଙ୍କର ସେଲ୍‌ଫି ନେବା ନିଶା । ଗୋଟିଏ ପଟେ ହୁ ହୁ ହୋଇ ମାଡିଚାଲିଛି ବନ୍ୟାଜଳ, ଆଉ ଗୋଟିଏ ପଟେ ଲୋକମାନଙ୍କ ସେଲ୍‌ଫି ଉଠାଇବା ନିଶା । ଏଭଳି କିଛି ଭିଡିଓ ଭାଇରାଲ୍ ହେବା ପରେ ଲୋକଙ୍କର ସେଲଫି ନିଶା କେତେ ଯେ ଭୟଙ୍କର ଓ ସାଂଘାତିକ ହୋଇପାରେ ତାହା ଏବେ ଜଣାପଡିଛି  । ଏ ଦୃଶ୍ୟ ହେଉଛି କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଅନ୍ତର୍ଗତ ପର୍ଯ୍ୟଟନ ସ୍ଥଳୀ ଭୀମକୁଣ୍ଡର  ।

ବୈତରଣୀ ନଦୀରେ ପ୍ରବଳ ବନ୍ୟା ଆସିବା ଫଳରେ ଭୀମକୁଣ୍ଡର ରୂପ ଅତି ଅତ୍ୟନ୍ତ ଭୟଙ୍କର ହୋଇ ଉଠିଥିଲା । ପ୍ରକୃତି କେତେ ଯେ  ଉଗ୍ର ଓ ହିଂସ୍ର ହୋଇପାରେ, ତାହା ଭୀମକୁଣ୍ଡର ଜଳପ୍ରବାହରୁ ଦେଖିବାକୁ ମିଳିଥିଲା ।  ଯାହା ଦେଖିବାକୁ ଏଠାରେ ଲାଗିଥିଲା ଦର୍ଶକଙ୍କ ଭିଡ । ହେଲେ ସେଠାରେ ଉପସ୍ଥିତ କିଛି ଦର୍ଶକଙ୍କ ମଧ୍ୟରୁ କିଛି ଲୋକ ବନ୍ୟା ସହିତ ସେଲ୍‌ଫି୍‌ ନେଉଥିବାର ଦେଖିବାକୁ ମିଳିଛି । ଯାହାକି ନିଜ ଜୀବନ ସହିତ ବାଜି ଲଗାଇବା ସଦୃଶ । ଯାହାର ଭିଡିଓ ଏବେ ଖୁବ୍‌ ଭାଇରାଲ ହେବାରେ ଲାଗିଛି।  କିଛି ଦିନ ତଳେ ଏଠାରେ ସେଲଫି ନେବା ବେଳେ ପର୍ଯ୍ୟଟକଙ୍କର ମୃତ୍ୟୁ ହୋଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.