Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଟ୍ରକ ମାଡିଯାଇ ୧୪ ଶ୍ରମିକ ମୃତ
  • ||
  • ଧାନ ଖଳାକୁ ଯାଇଥିଲେ ନିରଞ୍ଜନ, କଚାଡି ମାରିଦେଲା ହାତୀ
  • ||

ଫସର ଫାଟିଗଲା ସବୁ ଖୁସି: ସେଲ୍‌ଫି ନେଇଗଲା ନାବାଳକର ଜୀବନ

3/01/2021 at 8:15 PM

ବୌଦ୍ଧ୩/୧: ନୂଆବର୍ଷ ଆରମ୍ଭରୁ ଅଘଟଣ। ସେଲ୍‌ଫି ନେବା ବେଳେ ପାଣି ଭିତରକୁ ଖସି ପଡିଲେ ନାବାଳକ। ଚାଲିଗଲା ଜୀବନ। ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା କୁମ୍ଭୀଧର ଜଳପ୍ରପାତ ନିକଟରେ ବଣଭୋଜି ସମୟରେ ଏଭଳି ଅଭାବନୀୟ ଘଟଣା ଘଟିଛି। ରବିବାର ଅପରାହ୍ନରେ ଜଣେ ନାବାଳକ ପାହାଡ଼ ଉପର ଝରଣା ସ୍ରୋତରୁ ସେଲଫି ନେବା ବେଳେ ଅସାବଧାନତାବଶତଃ ଗୋଡ଼ ଖସି ଯାଇଥିଲା। ଯାହାଫଳରେ ଝରଣା ତଳକୁ ନାବାଳକ ଖସି ପଡିଥିଲା।

କନ୍ଧମାଳ ଜିଲ୍ଲା ଖଜୁରିପଡ଼ା ଅଗ୍ନିଶମ ବାହିନୀ ନାବାଳକକୁ ଉଦ୍ଧାର କରି ସ୍ଥାନୀୟ ଅଡେଣିଗଡ଼ ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ।  ତେବେ ସେଠାରେ ତାଙ୍କର ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ବୌଦ୍ଧ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।  ମୃତ ନାବାଳକ ହେଲେ କନ୍ଧମାଳ ଜିଲ୍ଲା ଟିକାବାଲି ଥାନା ଅଞ୍ଚଳର ଜ୍ୟୋତିସ୍ମାନ ନାଏକ। ଏହି ଘଟଣାରେ ପୁରୁଣାକଟକ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି।

   Related Posts