Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଡିସେମ୍ବର-ଜାନୁଆରୀ ସମସ୍ତଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ: ଭୁବନେଶ୍ବର ଷ୍ଟେସନ ଓ ଏୟାରପୋର୍ଟରେ କରିପାରିବେ କୋଭିଡ୍‌ ଟେଷ୍ଟ
  • ||
  • ପରୀ ବାପା-ମା’ଙ୍କୁ ଭେଟିଲେ ବିଜେପି ଟିମ୍, ସିବିଆଇ ତଦନ୍ତ ଦାବି
  • ||
  • ରାଉରକେଲା : ଚଳନ୍ତା ଟ୍ରେନ୍‌ର ଟୟଲେଟ୍‌ରେ ନାବାଳିକାଙ୍କୁ ଦୁଷ୍କର୍ମ ଉଦ୍ୟମ, ଅଭିଯୁକ୍ତ ଯୁବକ ଗିରଫ
  • ||
  • କଟକ : ପୁଣି ଏକ ନକଲି ଘିଅ କମ୍ପାନୀରେ ଚଢାଉ, କୋଟିଏ ଟଙ୍କାର ଅପମିଶ୍ରିତ ସାମଗ୍ରୀ ଜବତ
  • ||
  • ପ୍ରେମ: ସେୟାର ଚାଟ୍‌ରୁ ଆରମ୍ଭ ଫେସବୁକରେ ଶେଷ, ସୋସିଆଲ ମିଡିଆରେ ପ୍ରେମିକାଙ୍କ ଅଶ୍ଲୀଳ ଫଟୋ ପୋଷ୍ଟ କଲେ ପ୍ରେମିକ
  • ||
  • ନୂଆପଡା : ମେଡିକାଲରେ ଚାକିରୀ ଦେବାକୁ କହି ଠକୁଥିଲା ଯୁବକ, ଗିରଫ କଲା ପୋଲିସ
  • ||
  • ସମ୍ବଲପୁର : ଦନ୍ତା ହାତୀର ମୃତଦେହ ଠାବ, ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ମୃତ୍ୟୁ ଅଭିଯୋଗ
  • ||
  • ଗଞ୍ଜାମ : ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ନାଁରେ ବିଜେପି ଓ କଂଗ୍ରେସ ପକ୍ଷରୁ ଏତଲା
  • ||
  • ପୁରୀ : ଅନଲାଇନରେ ନିର୍ମାଲ୍ୟ ବିକ୍ରି କରିବା ନେଇ ସିଂହଦ୍ବାର ଥାନାରେ ଆମାଜନ ଇଣ୍ଡିଆ ବିରୋଧରେ ସେବାୟତଙ୍କ ଏତଲା
  • ||
  • ସୋର : ଓଭରଲୋଡିଂ ପାଇଁ ଗଣିଲେ ତଣ୍ଡ, ୩ଲକ୍ଷ ଜରିମନା ଦେଲେ ୬ ଡମ୍ଫର
  • ||

ଆଶ୍ଚର୍ଯ୍ୟ ହେଲେବି ସତ, ସେଲ୍ଫି ସଉକ ବଞ୍ଚାଇଲା ଜୀବନ

25/04/2019 at 4:31 PM

ଓ୍ବାଲବର ହମ୍ପଟନସିଟି ୨୫।୪ : ସେଲ୍ଫି ସୌକ ଯୋଗୁ ଅନେକଙ୍କ ଜୀବନ ଯାଉଥିବା ଏବେ ନିତିଦିନିଆ ଖବରରେ ପରିଣତ ହେଲାଣି । ନିଜ ମୋବାଇଲ ଫୋନରେ ଫଟୋ ଉଠାଇ ସୋସିଆଲ ମିଡିଆରେ ସେୟାର କରିବାର ସଉକ ଯୋଗୁ ଲୋକେ ବିପଦପୂର୍ଣ୍ଣ ସ୍ଥାନରେ ଫଟୋ ଉଠାଉଥିବା ବେଳେ ପ୍ରାଣ ହରାଉଛନ୍ତି । ହେଲେ ଏହି ସଉକ ପାଇଁ ସେଲ୍ଫି ଖରାପ କରୁଥିବା ଏକ ଦାଗ ହଟାଇବାକୁ ଯାଇ ଜଣେ ମଡେଲ ତାଙ୍କ ପ୍ରାଣ ବଞ୍ଚାଇବାକୁ ସକ୍ଷମ ହୋଇଥିବା ଜାଣିଲେ ଆଶ୍ଚର୍ଯ୍ୟ ହେବେ ନିଶ୍ଚିତ।

ଇଂଲଣ୍ଡ ଓ୍ବାଲବର ହମ୍ପଟନସିଟିରେ ରହୁଥିବା ୨୧ ବର୍ଷିୟା ମଡେଲ କ୍ଲୋ ଜୋର୍ଡନଙ୍କର ସେଲ୍ଫି ପାଇଁ ରହିଛି ଖାସ ଦୁର୍ବଳତା । ସେଲ୍ଫି ଉଠାଇବା ପାଇଁ ସେ କିଛି ବି କରିପାରନ୍ତି । ବିକନି ପିନ୍ଧି ସେଲ୍ଫି ଉଠାଉଥିବା ବେଳ ତାଙ୍କ ଛାତିର ଠିକ ତଳକୁ ଏକ କଳାଜାଇ ଦେଖିବାକୁ ପାଇଥିଲେ। ଏଣୁ ଫୁଙ୍ଗୁଳା ଦେହରେ ସେଲ୍ଫି ଉଠାଇବା ଆଗ୍ରହ ତାଙ୍କର ମଉଳି ଯାଇଥିଲା । କେବଳ ସେଲ୍ଫି ନୁହେଁ ପରେ ଏହି କଳାଜାଇ ଯୋଗୁ ସେ ଫୁଙ୍ଗୁଳା ହେବାକୁ ମଧ୍ୟ ଇଛା କଲେନି। ଏଣୁ ସେ ଅପରେସନ କରି କଳାଜାଇକୁ ହଟାଇବାକୁ ମନସ୍ତ କଲେ । ଏଥିପାଇଁ ସେ ଡାକ୍ତରଙ୍କୁ ଭେଟି ପରୀକ୍ଷା ନିରିକ୍ଷା କରିବା ବେଳେ ଯାହା ଜାଣିବାକୁ ପାଇଲେ ସେଥିରେ ତାଙ୍କର ପାଦ ତଳର ମାଟି ଖସି ଯାଇଥିଲା।

ଅପରେସନ ପୂର୍ବରୁ ଡାକ୍ତରୀ ପରୀକ୍ଷା ବେଳେ ସେ ଯାହାକୁ କଳାଜାଇ ଭାବୁଥିଲେ ତା ତଳେ କର୍କଟ ରୋଗ ଘର କରିସାରିଥଲା ବୋଲି ଜାଣିବାକୁ ପାଇଥିଲେ। ଏ ନେଇ ରିପୋର୍ଟ ମିଳିବା ପରେ  ଡାକ୍ତର ତାଙ୍କର ତୁରନ୍ତ ଅପରେସନ ଓ ପରବର୍ତ୍ତି ଚିକିତ୍ସାର ବ୍ୟବସ୍ଥା କରିଥିଲେ। ସେଲ୍ଫି ଯୋଗୁ ସମୟ ପୂର୍ବରୁ ଜୋର୍ଡନଙ୍କୁ ଘାତର ରୋଗ ସମ୍ପର୍କରେ ସୂଚନା ମିଳିଯାଇଥିଲା। ଡାକ୍ତରଙ୍କ ତ୍ବରିତ ପଦେକ୍ଷେପ ଯୋଗୁ ଦେହରେ କର୍କଟ ରୋଗ ସଂକ୍ରମିତ ହେବା ପୂର୍ବରୁ କଳାଜାଇ ସହ କର୍କଟ ରୋଗକୁ ମଧ୍ୟ ଡାକ୍ତର ସବୁଦିନ ପାଇଁ ବାହାର କରି ଦେଇଛନ୍ତି। କାହା ପାଇଁ ବିପଦଜନକ ସାବ୍ୟସ୍ତ ହେଉଥିବା ସେଲ୍ଫି କିନ୍ତୁ ଜୋର୍ଡାନଙ୍କ ପ୍ରାଣ ବଞ୍ଚାଇ ଦେଇଛି ।

   Related Posts