ସେଲ୍‌ଫି ନେବା ବେଳେ ଡ୍ୟାମ୍ ତଳକୁ ଖସି ପଡିଲେ ଡାକ୍ତରଙ୍କ ପତ୍ନୀ: ଅକାଳରେ ଚାଲିଗଲା ଜୀବନ

Published By : Prameya-News7 Bureau | September 28, 2020 IST

ଭୋପାଳ୨୮/୯: ସେଲଫି ନେଉଥିବା ବେଳେ ୧୦ରୁ ୧୨ଫୁଟ ତଳକୁ ଖସି ପଡ଼ି ଡ୍ୟାମ ପାଣିରେ ନିଖୋଜ ହୋଇଗଲେ ଡାକ୍ତରଙ୍କ ପତ୍ନୀ। ମଧ୍ୟପ୍ରଦେଶର ହଲାଲି ଡ୍ୟାମରେ ଏଭଳି ଅଭାବନୀୟ ଘଟଣା ଘଟିଛି। ଡାକ୍ତରଙ୍କ ପତ୍ନୀ ସେଲଫି ନେବା ବେଳେ ସେଠାରୁ ଖସି ପଡି ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରଖିଥିଲେ। ସୋମବାର ସକାଳ ପର୍ଯ୍ୟନ୍ତ ଉଦ୍ଧାର କାର୍ଯ୍ୟ ଜାରି ରହିଥିଲା। କିନ୍ତୁ ମହିଳା ଜଣକଙ୍କ ସନ୍ଧାନ ମିଳିପାରି ନାହିଁ।

{"id":335864,"sizeSlug":"large"}

ଭୋପାଲଠାରୁ ପ୍ରାୟ ୪୦ କିଲୋମିଟର ଦୂରରେ ହଲାଲି ଡ୍ୟାମ୍, ସେଠାକୁ ଅନେକ ପର୍ଯ୍ୟଟକ ବୁଲିବାକୁ ଯାଆନ୍ତି। ଛୁଟି କାଟିବାକୁ ରବିବାର ଭୋପାଳର କୋଲାର ବାସିନ୍ଦା ଡାକ୍ତର ଉତ୍କଳ ମିଶ୍ରା ମଧ୍ୟ ତାଙ୍କ ପତ୍ନୀ ହିମାନୀଙ୍କ ସହିତ ହାଲଲି ଡ୍ୟାମ ଯାଇଥିଲେ। ଘଟଣା ସଂପର୍କରେ ଡାକ୍ତର ଉତ୍କଳ ମିଶ୍ର କହିଛନ୍ତି ଯେ, ସେ ମୋବାଇଲରେ ମେସେଜ ଦେଖିବା ବେଳେ ତାଙ୍କ ପତ୍ନୀ ସେଲଫି ନେଉଥିଲେ। ହଠାତ ତାଙ୍କ ପତ୍ନୀ ଡ୍ୟାମ ପାଣିକୁ ଖସି ପଡିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.