Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାରିପଦା : ଦିନ ଦ୍ବିପ୍ରହରରେ ଲୁଟ୍, ମହିଳାଙ୍କ ବେକରୁ ସୁନା ଚେନ୍ ଝାମ୍ପିନେଲେ ଦୁର୍ବୃତ୍ତ
  • ||
  • ବାରିପଦା : ୪୦ ଲକ୍ଷ ଟଙ୍କାର ଧଳା ଜହର ଜବତ, ଜଣେ ଗିରଫ
  • ||
  • ଖୋର୍ଦ୍ଧା : ଅଟୋ ଓ କାର୍ ମୁହାଁମୁହିଁ ଧକ୍କା, ୮ ଆହତ
  • ||
  • ଝାରସୁଗୁଡା : ଜାଲ୍ ନୋଟ୍ କାରବାରର ପର୍ଦ୍ଦାଫାଶ, ୫୭ହଜାର ଟଙ୍କାର ନକଲି ନୋଟ୍ ଜବତ, ରେଳବାଇ କର୍ମଚାରୀ ଗିରଫ
  • ||
  • ପୁରୀ : ମହାପ୍ରଭୁଙ୍କ ଦର୍ଶନ ପାଇଁ ବ୍ୟାରିକେଡ଼ରେ କରିଥିଲେ ଅପେକ୍ଷା, ହଠାତ୍ ଅସୁସ୍ଥ ହୋଇପଡିଲେ ଭକ୍ତ
  • ||
  • ଅନୁଗୋଳ : ଅନନ୍ତ କୋଇଲା ଖଣିରେ ଅଘଟଣ, କୋଇଲା ଲୋଡିଂ ବେଳେ ପୋତିହୋଇଗଲେ ଜଣେ
  • ||
  • ବ୍ରହ୍ମପୁର : ଭିଜିଲାନ୍ସ ପଞ୍ଝାରେ ଆରଆଇ, ଜମି ନିର୍ଦ୍ଧାରଣ ପାଇଁ ୫ ହଜାର ଟଙ୍କା ନେବାବେଳେ ଧରାପଡିଲେ
  • ||
  • ଭୁବନେଶ୍ବର : ଦିନରେ ରଙ୍ଗମିସ୍ତ୍ରୀ, ରାତିରେ ଚୋରୀ, ୫ ବର୍ଷ ଧରି ଖୋଜୁଥିଲା ପୋଲିସ, ଶେଷରେ ଧରାପଡିଲା
  • ||
  • କଟକ : ରମଜାନ ପାଇଁ ସିଏମସିର ଗାଇଡ୍‌ଲାଇନ୍, ନମାଜ ପାଠ ପାଇଁ ୧୦୦ ଲୋକଙ୍କୁ ଅନୁମତି
  • ||
  • ଜଳେଶ୍ବର : ନଦୀ ପଠାରୁ ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଠାବ, ସ୍ବାମୀ ହତ୍ୟା କରିଥିବା ଅଭିଯୋଗ ଆଣିଲେ ବାପଘର
  • ||

ଦୁଇଟି ହତ୍ୟା ମାମଲାରେ ସତ୍‌ଲୋକ ଆଶ୍ରମର ମୁଖ୍ୟ ବାବା ରାମପାଲ ଦୋଷୀ ସାବ୍ୟସ୍ତ : ଅକ୍ଟୋବର ୧୬ ଓ ୧୭ତାରିଖରେ ଦଣ୍ଡ ଘୋଷଣା

11/10/2018 at 6:26 PM

ହିସାର ୧୧|୧୦: ହରିଆଣାର ସତଲୋକ ଆଶ୍ରମର ମୁଖ୍ୟ ରାମପାଲଙ୍କୁ ଦୀର୍ଘ ୪ବର୍ଷ ପରେ ହିସାରର ସ୍ବତନ୍ତ୍ର ଅଦାତଲ ୨ଟି ହତ୍ୟା ସଂପର୍କୀତ ମାମଲାତରେ ଦୋଷୀ ସାବ୍ୟସ୍ତ କରିଛନ୍ତି । ଆସନ୍ତା ଅକ୍ଟୋବର ୧୬ ଏବଂ ୧୭ତାରିଖରେ ଅଦାଲତ ଏହି ମାମଲାର ଦଣ୍ଡ ପ୍ରକାଶ କରିବେ । ହିସାରର ନିମ୍ନ ଅଦାଲତ ଏହି ଦୁଇଟିଯାକ ମାମଲାରେ ରାମପାଲକୁ ଦୋଷୀ ସାବ୍ୟସ୍ତ କରିଥିଲେ ।

ସୂଚନାଯୋଗ୍ୟ ଯେ, ଆଜି ରାମପାଲ ମାମଲାର ରାୟ ପ୍ରକାଶ ପାଇବାକୁ ଥିବାରୁ ସମଗ୍ର ହିସାରରେ ୧୪୪ଧାରା ଜାରି କରାଯିବା ସହ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । ରାମପାଲଙ୍କର ୨୦ହଜାର ସମର୍ଥକ ହିସାରରେ ଏକାଠି ହେବେ ବୋଲି ପ୍ରଶାସନ ଅନୁମାନ କରୁଥିଲା । ତେଣୁ ଆଗୁଆ ସତର୍କତା ହିସାବରେ ପୋଲିସ ଓ ପାରା ମିଲିଟାରୀ ଫୋର୍ସ ମୁତୟନ କରାଯାଇଥିଲା । ସଚ୍ଚସୌଦା ସଂପ୍ରଦାୟର ବାବା ରାମ ରହିମ ସଂପର୍କରେ ରାୟ ପ୍ରକାଶ ବେଳେ ପଞ୍ଚକୁଲାରେ ବ୍ୟାପକ ହିଂସା ହୋଇଥିଲା । ଏହାକୁ ନଜରରେ ରଖି ଏହି ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା ।

୨୦୧୪ମସିହା ନଭେମ୍ବର ୧୮ତାରିଖରେ ବରଓ୍ବାଲଠାରେ ଥିବା ସତଲୋକ ଆଶ୍ରମ ମଧ୍ୟରୁ ରାମପାଲକୁ ବାହାର କରିବା ପାଇଁ ପୋଲିସ ଅଭିଯାନ ଆରମ୍ଭ କରିଥିଲା । ରାମପାଲର ସୁରକ୍ଷାକର୍ମୀ, ଅନୁଗାମୀ ଓ ଶ୍ରଦ୍ଧାଳୁ ପୋଲିସକୁ ବିରୋଧ କରିବା ସହ ଆକ୍ରମଣ କରିଥିଲେ ।  ପୋଲିସ ପକ୍ଷରୁ ମଧ୍ୟ ବ୍ୟାପକ ଚଢାଉ ହୋଇଥିଲା । ଅଭିଯାନର ପ୍ରଥମ ଦିନ ବହୁଲୋକ ଆହତ ହୋଇଥିଲେ । ତେବେ ଦ୍ବିତୀୟ ଦିନ ନିଜେ ରାମପାଲ ଆଶ୍ରମ ମଧ୍ୟରୁ ବାହାରକୁ ବାହାରିଥିଲା । ତେବେ ଇତିମଧ୍ୟରେ ୫ଜଣ ମହିଳା ଭକ୍ତ ଓ ଜଣେ ଛୋଟପିଲାର ମୃତ୍ୟୁ ହୋଇସାରିଥିଲା । ଏହି ଘଟଣାକୁ ନେଇ ପୋଲିସ ନିଜ ପକ୍ଷରୁ ୨ଟି ଏଫଆଇଆର ଦାଖଲ କରିଥିଲା । ରାମପାଲ ସମେତ ୧୫ଜଣଙ୍କୁ ପ୍ରଥମ ଏଫଆଇଆରରେ ଅଭିଯୁକ୍ତ କରାଯାଇଥିବାବେଳେ ଦ୍ବିତୀୟ ଏଫଆଇଆରରେ ରାମପାଲ ସମେତ ୧୪ଜଣଙ୍କୁ ଅଭିଯୁକ୍ତ କରାଯାଇଥିଲା । ୨୦୧୪ ମସିହା ନମ୍ଭେମ୍ବର ମାସରେ ପୋଲିସ ଅଧିକ ଅନୁସନ୍ଧାନ କରି ରାମପାଲ ବିରୋଧରେ ହତ୍ୟା, ଦେଶଦ୍ରୋହ ଏବଂ ବେଆଇନ ଭାବେ ସିଲିଣ୍ଡର ଗଚ୍ଛିତ ରଖିବା ଭଳି ଆହୁରି ୭ଟି ମାମଲା ଦାୟର କରିଥିଲା । ଏଥିରୁ ୨ଟି ମାମଲାରେ ରାମପାଲ ଦୋଷମୁକ୍ତ ହୋଇସାରିଛି ।

   Related Posts