ସଇତାନି ଶକ୍ତି ଦୁର କରିବା ପାଇଁ ଘର ଖାଲି କରିବା ପରେ ଯୁବତୀକୁ ଦୁଷ୍କର୍ମ କଲା ଭଣ୍ଡବାବା : ଗିରଫ

Published By : Prameya-News7 Bureau | June 16, 2019 IST

ହାଇଦ୍ରାବାଦ ୧୬/୬: ନିଜକୁ ବାବା କହୁଥିବା ଜଣେ ବ୍ୟକ୍ତି ୧୯ବର୍ଷ ବୟସର ଝିଅକୁ ଦୁଷ୍କର୍ମ କରିଛି। ଆଜମ୍ ନାମକ ବ୍ୟକ୍ତି ପରିବାର ଲୋକଙ୍କୁ କହିଥିଲା ଯେ ସେ ଘରେ ଥିବା ଖରାପ ଶକ୍ତିକୁ ଦୂର କରୁଛି। ଏହି ଘଟଣା ଘଟିଛି ହାଇଦ୍ରାବାଦରେ।
ଆଜମ୍ ଘରଲୋକଙ୍କୁ କହିଥିଲା ଯେ ତାଙ୍କ ଘରେ ଖରାପ ଶକ୍ତି ଜମା ହୋଇଯାଇଛି ଏବଂ ସେଗୁଡ଼ିକୁ ଦୂର କରିବା ଜରୁରୀ। ପୋଲିସ୍ ଆଜମକୁ ଗିରଫ କରିଛି।
ପୋଲିସର କହିବାନୁସାରେ ଅଭିଯୁକ୍ତ ହାଇଦ୍ରାବାଦରେ ନିଜ ଘରେ ଥିବାବେଳେ ତାକୁ ଗିରଫ କରାଯାଇଥିଲା। ଅଭିଯୁକ୍ତ ଏବଂ ପୀଡ଼ିତା ଗୋଟିଏ ଅଞ୍ଚଳରେ ରୁହନ୍ତି। ପୋଲିସ୍ ଦୁଷ୍କର୍ମର ମାମଲା ରୁଜୁ କରିଛି। ପୀଡ଼ିତାଙ୍କୁ ମେଡିକାଲ ସହାୟତା ଏବଂ କାଉନସିଲିଂ ପାଇଁ ନିଆଯାଇଛି।
ଅଭିଯୁକ୍ତ ପ୍ରଥମେ ପୀଡ଼ିତାଙ୍କୁଦେଖା କରିଥିଲା ଏବଂ ଏହାପରେ ତାଙ୍କ ଘରେ ଯିବା ଆସିବା କରିବାକୁ ଲାଗିଲା। ପରେ ସେ ପୀଡ଼ିତାଙ୍କ ଘରଲୋକଙ୍କୁ କହିଥିଲା ଯେ ଘରେ ନକରାତ୍ମକ ଶକ୍ତି ଜମା ହୋଇଯାଇଛି। ଆଜମ୍ ସେମାନଙ୍କୁ କର୍ଣ୍ଣାଟକର ବିଦରରେ ଥିବା ଏକ ଦରଗାହ ଯିବାକୁ କହିଥିଲେ। ଆଜମ୍ ମଧ୍ୟ ତାଙ୍କ ସହ ଯାଇଥିଲା ଏବଂ ସେହି ସମୟରେ ପୀଡ଼ିତାଙ୍କୁ ଦୁଷ୍କର୍ମ କରିଥିଲା।
ଜଣେ ପୋଲିସ୍ ଅଧିକାରୀଙ୍କ କହିବାନୁସାରେ ଟ୍ରିପରୁ ଆସିବା ପରେ ଆଜମ୍ ପୁଣି ଥରେ ପୀଡ଼ିତାଙ୍କ ଘରେ ପହଞ୍ଚିଥିଲା ଏବଂ ତାଙ୍କ ବାପା-ମାଆଙ୍କୁ ବାହାରକୁ ଯିବାକୁ କହୁଥିଲା। ଏହାପରେ ସେ ପୁଣିଥରେ ଯୁବତୀଙ୍କୁ ଦୁଷ୍କର୍ମ କରିଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.