Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୁଜିବ ଓ ରଶିଦଙ୍କ ଘାତକ ବୋଲିଂ, ସ୍କଟଲାଣ୍ଡକୁ ୧୩୦ ରନରେ ହରାଇଲା ଆଫଗାନିସ୍ତାନ
  • ||
  • ଇଣ୍ଡିଆନ ପ୍ରିମିୟର ଲିଗ୍ (IPL)ରେ ସାମିଲ ହେଲେ ଆଉ ୨ଟି ନୂଆ ଟିମ । ୨ ଟିମ ଅହମ୍ମଦାବାଦ ଏବଂ ଲକ୍ଷ୍ନୌ ଆସନ୍ତାବର୍ଷ ହେବାକୁ ଥିବା ଆଇପିଏଲରେ ଅଂଶଗ୍ରହଣ କରିବେ ।
  • ||
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୩୬୦ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୧୮୦ ଡିସଚାର୍ଜ
  • ||
  • ସତ ହେଲା ଧୋନୀଙ୍କ ଭବିଷ୍ୟବାଣୀ, ୫ ବର୍ଷ ତଳେ କହିଥିଲେ- ଦିନେ ଏମିତି ହେବ…
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୨୫ କୋଭିଡ୍ ପଜିଟିଭ୍
  • ||
  • ପଡୋଶୀ ଘରୁ ମିଳିଲା ଯୁବକଙ୍କ ଝୁଲନ୍ତା ମୃତଦେହ, ହତ୍ୟା ନା ଆତ୍ମହତ୍ୟା ?
  • ||
  • ୨ ପରିବାର ମଧ୍ୟରେ ରକ୍ତାକ୍ତ ସଙ୍ଘର୍ଷ : ୮ ଗୁରୁତର, ବୁଲିଲା ଟାଙ୍ଗିଆ ଓ କଟୁରୀ
  • ||
  • କାର୍ତ୍ତିକ ମାସର ପ୍ରଥମ ସୋମବାର : ଧବଳେଶ୍ୱର ପୀଠରେ ୧୪୪ ଧାରା, ମନ୍ଦିର ଖାଁ ଖାଁ
  • ||
  • ୫ ଦିନ ଯାଏଁ ଖସିବନି ପାରଦ, ୨୮ରୁ କାଁ ଭାଁ ବର୍ଷା
  • ||

କରୋନାର ଭୟାବହତାକୁ ବୁଝିଗଲେଣି ଲୋକେ, ଏହି ସହରରେ ଲଗାଇଲେ ସେଲ୍ଫ ଲକ୍‌ଡାଉନ୍‌

12/04/2021 at 4:26 PM

ଭୋପାଳ ୧୨/୪: କରୋନା ମହାମାରୀର ତାଣ୍ଡବକୁ ବର୍ଷେରୁ ଅଧିକ ବିତିଲାଣି। ମହାମାରୀର ଭୟାବହତାକୁ ଲୋକେ ହୃଦୟଙ୍ଗମ କରିଛନ୍ତି ଏବଂ ଏବେ କରୁଛନ୍ତି ମଧ୍ୟ। ଏଥିରୁ ନିସ୍ତାର ପାଇବାର ଗୋଟିଏ ଉପାୟ ‘ସଚେତନତା’। ସଚେତନ ହେବା ସଚେତନତା କରାଇବା ଏକମାତ୍ର ମାଧ୍ୟମ ପାଲଟିଥିବା ବେଳେ ଲୋକେ ଏସବୁକୁ ଖୁବ ଭଲ ଭାବେ ବୁଝିସାରିଛନ୍ତି। ଯଦିଓ କରୋନା ଟିକାକରଣ ଚାଲିଛି କିନ୍ତୁ ସଂକ୍ରମଣ ବୃଦ୍ଧି ପାଇଛି। କରୋନା ଲୋକଙ୍କୁ ସବୁ କିଛି ଶିଖାଇ ଦେଇଛି। ଏଣିକି ଲୋକଙ୍କୁ ଲକଡାଉନ୍‌ ଆଦି ବୋଝ ନୁହେଁ ବରଂ ନିଜକୁ ରକ୍ଷା କରିବାର ପନ୍ଥା ଭଳି ମନେ ହେଉଛି । ଏମିତି ଏକ ଘଟଣା ସାମ୍ନାକୁ ଆସିଛି ଯାହା ପ୍ରମାଣ କରୁଛି ଲୋକେ ନିଜେ କରୋନା ସହ ଲଢ଼େଇ କରିବାକୁ ଫୁଲ୍‌ ପ୍ରସ୍ତୁତ ଅଛନ୍ତି।

ମଧ୍ୟପ୍ରଦେଶର କରୋନା ସଂକ୍ରମଣ ବଢ଼ୁଥିବା ବେଳେ ଦମୋହ ଜିଲ୍ଲାର ହିନୋଟା ସହରରେ ଲୋକମାନେ ସେଲ୍ଫ ଲକ୍‌ଡାଉନ୍‌ ଲଗାଇଛନ୍ତି। ଅର୍ଥାତ ଶନିବାର ଏବଂ ରବିବାର ସହରକୁ କୌଣସି ପ୍ରଶାସନିକ ଅଧିକାରୀ ନୁହେଁ ବରଂ ସହରବାସୀ ନିଜ ତରଫରୁ ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି। ଜଣେ ସ୍ଥାନୀୟ ବାସିନ୍ଦା ରାମଗୋପାଳଙ୍କ କହିବା ଅନୁଯାୟୀ ଦୋକାନୀମାନେ ମଧ୍ୟ ଏହି ଲକ୍‌ଡାଉନ୍‌କୁ ସମର୍ଥନ କରିଛନ୍ତି। ଏହା ସହ ଲକ୍‌ଡାଉନ୍‌ ଅବଧିକୁ ଆହୁରି ଘୁଞ୍ଚାଇ ଦିଆଯାଇପାରେ ବୋଲି କୁହାଯାଉଛି। ଲୋକମାନଙ୍କୁ ଲାଗୁଛି ସଂକ୍ରମଣ ଚେନ୍‌ ଭାଙ୍ଗିବା ପାଇଁ ଲକ୍‌ଡାଉନ୍‌ ବ୍ୟତୀତ ଅନ୍ୟ ବିକଳ୍ପ ନାହିଁ ବୋଲି ଲୋକେ ବିଶ୍ବାସ କରୁଛନ୍ତି। ତେଣୁ ସ୍ବଇଚ୍ଛାରେ ଏହି ପଦକ୍ଷେପ ନିଆଯାଇଥିବା ଅନ୍ୟ ଜଣେ ସ୍ଥାନୀୟ ବାସିନ୍ଦା କହିଛନ୍ତି।

ଗୋଟିଏ ପଟେ କିଛି ଲୋକ କରୋନାର ଭୟାବହତାକୁ ବୁଝିଥିବା ବେଳେ ଅନ୍ୟମାନେ କିନ୍ତୁ ଲକ୍‌ଡାଉନ୍‌କୁ ଥଟ୍ଟା ମଜାରେ ନେଉଥିବା ଦେଖିବାକୁ ମିଳିଛି। ପ୍ରଶାସନର ନିର୍ଦେଶ କ୍ରମେ ନୟାଗାଁ ଏବଂ ଚିତ୍ରକୁଟରେ ଲକ୍‌ଡାଉନ ଲାଗିଥିବା ବେଳେ ଲୋକେ କିନ୍ତୁ ଏହାକୁ ମାନିବାକୁ ରାଜିନାହାନ୍ତି। ପୋଲିସ ଟିମ୍‌ ଲୋକଙ୍କୁ ତାଗିଦ କରିବାରୁ ଉତ୍ତ୍ୟକ୍ତ ଜନତା ପୋଲିସ ଉପରେ ଆକ୍ରମଣ କରିଛନ୍ତି। ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ୧୫ ଜଣ ବସି ମଦ୍ୟପାନ କରୁଥିବା ବେଳେ ପୋଲିସ ସେମାନଙ୍କୁ ଅଟକାଇବାରୁ ସେମାନେ ପଥର ମାଡ କରିଥିଲେ। ସେ ଯାହା ବି ହେଉ ଲୋକେ ସଚେତନ ନହେଲେ କରୋନାକୁ ହରାଇବା ମୁସକିଲ୍‌ ବୋଲି ସାଧାରଣରେ ମତପ୍ରକାଶ ପାଇଛି।

   Related Posts