ସିବିଆଇ ନିର୍ଦେଶକ ପଦରୁ ହଟିଲେ ଆଲୋକ ବର୍ମା

Published By : Prameya-News7 Bureau | January 10, 2019 IST

ଦିଲ୍ଲୀ ୧୦/୧ : ସିବିଆଇ ନିର୍ଦେଶକ ପଦରୁ ଆଲୋକ ବର୍ମାଙ୍କୁ ହଟାଇ ଦିଆଯାଇଛି | ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା ଏକ ବୈଠକରେ ଆଜି ଏହି ନିଷ୍ପତ୍ତି ନିଆଯାଇଛି | ଆଲୋକ ବର୍ମା ଏବଂ ଯାଞ୍ଚ ଏଜେନ୍ସିର ଦୁଇ ନମ୍ବର ଅଫିସର ରାକେଶ ଆସ୍ଥାନାଙ୍କ ମଧ୍ୟରେ ଚାଲିଥିବା ବିବାଦ ଯୋଗୁଁ କେନ୍ଦ୍ର ସରକାର ଆଲୋକ ବର୍ମାଙ୍କୁ ଛୁଟିରେ ପଠେଇ ଦେଇଥିଲେ | କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତି ବିରୋଧରେ ଆଲୋକ ବର୍ମା ସୁପ୍ରିମକୋର୍ଟରେ ଅପିଲ କରିଥିଲେ | ଆଲୋକ ବର୍ମାଙ୍କ ଅପିଲ ପରେ ସୁପ୍ରିମକୋର୍ଟ ବର୍ମାଙ୍କୁ ୭୭ଦିନ ପରେ ନିଯୁକ୍ତ କରିଥିଲେ | ତଥାପି ସୁପ୍ରିମକୋର୍ଟ ଏହି ନିଷ୍ପତ୍ତି ଉଚ୍ଚ ଅଧିକାରୀ ନେବେ ବୋଲି କହିଥିଲେ | ଜାନୁଆରୀ ୩୧ ତାରିଖରେ ଆଲୋକ ବର୍ମାଙ୍କ କାର୍ଯ୍ୟକାଳ ସମାପ୍ତ ହେବାରଥିଲା |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.