ଶେଖରଙ୍କ ହନୁମାନ ଚାଳିଶା ଶୁଣି ଶାନ୍ତି ପାଉଛନ୍ତି ଲୋକେ: ଦେଖି ସାରିଲେଣି ୭ କୋଟିରୁ ଅଧିକ ୟୁଜର୍ସ

Published By : Prameya-News7 Bureau | June 22, 2021 IST

ମୁମ୍ବାଇ ୨୨/୦୬ : ସୋସିଆଲ ମିଡ଼ିଆରେ ପ୍ରତିଦିନ କିଛି ନା କିଛି ନୂଆ ଭିଡିଓ, ଫିଲ୍ମ ଗୀତ ବା ଆଲବମ ଭାଇରାଲ ହେଉଥାଏ। କିନ୍ତୁ ଏବେ ଯେଉଁ ଗୀତ ଭାଇରାଲ ହେଉଛି ତାହା କୌଣସି ଫିଲ୍ମର ଗୀତ ନୁହେଁ ବରଂ ହନୁମାନ ଚାଳିଶା ଭିଡିଓ। ସଙ୍ଗୀତ ନିର୍ଦ୍ଦେଶକ ଶେଖର ରବଜିଆନି ଗାଇଥିବା ହନୁମାନ ଚାଳିଶା ୟୁଟ୍ୟୁବରେ ଛାଇ ଯାଇଛି। ଗତ କିଛି ଦିନ ହେଲା ଲୋକେ ଶେଖରଙ୍କ ହନୁମାନ ଚାଳିଶା ଖୁବ ଦେଖିଛନ୍ତି ଏବଂ ପସନ୍ଦ କରିଛନ୍ତି।

{"id":469722,"sizeSlug":"large","linkDestination":"none"}

ସାଧାରଣତଃ ଆମେ ପିଲା ବେଳୁ ହନୁମାନ ଚାଳିଶା ଶୁଣି ଆସୁଛୁ ଏବଂ ପଢି ଆସୁଛୁ। କିନ୍ତୁ ଶେଖରଙ୍କ ସ୍ୱର ଏକ ଅଲଗା ପ୍ରକାର ଯାଦୁ ଅଛି ଯାହା ଲୋକଙ୍କ ହୃଦୟକୁ ଛୁଇଁଛି। ଶେଖରଙ୍କ ହନୁମାନ ଚାଳିଶା ଶୁଣି ଲୋକେ ଶାନ୍ତି ଅନୁଭୂତ କରିଛନ୍ତି। ଶେଖରଙ୍କ ସ୍ୱର ସହ ଯେଉଁ ମ୍ୟୁଜିକ ଦିଆଯାଇଛି ତାହା ଲୋକଙ୍କ ମନକୁ ଛୁଇଁଛି। ୨୦୧୪ରେ ରିଲିଜ ହୋଇଥିବା ଏହି ହନୁମାନ ଚାଳିଶାକୁ ଏବେ ସୁଦ୍ଧା ୭ କୋଟିରୁ ଉର୍ଦ୍ଧ୍ବ (୭୫ ମିଲିୟନରୁ ଅଧିକ) ଲୋକ ଦେଖି ସାରିଛନ୍ତି। ଏହି ଭିଡିଓରେ ଲୋକେ ଏବେ ବି କମେଣ୍ଟ କରନ୍ତି।

{"id":469723,"sizeSlug":"large","linkDestination":"none"}

ଜଣେ ୟୁଜର୍ସ କମେଣ୍ଟ କରିଛନ୍ତି, ହନୁମାନ ଚାଳିଶାର ଏହି ସଂସ୍କରଣ ବହୁତ ଶାନ୍ତିପୂର୍ଣ୍ଣ। ସେ ଲେଖିଛନ୍ତି ଯେ ସେ ଗର୍ଭାବସ୍ଥା ସମୟରେ ଏହି ହନୁମାନ ଚାଳିଶା ଶୁଣୁଥିଲେ। ଏବେ ତାଙ୍କ ଶିଶୁ କାନ୍ଦୁଥିଲେ ସେ ଏହି ହନୁମାନ ଚାଳିଶା ଲଗାନ୍ତି ଓ ସେ କାନ୍ଦିବା ବନ୍ଦ କରିଦିଏ ଓ ଶୋଇପଡେ। ଏମିତି ଅନେକ ୟୁଜର ଅନେକ ପ୍ରତିକ୍ରିୟା ରଖିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.