ସୁଶାନ୍ତ ସିଂହଙ୍କ ମୃତ୍ୟୁର ସିବିଆଇ ତଦନ୍ତ ଦାବି, ନୀତିଶ କୁମାରଙ୍କୁ ଭେଟିବେ ଶେଖର୍ ସୁମନ୍: #justiceforSushantforum କୁ ସମର୍ଥନ ପାଇଁ ଅପିଲ୍

Published By : Prameya-News7 Bureau | June 29, 2020 IST

ମୁମ୍ବାଇ ୨୯/୦୬ : ଅଭିନେତା ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ସିବିଆଇ ଯାଞ୍ଚ ଦାବି ଜୋର ଧରିଛି | ଅଭିନେତା ଶେଖର ସୁମନ ଏହି ମାମଲାରେ ଜୋରସୋରରେ ସ୍ୱର ଉଠାଇଛନ୍ତି | ଏହାକୁ ନେଇ ସେ ଏକ ଅନଲାଇନ ଫୋରମ ମଧ୍ୟ ତିଆରି କରିଛନ୍ତି | ମାମଲାରେ ସେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ସାକ୍ଷାତ କରି ଏ ସମ୍ପର୍କରେ କଥାବାର୍ତ୍ତା କରିବେ | 

ରବିବାର ଦିନ ଶେଖର ସୁମନ ଏକ ଟ୍ୱିଟ କରି କହିଥିଲେ ଯେ, ସେ ନିଜର ପୈତୃକ ଘର ପାଟଣା ଯାଉଛନ୍ତି | ସେ ସେଠାରେ ସୁଶାନ୍ତ ସିଂହଙ୍କ ପିତାଙ୍କୁ ସାକ୍ଷାତ କରିବେ | ଏହାସହ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଓ ସୁଶାନ୍ତ ସିଂହ ରାଜପୁତଙ୍କ ପ୍ରଶଂସକଙ୍କୁ ମଧ୍ୟ ସାକ୍ଷାତ କରିବେ | ଏହାସହ ସୁଶାନ୍ତ ମୃତ୍ୟୁ ମାମଲାରେ ସିବିଆଇ ଯାଞ୍ଚ ପାଇଁ ଲୋକଙ୍କ ସମର୍ଥନ ପାଇଁ ଅପିଲ କରିବେ ବୋଲି କହିଥିଲେ |

{"id":293219,"sizeSlug":"large"}

ଶେଖର ସୁମନ ଗତ କିଛି ଦିନ ହେଲା ଲଗାତାର ଟ୍ୱିଟରରେ ଏହି ମାମଲା ଉଠାଉଛନ୍ତି ଏବଂ ସିବିଆଇ ଯାଞ୍ଚ ଦାବି କରୁଛନ୍ତି | ଜୁନ ୨୬ ତାରିଖରେ ସେ ନିଜ ଟ୍ୱିଟରେ ଲେଖିଥିଲେ, '#justiceforSushantforum , ପ୍ରିୟ ସୁଶାନ୍ତ ଦେଶ ତୁମ ସହିତ ଅଛି, ଲୋକେ ତୁମ ସହିତ ଅଛନ୍ତି, ଆମେ ସମସ୍ତେ ତୁମକୁ ନ୍ୟାୟ ଦେବା ପାଇଁ ଚେଷ୍ଟା କରୁଛୁ ଏବଂ ନ୍ୟାୟ ନିଶ୍ଚୟ ମିଳିବ | ଆମେ ତୁମକୁ ଅନନ୍ତକାଳ ଯାଏଁ ମନେରଖିବୁ |' ଜୁନ ୨୫ ତାରିଖରେ କରିଥିବା ଟ୍ୱିଟରେ ସେ ଲେଖିଥିଲେ, ଘୋଷଣା କରାଯାଇଛି ଯେ ସୁଶାନ୍ତଙ୍କ ମୃତ୍ୟୁ ଏକ ସାଧାରଣ ଆତ୍ମହତ୍ୟା | ଏଥିପାଇଁ ନିରାଶ ହୁଅନି, ମୋତେ ଆଦେଶ ଥିଲା ଏହା ହିଁ ହେବ | କାହାଣୀ ପୂର୍ବରୁ ନିର୍ଣ୍ଣୟ ହୋଇଥିଲା | ସେଥିପାଇଁ ଫୋରମ ଆମ ସମସ୍ତଙ୍କ ପାଇଁ ବହୁତ ମହତ୍ୱପୂର୍ଣ୍ଣ ହୋଇଯାଇଛି | ସେଥିପାଇଁ ପୁଣିଥରେ ଯାଞ୍ଚ ପାଇଁ ସ୍ୱର ଉଠାନ୍ତୁ | #justiceforSushantforum'

ଏହା ପୂର୍ବରୁ ସେ ସୁଶାନ୍ତଙ୍କ ପ୍ରଶଂସକଙ୍କୁ କହିଥିଲେ ଯେ ନିଜର କ୍ରୋଧ କମ ଦିଆନ୍ତୁନି, ଆନ୍ଦୋଳନ ଜାରି ରଖନ୍ତୁ | ଆମେ ଦୋଷୀଙ୍କୁ ଛାଡ଼ିବୁନି | ସେଥିପାଇଁ ଆମକୁ ଦୁନିଆର ଅଂଟା ପର୍ଯ୍ୟନ୍ତ ଯିବାକୁ ପଡିଲେ ମଧ୍ୟ ଯିବୁ କିନ୍ତୁ ଦୋଷୀଙ୍କୁ ଦଣ୍ଡ ମିଳିବ ଦରକାର |

{"id":293220,"sizeSlug":"large"}

ପୂର୍ବରୁ ସୁଶାନ୍ତ ସିଂହଙ୍କ ମୃତ୍ୟୁର ପ୍ରତିକ୍ରିୟାରେ ଶେଖର ସୁମନ କହିଥିଲେ ଯେ, ଏହା ସମ୍ପୂର୍ଣ୍ଣ ସ୍ପଷ୍ଟ ଯେ ସୁଶାନ୍ତ ଆତ୍ମହତ୍ୟା କରିନାହାନ୍ତି | କିନ୍ତୁ ତଥାପି ଠାରେ ମାନିନେବା ଯେ ସେ ଆତ୍ମହତ୍ୟା କରିଛନ୍ତି ତାହେଲେ ସେ ଯେତିକି ଦୃଢ ଓ ଇଚ୍ଛାଶକ୍ତି ସମ୍ପର୍ଣ୍ଣ ଓ ବୁଦ୍ଧିମାନ ଥିଲେ, ସେ ନିଶ୍ଚୟ ସୂଇସାଇଡ ନୋଟ ଛାଡ଼ିଥାନ୍ତେ | କିନ୍ତୁ ସେମିତି କିଛି ସେ କରିନାହାନ୍ତି | ସେଥିପାଇଁ ଅନ୍ୟଲୋକଙ୍କ ଭଳି ତାଙ୍କ ମନ ବି କହୁଛି ଯେ ଏହି ମାମଲା ଏତେ ସାମାନ୍ୟ ନୁହେଁ ଯେତିକି ଦେଖାଯାଉଛି |

ଟ୍ୱିଟ ଜରିଆରେ ଶେଖର ସୁମନ ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ସିବିଆଇ ଯାଞ୍ଚ ଦାବି ନେଇ ସରକାରଙ୍କୁ ଚାପ ପକାଇବାକୁ ଲୋକଙ୍କୁ ନିବେଦନ କରିଛନ୍ତି | ଏହିଭଳି ଅତ୍ୟାଚାର, ମାଫିଆର ପର୍ଦାଫାଶ କରିବାକୁ ସ୍ୱର ଉଠାଇବାକୁ ହେବ ବୋଲି ସେ କହିଛନ୍ତି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.