Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସାଧାରଣ ଜନତାଙ୍କ ପାଇଁ ବଢ଼ିଲା ଚିନ୍ତା : ପିଆଜ କିଲୋ ୧୦୦ ଟଙ୍କା !
  • ||
  • ରାସ୍ତା ଝାଡୁମାରି ପ୍ରଶଂସା ସାଉଁଟିଥିବା ଟ୍ରାଫିକ୍ କନେଷ୍ଟବଳ ଲଳିତ ମୋହନ ରାଉତ ସମ୍ମାନୀତ
  • ||
  • ଲେମ୍ବୁ ପାଣିରେ ସନ୍ଧବ ଲୁଣ ମିଶାଇ ସେବନ କଲେ ନିୟନ୍ତ୍ରଣ ହୋଇଥାଏ ଓଜନ
  • ||
  • ଆକର୍ଷଣୀୟ ଚାକିରୀ: ବିସ୍କୁଟ୍ ଚାଖିବାକୁ ମିଳିବ ୪୦ ଲକ୍ଷ ଟଙ୍କା ଦରମା
  • ||
  • ଭକ୍ତଙ୍କ ପାଇଁ ଖୁସି ଖବର, ପୁରୀ ଶ୍ରୀମନ୍ଦିରରେ ମିଳିବ ମହାପ୍ରସାଦ ମିଳିବ
  • ||
  • ପୂଜା ପାଇଁ କଟକ ସହରରେ ମୁତୟନ ହେବେ ୩୦ପ୍ଲାଟୁନ ପୋଲିସ ଫୋର୍ସ
  • ||
  • ସମ୍ବଲପୁର ପଡିଆବାହଲରେ ଟ୍ରକ୍ ଚାପାରେ ମା’ ଓ ଶିଶୁପୁତ୍ରର ମୃତ୍ୟୁ
  • ||
  • ଅପରାହ୍ନ ୪ଟାରେ ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ
  • ||
  • ସଞ୍ଜୁ ବାବାଙ୍କ ସ୍ୱାସ୍ଥ୍ୟକୁ ନେଇ ସାମ୍ନାକୁ ଆସିଲା ବଡ ଖବର
  • ||
  • ବ୍ରହ୍ମୋସ୍ ମିସାଇଲ୍ ପରୀକ୍ଷଣରେ ଭିଡିଓ ଜାରି କଲା ଭାରତୀୟ ନୌସେନା
  • ||

୨ ଅଭିନେତ୍ରୀଙ୍କ ନାଁ ସମାନ: କିଏ ଆତ୍ମହତ୍ୟା କରିଛନ୍ତି ଲୋକେ କନଫ୍ୟୁଜ୍‌

26/01/2020 at 4:08 PM

ମୁମ୍ବାଇ୨୬/୧: ଗୋଟିଏ ନାମରେ ଏକାଧିକ ବ୍ୟକ୍ତି ଅଛନ୍ତି। ଅଧିକାଂଶ ସମୟରେ ସମାନ ନାମଧାରୀ ବ୍ୟକ୍ତିମାନେ ଅସୁବିଧାରେ ପଡ଼ିଥାଆନ୍ତି। ଯେପରି କି ଗତ କାଲି ଟେଲିଭିଜନ ଅଭିନେତ୍ରୀ ସେଜଲ୍‌ ଶର୍ମା ଆତ୍ମହତ୍ୟା କରିଛନ୍ତି। ହେଲେ ସୋସିଆଲ ମିଡିଆରେ ୟୁଜର୍ସ ଅନ୍ୟ ଜଣେ ଅଭିନେତ୍ରୀଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ଆରମ୍ଭ କରିଛନ୍ତି। ଅଭିନେତ୍ରୀ ସେଜଲ୍‌ ଶର୍ମା ସୋସିଆଲ ମିଡିଆରେ ଟ୍ବିଟ୍ କରିବା ପରେ ପ୍ରକୃତ ଘଟଣା ସାମ୍ନା ଆସିଛି। ସେ ଟ୍ବିଟ୍‌ କରି ସୂଚନା ଦେଇଛନ୍ତି ଯେ, ସେ ବଞ୍ଚିଛନ୍ତି। ତାଙ୍କ ନାଁରେ ଅପ୍ରଚାର କରାଯାଉଛି। ତାଙ୍କ ନାଁରେ ଅନ୍ୟ ଜଣେ ସେଜଲ୍‌ ଶର୍ମା ଆତ୍ମହତ୍ୟା କରିଥିବା ଅଭିନେତ୍ରୀ ସୂଚନା ଦେଇଛନ୍ତି।  

Sezal Sharma

ସେଜଲ୍ ଶର୍ମା ଆହୁରି ମଧ୍ୟ ଲେଖିଛନ୍ତି। ୨ ଜଣ ଅଭିନେତ୍ରୀଙ୍କ ନାଁ ସମାନ। ହେଲେ ଇଂରାଜୀରେ ଦୁଇଜଣଙ୍କ ସର୍‌ନେମ୍‌ର ସ୍ପେଲିଂ ସମାନ। ଆତ୍ମହତ୍ୟା କରିଥିବା ଅଭିନେତ୍ରୀଙ୍କ ନାଁର ସ୍ପେଲିଂ ସେଜଲ୍‌ ଶର୍ମା (Sejal Sharma )। କିନ୍ତୁ ଯେଉଁ ଅଭିନେତ୍ରୀ ବଞ୍ଚିଛନ୍ତି ତାଙ୍କ ନାଁ ମଧ୍ୟ ସେଜଲ୍‌ ଶର୍ମା (Sezal Sharma )। ଜଣଙ୍କ ନାଁରେ j ବ୍ୟବହାର ହେଉଥିବା ବେଳେ ଅନ୍ୟ ଜଣଙ୍କ ନାଁରେ z  ବ୍ୟବହାର ହୋଇଛି। ଏ ସଂପର୍କରେ ସେଜଲ୍ ଶର୍ମା ଟ୍ବିଟ୍ କରି ସୂଚନା ଦେଇଛନ୍ତି।

Sejal Sharma

ଅମିର ଖାନଙ୍କ ସହ ଭିଭୋ ଫୋନର ବିଜ୍ଞାପନରେ କାମ କରିଥିବା ଟେଲିଭିଜନ ଜଗତର ଚର୍ଚ୍ଚିତ ଅଭିନେତ୍ରୀ ସେଜଲ୍ ଶର୍ମା ଗତକାଲି ମୁମ୍ବାଇର ମୀରା ରୋଡ ସ୍ଥିତ ନିଜ ଘରେ ଆତ୍ମହତ୍ୟା କରିଛନ୍ତି। ସେଜଲଙ୍କୁ ଷ୍ଟାର ପ୍ଲସର ‘ଦିଲ ତୋ ହାପ୍ପି ହେ ଜୀ’ରୁ ବିଶେଷ ପରିଚୟ ମିଳିଥିଲା। ପୋଲିସ୍ ଘଟଣାସ୍ଥଳରୁ ଏକ ସୁଇସାଇଡ ନୋଟ୍ ମିଳିଥିବାର ସୂଚନା ଦେଇଛି। ଟେଲିଭିଜନ୍ ଧାରାବାହିକରେ ଆସିବା ପୂର୍ବରୁ ସେଜଲ୍ ଶର୍ମା ବିଜ୍ଞାପନ ଜଗତରେ ଖୁବ୍ ନାଁ କମାଇଥିଲେ। ସେ ଅମିର ଖାନଙ୍କ ସହ ଭିଭୋ ମୋବାଇଲ୍ ଫୋନର ବିଜ୍ଞାପନରେ ମଧ୍ୟ କାମ କରିଛନ୍ତି। ରାଜସ୍ଥାନର ମୂଳ ବାସିନ୍ଦା ସେଜଲ୍ ନିଜ ବାପା ମାଆଙ୍କ ବିରୋଧ ସତ୍ବେ ୩ବର୍ଷ ତଳେ ମୁମ୍ବାଇ ଆସିଥିଲେ।

   Related Posts