Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭଞ୍ଜନଗର : ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ ହେଲା ଲାଲସିଙ୍ଗି ପଞ୍ଚାୟତର କିଛି ଅଞ୍ଚଳ, କୋଭିଡ୍ ପଜିଟିଭ୍ ଚିହ୍ନଟ ପରେ ପଦକ୍ଷେପ
  • ||
  • ଭୁବନେଶ୍ବର : ବିଧାନସଭା ପରେ ସମସ୍ତଙ୍କର ହେବ RTPCR ଟେଷ୍ଟ : ବାଚସ୍ପତି
  • ||
  • ଭୁବନେଶ୍ବର : ମହାନଦୀରେ କମିଛି ଜଳ ପ୍ରବାହ, ୫୧୬ ଚେକ୍ ଡ୍ୟାମ୍ କରିଛି ଛତିଶଗଡ : ଜଳସମ୍ପଦ ମନ୍ତ୍ରୀ
  • ||
  • ଭୁବନେଶ୍ବର : ମମିତାକୁ ନ୍ୟାୟ ଦେବାକୁ ବିଜେପିର ଦାବି : ବ୍ୟାରିକେଟ୍ ଭାଙ୍ଗି ବିଧାନସଭା ଘେରାଉ ଉଦ୍ୟମ ବେଳେ ଧସ୍ତାଧସ୍ତି, ପୋଲିସର ଲାଠିଚାର୍ଜ
  • ||
  • ଜୟପୁର : ଜୟପୁର ଏସଡିଜେଏମ୍ କୋର୍ଟରେ NIAର ୨ ଜଣିଆ ଟିମ୍, ମାଓ ନେତା ଦୁବାସୀ ଶଙ୍କରକୁ ପଚରାଉଚରା ପାଇଁ ଲୋଡିଲେ ଅନୁମତି
  • ||
  • ଭୁବନେଶ୍ବର : ବିଜେଡି ଓ ବିଜେପି ବିକ୍ଷୋଭ ପ୍ରସଙ୍ଗ : କଂଗ୍ରେସ ବିଧାୟକ ମହମ୍ମଦ ମୋକିମ କହିଲେ- ଗୋଟିଏ ମୁଦ୍ରାର ଦୁଇ ପାର୍ଶ୍ବ
  • ||
  • ଟାଙ୍ଗୀ : କେନ୍ଦୁଆ ଜଙ୍ଗଲରୁ ମିଳିଲା ଅଜଣା ଯୁବକଙ୍କ ମୃତଦେହ, ମୃତ୍ୟୁର କାରଣ ଅସ୍ପଷ୍ଟ
  • ||
  • ବଡବିଲ : ଶନି ମନ୍ଦିରରୁ ଲୁଟ୍, ଦାନ ବାକ୍ସ ଉଠାଇନେଲେ ଦୁର୍ବୃତ୍ତ
  • ||
  • ନିଶ୍ଚିନ୍ତକୋଇଲି : ଛେଳି ଚୋରକୁ ଛେଚିଲେ ଗାଁ ଲୋକେ, ପୋଲିସର ଜିମାଦେଲେ
  • ||
  • ଭୁବନେଶ୍ବର : କୁନ୍ନୁର ସେନା ହେଲିକପ୍ଟର ଦୁର୍ଘଟଣା ନେଇ ବିଧାନସଭାରେ ଶୋକ ପ୍ରସ୍ତାବ ଆଗତ : ଗୃହରେ ୧ ମିନିଟ୍ ନୀରବ ପ୍ରାର୍ଥନା
  • ||

ଏମିତି ବି ଆସେ ମୃତ୍ୟୁ : ଚଉଠି ଶେଯ ଉପରେ ଚାଲିଗଲା ନବବଧୂଙ୍କ ଜୀବନ

15/06/2021 at 1:43 PM

ନୂଆଦିଲ୍ଲୀ,୧୫/୦୬: ବିବାହ ସରିଥିଲା । ହସ ଖୁସିରେ ମାତିଥିଲେ ପରିବାର ଲୋକେ । ନବବିବାହିତ ଦମ୍ପତ୍ତି ମଧ୍ୟ ନୂଆ ଜୀବନ ଆରମ୍ଭ କରିସାରିଥିଲେ । ଦେଖୁଥିଲେ ଅନେକ ସ୍ୱପ୍ନ । ମନରେ ଥିଲା ଅସୁମାରୀ ଇଚ୍ଛା । କିନ୍ତୁ ଚତୁର୍ଥୀ ରାତି ସବୁ ସୁଖ ଛଡାଇ ଦେଲା । ବାସ ରାତିରେ ହିଁ ଜୀବନ ହାରିଲା ନୂଆବୋହୁ । ଆଉ ଭାଙ୍ଗିଗଲା ସବୁ ସ୍ୱପ୍ନ ।

ସୂଚନାନୁସାରେ, ଏହି ଘଟଣା ହେଉଛି ବ୍ରାଜିଲ ଇବିରାଇଟ୍ ସହରରେ । ଏଠାରେ ଜଣେ ୧୮ ବର୍ଷୀୟ ଯୁବତୀ ୨୯ ବର୍ଷୀୟ ଯୁବକଙ୍କୁ ବିବାହ କରିଥିଲେ । ବିବାହ ଏକ ଫାର୍ମ ହାଉସରେ ସମ୍ପନ୍ନ ହୋଇଥିଲା । ନବ ବିବାହିତ ଦମ୍ପତ୍ତି ବହୁତ ଖୁସିଥିଲେ । କିନ୍ତୁ ଚତୁର୍ଥୀ ରାତିରେ ଶାରୀରିକ ସମ୍ପର୍କ ବେଳେ ହଠାତ ନବବଧୂର ସ୍ୱାସ୍ଥ୍ୟାବସ୍ଥା ବିଗିଡି ଯାଇଥିଲା । ଯୁବତୀଜଣଙ୍କ ତଳେ ପଡି ଯାଇଥିଲେ ।

ଏହାପରେ ପତି ତୁରନ୍ତ ପଡୋଶୀ ଓ ପରିବାର ଲୋକଙ୍କୁ ଫୋନ୍ କରି ଡାକିଥିଲେ । ପ୍ରଥମେ ଜଣେ ଟ୍ୟାକ୍ସି ଚାଳକ ନବ ବିବାହିତାଙ୍କୁ ହସ୍ପିଟାଲ ନେବାକୁ ମନା କରିଥିଲେ । ଏହା ପରେ ଆଉ ଜମେ ଟ୍ୟାକ୍ସି ଚାଳକଙ୍କୁ ଡକା ଯାଇଥିଲା । ସେ ମଧ୍ୟ ହସ୍ପିଟାଲ ଯାଇନଥିଲେ । ବାଧ୍ୟହୋଇ ପତି ହସ୍ପିଟାଲ କର୍ମଚାରୀଙ୍କୁ ଘରକୁ ଡାକିଥିଲେ । ସେମାନେ ଆସି ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ୍ କରିଥିଲେ । ନବ ବିବାହିତାଜଣଙ୍କ ହୃଦଘାତର ଶିକାର ହୋଇଥିବା ଜଣା ପଡିଥିଲା ।ତୁରନ୍ତ ଏକ ଆମ୍ବୁଲାନ୍ସକୁ ଫୋନ୍ କରାଯାଇଥିଲା । ତେବେ ଆମ୍ବୁଲାନ୍ସ ଆସିବାରେ ୧ ଘଣ୍ଟା ବିଳମ୍ବ ହୋଇଥିଲା । ଏହି ଭିତରେ ନବବିବାହିତା ଜଣଙ୍କ ମୃତ୍ୟୁବରଣ କରିଥିଲେ ।

ପୋଲିସର କହିବାନୁସାରେ, ନବ ବିବାହିତାଙ୍କ ଶରୀରରେ କୌଣସି ଆଘାତର ଚିହ୍ନ ନାହିଁ । ପୋଷ୍ଟମଟର୍ମରୁ ସେ ବ୍ରୋକାଇଟିସ୍ ରୋଗରେ ପୀଡିତ ଥିବା ଜଣାପଡିଛି । ଏତେ ଶୀଘ୍ର ସ୍ତ୍ରୀ ଛାଡି ଚାଲିଯିବେ ବୋଲି ବିଶ୍ୱାସ ହେଉନି ବୋଲି ସ୍ୱାମୀ କହିଛନ୍ତି ।

   Related Posts