ଅବକାରୀ ବିଭାଗର ଚଢ଼ାଉ, ବ୍ୟାପକ ପରିମାଣରେ ଚୋରା ମଦ ଜବତ
3/12/2020 at 10:41 PM

ରାଇରଙ୍ଗପୁର୩/୧୨: ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଉପଖଣ୍ଡର ବିଭିନ୍ନ ଦୁର୍ଗମ ଅଞ୍ଚଳରେ ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି। ବ୍ୟାପକ ପରିମାଣରେ ରନ୍ଧା ମଦ ପାଇଁ ସରଞ୍ଜାମ, ଦେଶୀ ମଦ ଜବତ କରିବା ସହ ପ୍ରଚୁର ପରିମାଣରେ ମହୁଲପୋଚ ମଧ୍ୟ ନଷ୍ଟ କରାଯାଇଛି। ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅଧୀନସ୍ଥ ପିଠାକୁଟୁଣି ଗ୍ରାମରେ ଅବକାରୀ ବିଭାଗ ପକ୍ଷରୁ ଅଚାନକ ଚଢ଼ାଉ କରାଯାଇଛି। ଚଢ଼ାଉ କରାଯାଇ ବ୍ୟାପକ ପରିମାଣର ମଦ ରନ୍ଧା ସରଞ୍ଜାମ ଜବତ କରିବା ସହ ୩୦ ଲିଟର ଦେଶୀ ମଦ ଜବତ କରାଯାଇଛି । ତା ସହିତ ମୋଟ୍ ୨୦୪୦ କିଲୋଗ୍ରାମ ମୋହୁଲ ପଚ ମଧ୍ୟ ନଷ୍ଟ କରାଯାଇଛି। ଅବକାରୀ ବିଭାଗର ଆରକ୍ଷୀ ଅଧିକ୍ଷକ ପୁରୁଷୋତ୍ତମ ଧାରୁଆଙ୍କ ନିର୍ଦ୍ଦେଶକ୍ରମେ ରାଇରଙ୍ଗପୁର ଅବକାରୀ ବିଭାଗର ଭାରପ୍ରାପ୍ତ ଅଧିକାରୀ ହରିହର ସିଂ ଦଳବଳ ସହ ଚଢ଼ାଉ କରିଥିବା ଜଣାପଡିଛି।