ନକଲି ବିଦେଶୀ ମଦ ଜବତ କଲା ଅବକାରୀ ବିଭାଗ, ଅଭିଯୁକ୍ତ କହିଲେ କେମିତି ତିଆରି ହୁଏ

Published By : Prameya-News7 Bureau | October 05, 2021 IST

ଭଦ୍ରକ, ୦୫।୧୦: ସ୍ପୀରିଟ ସହ ଫୁଡ଼ କଲର ମିଶାଇ ଦେଇ ସେଥିରେ ଏସେନ୍ସ ମିଶାଇ ଦେଉଥିଲେ । ପରେ ସେଗୁଡିକୁ ପୂର୍ବରୁ ପ୍ରସ୍ତୁତ ହୋଇଥିବା ବୋତଲରେ ପୁରାଇ ଚାହିଦା ମୁତାବିକ ଯୋଗଉଥିଲେ । ଏମିତି ଏକ ନକଲି ମଦ ତିଆରି ଓ ବିକ୍ରି କରୁଥିବା ଅଭିଯୁକ୍ତଙ୍କୁ ଗିରଫ କରିଛି ଭଦ୍ରକ ଅବକାରୀ ବିଭାଗ ।

ସୂଚନାଯୋଗ୍ୟ ଯେ, ଭଦ୍ରକ ଜିଲ୍ଲା ଅବକାରୀ ବିଭାଗର ଏକ ଟିମ ବାସୁଦେବପୁର ଥାନା ଅଧିନ କୋଷ୍ଟକେନାଲ ଛକ ଓ ମାଛ ହାଟ ଛକ ନିକଟରେ ଏକ କାରକୁ ଅଟକାଇଥିଲେ । କାର ଭିତରୁ ମଦ ଜବତ ହୋଇଥିଲା । ଯାଞ୍ଚ ବେଳେ ମଦ ନକଲି ଥିବା ଜଣା ପଡିଥିଲା । ପରେ ଅବକାରୀ ଟିମ ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲା । ଚଢ଼ାଉ ବେଳେ ପ୍ରାୟ ୨୫୦ ଲିଟର ଦେଶୀ ମଦ ସହ ୨୦୦ ବୋତଲରୁ ଅଧିକ ବିଦେଶୀ ମଦ ଜବତ ହୋଇଥିଲା । ମଦ ଚାଲାଣରେ ବ୍ୟବହାର ହେଉଥିବା କାର ଓ ବାଇକକୁ ଜବତ କରାଯାଇଛି । 

ଅଭିଯୁକ୍ତଙ୍କ ମଦ ତିଆରି ଠିକଣାରୁ ଖାଲିଥିବା ମଦ ବୋତଲ ସହ ନକଲି ଲେବଲ ମିଳିଛି ।  ଗିରଫ ଦୁଇ ଅଭିଯୁକ୍ତ ହେଲେ ସୁଗୋ ଅଞ୍ଚଳର ବିଶ୍ୱଜିତ ଧୁପାଳ ଓ ଆର୍ତ୍ତୁଙ୍ଗର ମୁକ୍ତିକାନ୍ତ ନାଥ ବୋଲି ଅବକାରୀ ବିଭାଗ ସୂଚନା ଦେଇଛି । ତେବେ ଅଭିଯୁକ୍ତ ମଦ ତିଆରି କରିବାର ପ୍ରଣାଳୀ କହିଛନ୍ତି । ସ୍ପୀରିଟରେ ବ୍ରାଣ୍ଡ ଅନୁଯାୟୀ ରଙ୍ଗ ଓ ସେଣ୍ଟବା ଏସେନ୍ସର ବ୍ୟବହାର କରୁଥିଲେ । ପରେ ସ୍ପିରିଟରେ ଗୋଳାଇ ବୋତଲରେ ପୁରାଇ ବିକ୍ରି କରିଥିଲେ । ମଦ ପ୍ରସ୍ତୁତି ପାଇଁ ୫୦ ଟଙ୍କା ଖର୍ଚ୍ଚ ହେଉଥିଲା ଓ ମାଲିକ ତାଙ୍କୁ ୫୦ ବୋତଲ ନକଲି ମଦ ବୋତଲ ପାଇଁ ୭୦୦ ଟଙ୍କା ଦିଉଥିବା ସେମାନେ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.