ବିଭିନ୍ନ ଅଞ୍ଚଳରେ ଅବକାରୀ ବିଭାଗର ଚଢ଼ାଉ: ୧୫୦ ଲିଟର ଦେଶୀ ମଦ ସହ ୪ ଗିରଫ

Published By : Prameya-News7 Bureau | July 09, 2020 IST

ନୀଳଗିରି,୯/୭: ଆଜି ନୀଳଗିରି ଅବକାରୀ ବିଭାଗ ବିଭିନ୍ନ ଅଂଚଳରେ ଚଢ଼ାଉ କରି ୧୫୦ ଲିଟର ଦେଶୀ ଓ ବିଦେଶୀ ମଦ ସହ ଏକ ବାଇକ ଜବତ କରି ୪ ଜଣଙ୍କୁ ଗିରଫ କରିଛି। ଅବକାରୀ ସୁପରିଟେଣ୍ଡ ବିବେକାନନ୍ଦ ନାୟକଙ୍କ ନିର୍ଦେଶରେ ଇନିସ୍ପେକ୍ଟର ଗାଲୁରାମ ସରେନ ଏକ ଟିମ୍‌ କରି ବିଭିନ୍ନ ଅଂଚଳରେ ଚଢ଼ାଉ କରିଥିଲେ।ସଜନାଗଡ଼ ବଜାରରେ ଜାମୁଡ଼ିହି ଗ୍ରାମର ହିମାଂଶୁ ବିଶ୍ୱାଳ (୨୫)ଙ୍କ ଠାରୁ ୪.୩୨ ଲିଟର ବେଦେଶୀ ମଦ ଜବତ କରାଯାଇଥିବା ବେଳେ ଡମ୍ବରୁଘାଟି ଅଂଚଳର ମହେନ୍ଦ୍ର ସିଂ (୫୨)ଙ୍କ ଠାରୁ ୧୫ ଲିଟର ଦେଶୀ ମଦ ଜବତ କରାଯାଇଛି।

ଜାମବଣି ଅଞ୍ଚଳର କାଣ୍ଡ ସିଂ(୩୦)ଙ୍କ ଠାରୁ ୧୦ ଲିଟର ଦେଶୀ ମଦ ଜବତ କରାଯାଇଛି। ସେହପରି ମାଟିଆଳି ଅଂଚଳରୁ କମାରଖାଲିଆ ଗ୍ରାମର ଅଜୟ କୁମାର ସିଂ (୨୦)ଙ୍କ ଠାରୁ ଏକ ବାଇକ ସହ ୧୨୦ ଲିଟର ଦେଶୀମଦ ଜବତ କରାଯାଇଛି। ମଦ ଜବତ ହୋଇଥିବା ଚାରିଜଣଙ୍କୁ ଗିରଫ କରାଯାଇ ପୃଥକ ପୃଥକ ୪ଟି ମାମଲା ରୁଜୁ କରାଯାଇ କୋର୍ଟ ଚାଲାଣ କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.