Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ରହ୍ମପୁର ; ବ୍ରହ୍ମପୁର ବଡବଜାର ଥାନା ଅନ୍ତର୍ଗତ ଗଣେଶ ନଗରରେ ପୁଲିସ୍ ର ଚଢାଉ
  • ||
  • ନକଲି ଟମାଟ, ଚିଲି, ସୋୟା ସୋସ୍ ୟୁନିଟ୍ ଉପରେ ଚଢାଉ
  • ||
  • କେତେ ପରିମାଣର ନକଲି ସାମଗ୍ରୀ ଜବତ, ତାହା ତଦନ୍ତ ପରେ ଜଣାପଡିବ ବୋଲି ପୁଲିସର ସୂଚନା
  • ||
  • ବରଗଡ଼ରେ ବିରାଟ ଚାଷୀ ସମାବେଶ, ଯୋଗଦେଲେ ୧୦ ଜିଲ୍ଲାର ୫ ହଜାର କୃଷକ
  • ||
  • ଜୟପୁର : ଜୟପୁର କୋଟପାଡରେ ନକଲି ବିଦେଶୀ ମଦ କରାଖାନା ଠାବ, ବିପୁଳ ପରିମାଣର ନକଲି ମଦ
  • ||
  • ଜଳେଶ୍ଵର : STFର ଚଢାଉ ବେଳେ ଜଳେଶ୍ୱର ବଜାରରୁ ନକଲି ପାନ ମସଲା ଜବତ, ଦୁଇ ଅଟକ
  • ||
  • ଜଳେଶ୍ଵର : ଜଳେଶ୍ଵର ଝାଡ଼େଶ୍ୱରପୁର ବସ୍ତିରୁ ବିପୁଳ ପରିମାଣର ବ୍ରାଉନସୁଗାର ଜବତ, ଅଭିଯୁକ୍ତ ଫେରାର
  • ||
  • ବଲାଙ୍ଗୀର : ବୋଲେରୋ ଧକ୍କାରେ ସାଇକେଲ୍ ଆରୋହୀ ମୃତ, କ୍ଷତିପୂରଣ ଦାବିରେ ମୃତଦେହ ରଖି ରାସ୍ତାରୋକ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୪ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • କଟକ ନେତାଜୀ ବସ୍ ଟର୍ମିନାଲର ଶିଳାନ୍ୟାଶ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||

ବ୍ରିସବେନରେ ଚୂଡାନ୍ତ ଏକାଦଶ ପୂରା ନହେଲେ, ମୁଁ ଅଷ୍ଟ୍ରେଲିଆ ଯିବାକୁ ପ୍ରସ୍ତୁତ: ୬ ଖେଳାଳିଙ୍କ ଫଟୋ ସହ ଟ୍ଵିଟ୍ କଲେ ସେହ୍ଵାଗ

12/01/2021 at 7:33 PM

ନୂଆଦିଲ୍ଲୀ ୧୨।୦୧: ଅଷ୍ଟ୍ରେଲିଆ ଗସ୍ତରେ ଥିବା ଭାରତୀୟ ଦଳର ଖେଳାଳିଙ୍କ ଆହତଜନିତ ସମସ୍ୟା ବଢିବାରେ ଲାଗିଛି। ଜଣେ ପରେ ଜଣେ ଖେଳାଳି ଆହତ ତାଲିକାରେ ଯୋଡି ହୋଇ ଚାଲିଛନ୍ତି। ଏ  ପର୍ଯ୍ୟନ୍ତ ଛଅ ଜଣ କେବଳ ଏହି ସମସ୍ୟା  ଯୋଗୁଁ ଦଳରୁ ବାଦ୍‌ ପଡି ସାରିଛନ୍ତି। ଏବେ ଦଳ ପ୍ରବନ୍ଧକଙ୍କ ପାଇଁ ଚୂଡାନ୍ତ ଏକାଦଶ ପ୍ରସ୍ତୁତ କରିବା ଏକ ଚିନ୍ତାର ବିଷୟ ପାଲଟିଛି।  ଏହାକୁ ନେଇ ପୂର୍ବତନ ଭାରତୀୟ ଓପନର ବୀରେନ୍ଦ୍ର ସେହ୍ଵାଗ ଟ୍ଵିଟ୍ କରିଛନ୍ତି ଯେ, ଯଦି ଚୂଡାନ୍ତ ଏକାଦଶ ପୂରା ନହୁଏ ତେବେ ସେ ଅଷ୍ଟ୍ରେଲିଆ ଯିବାକୁ ପ୍ରସ୍ତୁତ।

ଭାରତୀୟ ଦଳର ଅନେକ ଖେଳାଳି ଆଘାତଜନିତ ସମସ୍ୟା ଦେଇ ଗତି କରୁଛନ୍ତି। ଏହା ବ୍ରିସବେନରେ ଖେଳାଯିବାକୁ ଥିବା ଚତୁର୍ଥ ଟେଷ୍ଟ ପାଇଁ ଦଳ ସାମ୍ନାରେ ବଡ ମୁସ୍କିଲ ପରିସ୍ଥିତି ସୃଷ୍ଟି କରିଛି। ଚୂଡାନ୍ତ ଏକାଦଶରେ କେଉଁ ଖେଳାଳିଙ୍କୁ ସୁଯୋଗ ଦିଆଯିବ ଏହା ଟିମ୍ ମ୍ୟାନେଜମେଣ୍ଟ ପାଇଁ ବଡ ସମସ୍ୟା ପାଲଟିଛି, କାରଣ ବ୍ରିସବେନରେ ସିରିଜ୍‌ର ନିର୍ଣ୍ଣାୟକ ମୁକାବିଲା ଖେଳାଯିବ।

୪୨ ବର୍ଷୀୟ ସେହ୍ଵାଗ ଛଅ ଖେଳାଳିଙ୍କ ଫଟୋ ଟ୍ଵିଟ୍ କରି  ଲେଖିଛନ୍ତି, ଏତେ ସବୁ ବଡ ଖେଳାଳି ଆହତ ହୋଇଛନ୍ତି। ଯଦି ୧୧ ଜଣ ହୋଇ ପାରୁ ନାହାନ୍ତି ତେବେ ମୁଁ ଅଷ୍ଟ୍ରେଲିଆ ଯିବାକୁ ପ୍ରସ୍ତୁତ। କ୍ଵାରେଣ୍ଟାଇନ ଦେଖି ନେବି। ଏଥିସହ ସେ ବିସିସିଆଇକୁ ମଧ୍ୟ ଟ୍ୟାଗ୍ କରିଛନ୍ତି।

ଚତୁର୍ଥ ଟେଷ୍ଟ ପୂର୍ବରୁ ଯଶପ୍ରୀତ ବୁମରା, ରବୀନ୍ଦ୍ର ଜାଡେଜା ଓ ହନୁମା ବିହାରୀ ଆହତ ହୋଇଛନ୍ତି। ଫଳରେ ଏହି ପ୍ରମୁଖ ଖେଳାଳି ବ୍ରିସବେନ ଟେଷ୍ଟରୁ ବାଦ୍‌ ପଡି ସାରିଛନ୍ତି। ତାଙ୍କ ପୂର୍ବରୁ ମହମ୍ମଦ ସାମି ଓ ଲୋକେଶ ରାହୁଲ ଆହତ କାରଣରୁ ସିରିଜ୍‌ରୁ ବାହାରି ସାରିଛନ୍ତି।

ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଚାରି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍‌ ବର୍ତ୍ତମାନ ୧-୧ରେ ରହିଛି। ଟିମ୍ ଇଣ୍ଡିଆ ଆଡିଲେଡ୍ ଟେଷ୍ଟରେ ପରାଜିତ ହେବା ପରେ ମେଲବୋର୍ଣ୍ଣ ଟେଷ୍ଟକୁ ଜିତି ସିରିଜ୍‌ରେ ଦମଦାର ପ୍ରତ୍ୟାବର୍ତ୍ତନ କରିଥିଲା। ଏବେ ତୃତୀୟ ଟେଷ୍ଟକୁ ଦଳ ଡ୍ର କରି ବଡ ସଫଳତା ହାସଲ କରିଛି।

   Related Posts