ଭାରତର ଶୋଚନୀୟ ପରାଜୟରେ ସେହ୍ୱାଗଙ୍କ ଟ୍ୱିଟ୍, '୪୯୨୦୪୦୮୪୦୪୧ ଓଟିପି ଭୁଲିବା ଦରକାର'

Published By : Prameya-News7 Bureau | December 20, 2020 IST

ନୂଆଦିଲ୍ଲୀ,୨୦/୧୨:  ଭାରତୀୟ ଦଳ ଅଷ୍ଟ୍ରେଲିଆଠୁ ଆଡିଲେଡ ଟେଷ୍ଟରେ ଶୋଚନୀୟ ଭାବେ ପରାସ୍ତ ହୋଇଛି । ଦଳ ଦ୍ୱିତୀୟ ଇନିଂସରେ ମାତ୍ର ୩୬ ରନରେ ଅଲଆଉଟ୍ ହୋଇଯାଇଥିଲା । କୌଣସି ଖେଳାଳି ୨ ଅଙ୍କ ଛୁଇଁ ପାରିନଥିଲେ । ପ୍ୟାଟ୍ କ୍ୟୁମିନ୍ସ ଓ ଜୋସ୍ ହେଜଲଉଡଙ୍କ ବୋଲିଂ ଆଗରେ ଭାରତୀୟ ବ୍ୟାଟସମ୍ୟାନ୍ ଆତ୍ମସମର୍ପଣ କରିଦେଇଥିଲେ ।

ବିରାଟ ବାହିନୀର ଏପରି ପ୍ରଦର୍ଶନକୁ ନେଇ କଡା ସମାଲୋଚନା କରିଛନ୍ତି ପୂର୍ବତନ ଖେଳାଳି ବିରେନ୍ଦ୍ର ସେହ୍ୱାଗ । ସେ ଲେଖିଛନ୍ତି ଯେ, ୪୯୨୦୪୦୮୪୦୪୧ । ଏହି ଓଟିପି ଭୁଲିବା ପାଇଁ ଅଟେ । କୌଣସି ବ୍ୟାଟସମ୍ୟାନ୍ ଦୁଇ ଅଙ୍କ ଛୁଇଁ ପାରିନାହାଁନ୍ତି ।

{"id":380007,"sizeSlug":"large","linkDestination":"none"}

ସେହ୍ୱାଗଙ୍କ ପରେ ସଚିନ ତେନ୍ଦୁଲକର ମଧ୍ୟ ସ୍ୱୀକାର କରିଛନ୍ତି ଯେ, ଅଷ୍ଟ୍ରେଲିଆ ଭାରତୀୟ ବ୍ୟାଟସମ୍ୟାନଙ୍କୁ ରୋକିଥିଲା । ତେନ୍ଦୁଲକର ଟ୍ୱିଟରେ ଉଲ୍ଲେଖ କରିଛନ୍ତି ଯେ, ଭାରତ ପ୍ରଥମ ଇନିଂସ ପରେ ବୋଲରଙ୍କ ପାଇଁ ଡ୍ରାଇଭର ସିଟରେ ବସିଥିଲା । କିନ୍ତୁ ଅଷ୍ଟ୍ରେଲିଆ ଆକର୍ଷଣୀୟ ପ୍ରତ୍ୟାବର୍ତ୍ତନ କରିଥିଲା । ଏହି ବିଜୟ ପାଇଁ ସଚିନ ଅଷ୍ଟ୍ରେଲିଆ ଟିମକୁ ଶୁଭେଚ୍ଛା ମଧ୍ୟ ଜଣାଇଛନ୍ତି ।

ଭାରତର ସର୍ମନିମ୍ନ ସ୍କୋର ପୂର୍ବରୁ ୪୨ ଥିଲା । ଦଳ ୧୯୭୪ରେ ଇଂଲଣ୍ଡ ବିପକ୍ଷରେ ଏହି ସ୍କୋର କରିଥିଲା । ଏପରି ପ୍ରଦର୍ଶନକୁ ନେଇ ସୁନିଲ ଗାଭାସ୍କର କହିଛନ୍ତି ଯେ, ଅଷ୍ଟ୍ରେଲିଆର ଦ୍ରୁତ ବୋଲର ଭଲ ଫର୍ମରେ ଥିଲେ । ଭାରତୀୟ ବ୍ୟାଟସମ୍ୟନ୍ ଯେଭଳି ଭାବେ ଆଉଟ୍ ହେଲେ ସେଥିପାଇଁ ଦୋଷ ଦେବା ଅନୁଚିତ । କାରଣ ଅଷ୍ଟ୍ରେଲିଆ ବୋଲିଂକୁ ଦେଖିବାକୁ ହେବ ।

ସୂଚନାଯୋଗ୍ୟ, ଆଡିଲେଡରେ ଖେଳାଯାଇଥିବା ଦିବାରାତ୍ର ଟେଷ୍ଟରେ ଭାରତ ୮ ଓ୍ୱିକେଟରେ ପରାସ୍ତ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.