Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କମିବାରେ ଲାଗିଛି କରୋନା ପ୍ରଭାବ, ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୭୦୭ ଆକ୍ରାନ୍ତ
  • ||
  • ବିରାଟ ବାହିନୀ ଚିତ୍‌ପଟାଙ୍ଗ, ଭାରତକୁ ୫୧ ରନରେ ହରାଇ ସିରିଜ୍ ହାତେଇଲା ଅଷ୍ଟ୍ରେଲିଆ
  • ||
  • କାର୍ତ୍ତିକ ପୂର୍ଣ୍ଣିମାରେ ପବିତ୍ର ଗଙ୍ଗା ସ୍ନାନକୁ ନେଇ ଦୁଇ ଦିନ ପାଇଁ ହରିଦ୍ୱାର ସୀମା ସିଲ୍
  • ||
  • ହାଡଭଙ୍ଗା ଶୀତ ଯୋଗୁଁ ମନାଲିରେ ଜଣକର ମୃତ୍ୟୁ, ଜିରୋ ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଡାଲିରେ ୧୫ ଟଙ୍କା ରିହାତି ଦେବେ ସରକାର
  • ||
  • ଭୁବନେଶ୍ୱର : କମିଲା କୋଭିଡ୍ ମୃତ୍ୟୁ ସଂଖ୍ୟା : ଗତ ୨୪ ଘଣ୍ଟାରେ ଯାଇଛି ୪ ମୁଣ୍ଡ, ୧୭୩୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୫୧୮ କରୋନା ସଂକ୍ରମିତ, ୩୧୮୩୦୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ସୋର : ଡକାୟତ ଗ୍ୟାଙ୍ଗ୍ ଓ ଗ୍ରାମବାସୀଙ୍କ ମଧ୍ୟରେ ଖଣ୍ଡ ଯୁଦ୍ଧ : ୪ ଗୁରୁତର, ଜଣେ ଗିରଫ
  • ||
  • ନୂଆଦିଲ୍ଲୀ : ଭାରତରେ କମୁଛି ସଂକ୍ରମଣ, ଗତ ୨୪ଘଣ୍ଟାରେ ୪୧୮୧୦ କରୋନା ଆକ୍ରାନ୍ତ ଚିହ୍ନଟ
  • ||
  • ଉଦଳା : ଜମିବାଡି ବିବାଦକୁ କେନ୍ଦ୍ରକରି ଡବଲ ମର୍ଡର ! ସଂମ୍ପର୍କୀୟ ଭାଇ ଓ ପୁତୁରାକୁ ହତ୍ୟା କଲା ଭାଇ
  • ||

ଚୟନ କମିଟିର ପୂର୍ବତନ ମୁଖ୍ୟ ସନ୍ଦୀପ ପାଟିଲ କରିଥିବା ଭୁଲକୁ ମନେ ପକାଇଦେଲେ ବିରେନ୍ଦ୍ର ସେହଓ୍ବାଗ….

19/07/2019 at 3:47 PM

ନୂଆଦିଲ୍ଲୀ୧୯|୭: ଭାରତୀୟ କ୍ରିକେଟ ଟିମର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ କ୍ରିକେଟ ଖେଳରୁ ସନ୍ୟାସ ନେବେ, ଏହି କଥା ଗଣାମଧ୍ୟମରେ ଜୋର ଚର୍ଚ୍ଚା ହେଉଛି। ଏନେଇ ଭାରତୀୟ ଦଳର ପୂର୍ବତନ କ୍ରିକେଟର ବିରେନ୍ଦ୍ର ସେହଓ୍ବାଗ ନିଜର ମତ ଦେଇଛନ୍ତି। ସେ କହିଛନ୍ତି, ଧୋନୀ କ୍ରିକେଟ ଖେଳରୁ କେବେ ସନ୍ୟାସ ନେବେ କେବଳ ତାଙ୍କ ଉପରେ ନିର୍ଭର କରେ।

ଚୟନ କର୍ମକର୍ତ୍ତାଙ୍କୁ ନିବେଦନ କରି ସେହଓ୍ବାଗ କହିଛନ୍ତି, ପୂର୍ବତନ ଅଧିନାୟକ ହିସାବରେ ତାଙ୍କର ରଣନୀତି ବାବଦରେ ତାଙ୍କୁ ଜଣାଇ ଦିଆଯିବା ଉଚିତ । ​ଚୁକ୍ତି ଅନୁସାରେ ବିଶ୍ବକପ ଖେଳ ମଧ୍ୟ ସମାପ୍ତି ହୋଇସାରିଛି। ତଥାପି ଧୋନୀ କେବେ କ୍ରିକେଟ ଖେଳରୁ ସନ୍ୟାସ ନେବେ,ଏହି କଥା ଟିଭି ଚ୍ୟାନଲ ଗୁଡ଼ିକରେ ବାରମ୍ବାର ପ୍ରସାରଣ କରାଯାଉଛି। ଏକ ଟିଭି ଚ୍ୟାନଲ ଡିବେଟରେ ଧୋନୀଙ୍କ ଉପରେ ଆଲୋଚନା ଚାଲିଥିଲା।

ଟିଭି ଚ୍ୟାନଲରେ ବସିଥିବା ପେନାଲିଷ୍ଟଙ୍କ ସାମ୍ନାରେ ବିରେନ୍ଦ୍ର ସେହଓ୍ବାଗଙ୍କ ସମୟରେ ଥିବା ମୁଖ୍ୟ ଚୟନ କର୍ତ୍ତା ସନ୍ଦୀପ ପାଟିଲ କରିଥିବା ଭୁଲକୁ ମନେ ପକାଇ ଦେଇଥିଲେ ସେହେୱାଗ। ୨୦୧୯ ବିଶ୍ବକପରେ ଧୋନୀଙ୍କ ମନ୍ଥରଗତି ବ୍ୟାଟିଂ ପାଇଁ ତାଙ୍କୁ ଅନେକ ପ୍ରଶ୍ନ ସାମ୍ନା କରିବାରୁ ପଡ଼ୁଛି। ସେହଓ୍ବାଗ କହିଛନ୍ତି, ଧୋନୀ କେବେ ଖେଳରୁ ଅବସର ନେବେ, ସେଇଟା ତାଙ୍କ ଉପରେ ନିର୍ଭର କରେ। ଚୟନକର୍ତ୍ତାଙ୍କ ଧୋନୀଙ୍କ ସହ କଥା ହେବା ଆବଶ୍ୟକ । ଆଗାମୀ ମ୍ୟାଚରେ ତାଙ୍କୁ ସୁଯୋଗ ନମିଳିପାରେ ବୋଲି କହିବାର ଆବଶ୍ୟକ ରହିଛି।

ସେହଓ୍ବାଗ ଆହୁରି ମଧ୍ୟ କହିଛନ୍ତି, ଖାସ୍ ତାଙ୍କ ସମୟରେ ଚୟନକର୍ତ୍ତା ତାଙ୍କ ଖେଳର ରଣନୀତି ବାବଦରେ ତାଙ୍କୁ ପରିଥିଲେ ହୁଏତ ସେ କହିପାରିଥାନ୍ତେ। ସେହଓ୍ବାଗ ଯେଉଁ ସମୟରେ ଖେଳରୁ ଅବସର ନେଲେ ସେହି ସମୟରେ ଚୟନ କମିଟିର ମୁଖ୍ୟ ଥିଲେ ସନ୍ଦୀପ ପାଟିଲ। ଟିଭିରେ ଚାଲିଥିବା ଡିବେଟରେ ମଧ୍ୟ ଅଂଶଗ୍ରହଣ କରିଥିଲେ ସନ୍ଦିପ ପାଟିଲ। ସେହଓ୍ବାଗ ପ୍ରଶ୍ନପରେ ସନ୍ଦୀପ ପାଟିଲ କହିଥିଲେ, ସଚିନ ତେନ୍ଦୁଲକରଙ୍କ ସହ ଆଲୋଚନ କରିବା ପାଇଁ ମୋତେ ଓ ରାଜିନ୍ଦର ସିଂହଙ୍କୁ ଦାୟିତ୍ବ ଦିଆଯାଇଥିଲା କିନ୍ତୁ ବିରେନ୍ଦ୍ର ସେହଓ୍ବାଗଙ୍କ ସହ ଆଲୋଚ କରିବା ପାଇଁ ବିକ୍ରମ ରାଠୋରଙ୍କୁ ଦାୟିତ୍ବ ଦିଆଯାଇଥିଲା।

ସନ୍ଦୀପ ପାଟିଲ ଯେତେବେଳେ ବିକ୍ରମ ରାଠୋରଙ୍କୁ ସେହଓ୍ବାଗ ବାବଦରେ ପଚାରିଥିଲେ, ସେହଓ୍ବାଗଙ୍କ ସହ ଆଲୋଚନା ହୋଇସାରିଛି ବୋଲ ସେ କହିଥିଲେ। ପାଟିଲଙ୍କ କଥା ସରିବା ପରେ ସେହଓ୍ବାଗ କହିଥିଲେ, ବିକ୍ରମ ରାଠୋର ମୋ ସହିତ ସେତେବେଳେ କଥା ହୋଇଥିଲେ କିନ୍ତୁ ମୁଁ ଟିମରୁ ବାହାରିବା ପରେ । ଟିମରୁ ବାହାରିବା ପରେ କଥା ହେବାର କିଛି ମାନେ ନାହିଁ ବୋଲି ସେହଓ୍ବାଗ କହିଥିଲେ।

   Related Posts