ସେହ୍ୱାଗଙ୍କୁ ଚାପୁଡା ମାରିଥିଲେ ପୂର୍ବତନ କୋଚ୍ ଜନ୍ ରାଇଟ୍ ! ରାଗି ଯାଇଥିଲେ ଗାଙ୍ଗୁଲି, ତା'ପରେ...

Published By : Prameya-News7 Bureau | July 05, 2021 IST

ନୂଆଦିଲ୍ଲୀ,୦୫/୦୭: ଭାରତୀୟ କ୍ରିକେଟକୁ ଆଗକୁ ବଢାଇବାରେ ନ୍ୟୁଜିଲାଣ୍ଡର ମହାନ ଖେଳାଳି ଜନ୍ ରାଇଟଙ୍କ ଅବଦାନ ଅତୂଳନୀୟ । ସେ ସୌରଭ ଗାଙ୍ଗୁଲିଙ୍କ ଭଳି ଅଧିନାୟକଙ୍କ ସହ କାମ କରିଛନ୍ତି । ଏହାସହ ସେ ଗାଙ୍ଗୁଲିଙ୍କ ସହ ମିଶି ଦଳରେ ଅନେକ ପରିବର୍ତ୍ତନ କରିଥିଲେ । ସେ ୨୦୦୦ ମସିହାରେ ଦଳର ପ୍ରଥମ ବିଦେଶୀ କୋଚ୍ ହୋଇଥିଲେ । ଆଜି ଅର୍ଥାତ ସୋମବାର ହେଉଛି ରାଇଟଙ୍କ ୬୭ ତମ ଜନ୍ମଦିନ ।

ଜନ୍ ରାଇଟଙ୍କ ୫ ବର୍ଷର କାର୍ଯ୍ୟକାଳରେ ଦଳ ଅନେକ ଅଭୁଲା ବିଜୟ ହାସଲ କରିପାରିଥିଲା । ଯେଉଁଥିରେ ୨୦୦୧ରେ ଅଷ୍ଟ୍ରେଲିଆ ବିପକ୍ଷରେ କୋଲକାତା ଟେଷ୍ଟ ଓ ଇଂଲଣ୍ଡ ବିପକ୍ଷରେ ନେଟଓ୍ୱେଷ୍ଟ୍ ଟ୍ରଫି ସାମିଲ ଅଛି । ଅଧିନାୟକ ଓ କୋଚ୍ ଭାବେ ଗାଙ୍ଗୁଲି ଓ ରାଇଟଙ୍କ କମ୍ବିନେସନ୍ ଦଳ ଉପରେ ସକରାତ୍ମକ ପ୍ରଭାବ ପକାଇଥିଲା ।

wp:html /wp:html

କିନ୍ତୁ ଗାଙ୍ଗୁଲି ଓ ରାଇଟଙ୍କ ମଧ୍ୟରେ ବିବାଦ ମଧ୍ୟ ଉପୁଜିଥିଲା । ବିସିସିଆଇ ଉପାଧ୍ୟକ୍ଷ ରାଜୀବ ଶୁକ୍ଳା ୨୦୧୩ରେ ଏକ କାର୍ଯ୍ୟକ୍ରମରେ ଦଳର ଏକ ଗୁମର ଖୋଲିଥିଲେ । ସେ କହିଥିଲେ ଯେ, ତତ୍କାଳୀନ କୋଚ୍ ଜନ୍ ରାଇଟ୍ ବିରେନ୍ଦ୍ର ସେହ୍ୱାଗଙ୍କ ବ୍ୟାଟିଂକୁ ନେଇ ଖୁସି ନଥିଲେ । ସେହ୍ୱାଗ ଲଗାତର ବିଫଳ ହେଉଥିଲେ । ଅଳ୍ପ କିଛି ବଲ୍ ଖେଳି ସେହ୍ୱାଗ ଆଉଟ ହୋଇ ଯାଉଥିଲେ । ଗୋଟିଏ ଦିନ ରାଇଟ୍ ଏତେ ରାଗି ଯାଇଥିଲେ ଯେ, ସେହ୍ୱାଗଙ୍କୁ ଚାପୁଡା ମଧ୍ୟ ମାରିଥିଲେ । ଯେତେବେଳେ ଗାଙ୍ଗୁଲି ଏବାବଦରେ ଜାଣିଲେ ଖୁବ୍ ରାଗିଯାଇଥିଲେ ।ଗାଙ୍ଗୁଲି ରାଜୀବଙ୍କ ନିକଟରେ ଅଭିଯୋଗ କରି ରାଇଟ୍ କ୍ଷମା ମାଗନ୍ତୁ ବୋଲି ଦାବି କରିଥିଲେ ।

{"id":475769,"sizeSlug":"large","linkDestination":"none"}

ଏନେଇ ରାଜୀବ ଯେତେବେଳେ ରାଇଟଙ୍କୁ ପଚାରିଥିଲେ, ରାଇଟ୍ କହିଥିଲେ ଯେ, ସେ ଶିକ୍ଷକ ଭାବେ ସେହ୍ୱାଗଙ୍କ ଉପରେ ରାଗିଥିଲେ । ତେବେ ଚାପୁଡା ନମାରି କେବଳ ଧକ୍କା ଦେଇଥିବା ସେ ସଫେଇ ଦେଇଥିଲେ । ସେହ୍ୱାଗ ବାରମ୍ବାର ଗୋଟିଏ ଭୁଲ ଦୋହରାଉଥିଲେ । ତେଣୁ ରାଗ ଲାଗିଥିଲା ବୋଲି କହିଥିଲେ ରାଇଟ୍ । ଗାଙ୍ଗୁଲି କିନ୍ତୁ ନଛୋଡବନ୍ଧା । ରାଇଟ୍ କ୍ଷମା ମାଗନ୍ତୁ ବୋଲି ଜିଦ୍ କହିଥିଲେ । କିନ୍ତୁ ସଚିନ ତେନ୍ଦୁଲକରଙ୍କ ରାୟ ଅଲଗା ଥିଲେ । କୋଚ୍ କେବେ କ୍ଷମା ନମାଗନ୍ତୁ ବୋଲି ସଚିନ ରାଜୀବଙ୍କୁ କହିଥିଲେ ।

ଏହାପରେ ରାଜୀବ ସେହ୍ୱାଗଙ୍କୁ ବୁଝାଇଥିଲେ । ସେହ୍ୱାଗ ନିଜେ ରାଇଟ୍ କ୍ଷମା ମାଗିବା ଆବଶ୍ୟକ ନାହିଁ ବୋଲି କହିଥିଲେ । ଡ୍ରେସିଂ ରୁମରେ ହିଁ ପରିସ୍ଥିତିର ସମାଧାନ ହୋଇଥିଲା । ତେବେ ସବୁଠାରୁ ବଡ କଥା ଏହି ଖବର ଗଣମାଧ୍ୟମ ପାଖରେ ପହଁଚିନଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.